ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦୁଇ ଦିନିଆ ଭଲି ବଲ ଟୁର୍ଣାମେଣ୍ଟ ଉଦଯାପିତ 

ଦୁଇ ଦିନିଆ ଭଲି ବଲ ଟୁର୍ଣାମେଣ୍ଟ ଉଦଯାପିତ 

ଡାବୁଗାଁ, ୨୮/୧୨ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଚଚରାଗୁଡା ଗ୍ରାମ ପଞ୍ଚାୟତ ଅଧୀନ ବାଇଗାଁ ବିଦ୍ୟାଳୟ ପଡିଆରେ ମା କସ୍ମାୟାନୀ ଅନ୍ତଃ ବ୍ଳକ ଭଲିବଲ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବ ରେ ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝୀ ଓ ଉପାଧ୍ଯକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଚଚରାଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତ୍ରl, ନାଏବ ସରପଞ୍ଚ ଯୁଧିଷ୍ଠିର ତନ୍ତୀ ଯୋଗଥିଲେ l ଏହାପରେ ଡାବୁଗାଁ ବ୍ଳକ ବାଇଗାଁ ଓ କୋଷାଗୁମୁଡ଼ା ବ୍ଳକର କୋଡିଙ୍ଗା ପାଖ ବନ୍ଦିଗୁଡା ଦଳ ସହ ପ୍ରତିଯୋଗୀତା ହୋଇ ଥିଲା l ଏଥିରେ ବନ୍ଦିଗୁଡା ୫-୩ ରେ ବିଜୟୀ ହୋଇ ବାଇଗାଁ କୁ ପରାଜିତ କରିଥିଲେ l ବନ୍ଦିଗୁଡା ବିଜେତା ଦଳକୁ ଟ ୧୧,୧୧୧ ଟଙ୍କାର ଚେକ ବାଇଗାଁ ଉପ ବିଜେତା ଦଳକୁ ଟ ୮,୮୮୮ ଟଙ୍କା ର ଚେକ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଉକ୍ତ ଉଦଯାପନୀ ମ୍ୟାଚକୁ ରେଫରୀ ଭାବେ ଗାଗାରିନ ହରିଜନ, ରାଜୁ ହରିଜନ ଓ ଗିରିଧର ପୂଜାରୀ ବେଶ୍ ସୁନ୍ଦର ଭାବେ ପରିଚାଳନା କରିଥିଲେ l ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ନବରଙ୍ଗପୁର ଜିଲା ର ବିଭିନ୍ନ ବ୍ଳକର ଅlଠ ଗୋଟି ଦଳ ଅଂଶଗ୍ରହଣ କରି ନିଜ ନିଜର କ୍ରୀଡା ପ୍ରଦର୍ଶନ କରିଥିଲେ l ଉକ୍ତ ମ୍ୟାଚ ଦେଖିବା ପାଇଁ ଆଖ ପାଖ ଅଂଚଳର ଶତାଧିକ କ୍ରୀଡା ପ୍ରେମୀ ଙ୍କ ଭିଡ ଜମିଥିଲା l ଭଲିବଲ ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟି ର ଲକି ପୂଜାରୀ, ପିତ୍ତ ପୂଜାରୀ, ମୋହନ ସିଂ ଗଣ୍ଡ,ତ୍ରିନାଥ ପାଣ୍ଡେ, ନରସିଂହ ମାଝୀ, କର୍ଣ୍ଣ ଭତ୍ରl, ରିଣ୍ଟୁ ଦାସ,ଜଗତ ଭତ୍ରl, ମଧୁ ମାଝୀ ଓ ଭୁବନ ହରିଜନ ପ୍ରମୂଖ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ସହକାରେ ଉଦଘାଟନୀ ମ୍ୟାଚ ସମାପନ ହୋଇଥିଲା l ଆଜି ଆଦିବାସୀ ସଂସ୍କୃତିର ଦିଆଲି ପରବ ଦିଆଲି ବାସିରେ କ୍ରୀଡା ଉଦଯାପନୀ ହୋଇ ଥିବା ବେଳେ ରାତ୍ରିରେ ମନୋରଞ୍ଜନ ନିମନ୍ତେ ମୁଣ୍ଡିଗୁଡା ଗ୍ରାମର ଦେଶୀଆ ନାଟ ନାଟଗୁରୁ କର୍ଣ୍ଣ ଗୁରୁ ଙ୍କ ନିର୍ଦ୍ଦେଶିତ “ଏମିତି ପ୍ରେମ କାହିଁକି କଲି “ନାଟକ ପ୍ରଦର୍ଶିତ ହେବ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଚିଲିଗୁଡା ଚମ୍ପିୟାନ

Sunil Chandra Nayak

କର୍ଲ।କୋଟ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ବଙ୍କାପଳାକୁ ହରାଇ ନାଏକାନିଗୁମା ଚମ୍ପିୟାନ

Sunil Chandra Nayak

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସାଂସ୍କୃତିକ ଓ କ୍ରୀଡା ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!