ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫିଜିକ୍ସ ୱାଲା ବିଦ୍ୟାପୀଠ ପାଠଶାଳା ପକ୍ଷରୁ କ୍ୟାରିୟର କଉନସେଲିଙ୍ଗ ଶିବିର ଅନୁଷ୍ଠିତ

ଫିଜିକ୍ସ ୱାଲା ବିଦ୍ୟାପୀଠ ପାଠଶାଳା ପକ୍ଷରୁ କ୍ୟାରିୟର କଉନସେଲିଙ୍ଗ ଶିବିର ଅନୁଷ୍ଠିତ

ରାଉରକେଲା: ଫିଜିକ୍ସ ୱାଲା ବିଦ୍ୟାପୀଠ ପାଠଶାଳା ପକ୍ଷରୁ କ୍ୟାରିୟର କଉନସେଲିଙ୍ଗ ଶିବିର ସ୍ଥାନୀୟ ରିମ୍ସ ଅଡିଟୋରୀୟମ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶିବିର ର ଶୁଭାରମ୍ଭ କରିଥିଲେ l ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଅନ୍ତର୍ନିହିତ ଶକ୍ତି ରହିଛି, ସେମାନେ ଆବଶ୍ୟକ ସୁବିଧା ସୁଯୋଗ ପାଇଲେ ଓ ନିଜର ଇଚ୍ଛା ଶକ୍ତି ବଳରେ ଅସମ୍ଭବ କୁ ମଧ୍ୟ ସମ୍ଭବ କରିପାରିବେ l କୋଚିଂ କ୍ଷେତ୍ରରେ ଫିଜିକ୍ସ ୱାଲା ତାର ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି l ଏଣୁ ଛାତ୍ର ଛାତ୍ରୀ ମାନେ ଅଭିଜ୍ଞ ଶିକ୍ଷକ ମାନଙ୍କ ମାର୍ଗ ଦର୍ଶନ ସୁଯୋଗ ନେବାକୁ ଶ୍ରୀ ନାୟକ ଆହ୍ୱାନ କରିଥିଲେ l ଏଥି ସହ ଅଭିଭାବକ ମାନେ ଦେଖୁଥିବା ସ୍ବପ୍ନ କୁ ସେମାନଙ୍କ ପିଲାମାନେ ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ l ରିମ୍ସ ର ନିର୍ଦ୍ଦେଶକ ପ୍ର. ଡ଼. କରୁଣାକର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ସେ ତାଙ୍କ ବକ୍ତବ୍ୟ ରେ କହିଲେ ଯେ, ଦୁରଦୃଷ୍ଟି, ଯୋଜନା ଓ କାର୍ଯ୍ୟଧାରା ରହିଲେ ହିଁ ଜୀବନରେ ସଫଳ ମିଳିଥାଏ l ଏଣୁ ପିଲାମାନେ ନିଷ୍ଠାର ସହ ସେମାନଙ୍କ ଅଧ୍ୟୟନ ଜାରି ରଖିବାକୁ ଆହ୍ୱାନ କରିଥିଲେ l ଅଷ୍ଟମ ରୁ ଦ୍ୱାଦଶ ଶ୍ରେଣୀ ଓ ପାସ ଆଉଟ ପିଲାଙ୍କୁ ଜେଇଇ, ଏନଇଇଟି ଓ ଫାଉଣ୍ଡେସନ କୋର୍ସ ସମ୍ପର୍କ ରେ ଅବଗତ କରାଯାଇଥିଲା l ଅନ୍ୟତମ ସମ୍ମାନିତ ଅତିଥି ଭାବେ ଫିଜିକ୍ସ ୱାଲାର ଓଡିଶା ଫ୍ରାଞ୍ଛାଇଜ ଓନର ଇଂ ପ୍ରଭାତ ଛଟୋଇ, ମୁଖ୍ୟବକ୍ତା ଭାବେ ଷ୍ଟାର ଶିକ୍ଷକ ଜଗଯୋତ ସାର ଓ ଅର୍ପିତ ସାର ଯୋଗ ଦେଇ ବିଭିନ୍ନ ଅଭିନଵ କୌଶଳ ମାଧ୍ୟମରେ ପିଲାଙ୍କୁ ମାର୍ଗ ଦର୍ଶନ କରାଇଥିଲେ l ସହଜରେ ପିଲାମାନେ କିପରି ଏଣ୍ଟ୍ରାନ୍ସ ଏକ୍ଜାମିନେସନ ରେ ଭାଗ ନେବେ ଓ ପ୍ରସ୍ତୁତ ହେବେ, ସେ ସମ୍ପର୍କ ରେ ମଧ୍ୟ ପିଲାଙ୍କୁ ସୂଚନା ଦେଇଥିଲେ l ଫିଜିକ୍ସ ୱାଲା ରୁ କୋଚିଂ ନେଇ ପିଲାମାନେ କିପରି ସଫଳତା ହାସଲ କରିଛନ୍ତି,   ତାହାର ଉଦାହରଣ ଦେଇଥିଲେ l ଫିଜିକ୍ସ ୱାଲା ରାଉରକେଲା ପାଠଶାଳା ର ସେଣ୍ଟର ମୁଖ୍ୟ ପ୍ର. ଡ଼. ଜିତେନ୍ଦ୍ର କୁମାର ରାଉତ ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଖ୍ରୀଷ୍ଟମାସ ଓ ନୂତନ ବର୍ଷ ପରିପ୍ରେକ୍ଷୀରେ କୋଚିଂ ସେଣ୍ଟର ରେ ନାମ ଲେଖାଇବାକୁ ଥିବା ଛାତ୍ର ଛାତ୍ରୀ ଙ୍କୁ ସିଧାସଳଖ ୩୦ ପ୍ରତିଶତ ରିହାତି ପ୍ରଦାନ କରାଯିବ ବୋଲି ଡ଼ ରାଉତ ଘୋଷଣା କରିଥିଲେ l ଏହି ଅବସରରେ ସ୍କଲାରସିପ ପରୀକ୍ଷାରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ଓ ମେଡାଲ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ରିଜିଓନାଲ ମ୍ୟାନେଜର ରାହୁଲ ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଶୁଭେନ୍ଦୁ କୁମାର ସାହୁ, ମୋହିତ ଝୁନଝୁନୱାଲା, ସୌମ୍ୟ ରଞ୍ଜନ ସାହୁ, ପ୍ରଶାନ୍ତ ପ୍ରଧାନ, ହରପ୍ରିୟା ଜେନା, ପୂଜା ଙ୍କ ସମେତ ଷ୍ଟାଫ ଓ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ l ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ରେ ଧୁମଧାମରେ ପାଳନ ଖ୍ରୀଷ୍ଟମାସ ପର୍ବ

Sunil Chandra Nayak

ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟୟନକେନ୍ଦ୍ରର ଉଦ୍ଘାଟନ ସମାରୋହ -୨୦୨୪ ଅନୁଷ୍ଠିତ

masiha

ରାଇରଙ୍ଗପୁରରେ ଅଗ୍ରଣୀ ସାମାଜିକ ଓ ସାଂସ୍କୁତିକ ଅନୁଷ୍ଠାନ ‘ପରିକ୍ରମା’ ତରଫରୁ ବସନ୍ତ ମହୋତ୍ସବ ରଙ୍ଗ-ରଙ୍ଗୋଲି” ଆୟୋଜିତ 

masiha

Leave a Comment

error: Content is protected !!