ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋବର୍ଦ୍ଧନପୁର ପଞ୍ଚାୟତ… କାଟ ଖାଇଲା ଅନାସ୍ଥା ପ୍ରସ୍ତାବ, ପଦବୀ ବଜାୟ ରଖିଲେ ସରପଞ୍ଚ

ଗୋବର୍ଦ୍ଧନପୁର ପଞ୍ଚାୟତ…

କାଟ ଖାଇଲା ଅନାସ୍ଥା ପ୍ରସ୍ତାବ, ପଦବୀ ବଜାୟ ରଖିଲେ ସରପଞ୍ଚ

ଲାଞ୍ଜିଗଡ଼,୨୭/୧୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଗୋବର୍ଦ୍ଧନପୁର ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଶେଷରେ କାଟ ଖାଇଯାଇଛି। କଳାହାଣ୍ଡି ଜିଲ୍ଲାପାଳଙ୍କ ଚିଠି ନଂ ୧୫୯୭/୨୬. ୧୨. ୨୦୨୬ ଅନୁସାରେ ଉପସ୍ଥିତ ୧୨ ଜଣ ସଭ୍ୟ, ସଭ୍ୟାଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ମତ ଅନାସ୍ଥା ସପକ୍ଷରେ ନଯିବାରୁ ଏହା କାଟ ଖାଇଗଲା ବୋଲି ନିର୍ଦେଶ ଜାରି ହୋଇଛି। ସୂଚନାଯୋଗ୍ୟ, ସରପଞ୍ଚ ବୈଦେହୀ ମାଝୀଙ୍କ ବିରୋଧରେ ପଞ୍ଚାୟତର ୱାର୍ଡ ସଭ୍ୟ-ସଭ୍ୟା ଅନାସ୍ଥା ପ୍ରସ୍ତାବ ଆଗତ କରିଥିବାବେଳେ ୨୪ ତାରିଖ ଦିନ ଆଲୋଚନା ଓ ଗୁପ୍ତ ମତଦାନ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ନାଏବ ସରପଞ୍ଚ ଓ ୱାର୍ଡସଭ୍ୟ, ସଭ୍ୟାଙ୍କ ମଧ୍ୟରୁ ୮ଜଣ ୱାର୍ଡ ସଭ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଗୁପ୍ତ ମତଦାନ କରିଥିବାବେଳେ ଜଣେ ବିପକ୍ଷରେ ଓ ଜଣେ ସଭ୍ୟଙ୍କ ଭୋଟ ନାକଚ ହୋଇଥିଲା। ସେହିପରି ସରପଞ୍ଚଙ୍କ ସମେତ ଦୁଇଜଣ ସଭ୍ୟ ଅନୁପସ୍ଥିତ ରହିଥିଲେ। ଏହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଫଳାଫଳ ଘୋଷଣା କରାଯିବା ପରେ ସରପଞ୍ଚ ଶ୍ରୀମତୀ ମାଝୀ ପୂର୍ବବତ ନିଜ ପଦବୀ ବଜାୟ ରଖିଛନ୍ତି। ତେବେ ଅନାସ୍ଥା ପ୍ରସ୍ତାବରେ ବିଫଳ ହେବାପରେ ବିପକ୍ଷ ଗୋଷ୍ଠୀ କିଭଳି ପଦକ୍ଷେପ ନେବେ ନା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସ୍ୱୀକାର କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

 

Related posts

ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ବିଭିନ୍ନ ଦୋକାନରେ ଚଢ଼ାଉ

ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥା ରେ ଜିଲ୍ଲା ପରିଷଦ ସଭ୍ୟ ଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଲେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା 

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଅବସରରେ ଲୋକକଳା ପାଇଁ ଦିନଟି ,ବରିଷ୍ଟ କଳାକାରଙ୍କୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!