ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଶ୍ରୀ ଶ୍ରୀ ବୁଢ଼ାରଜା ନକ ଆଉଟ୍ କ୍ରିକେଟ ପ୍ରତଯୋଗିତା ଗୋଲାମୁଣ୍ଡା ଏକାଦଶ କୁ ହରାଇ ସିନାପାଲି ଚମ୍ପିୟାନ

ଶ୍ରୀ ଶ୍ରୀ ବୁଢ଼ାରଜା ନକ ଆଉଟ୍ କ୍ରିକେଟ ପ୍ରତଯୋଗିତା

ଗୋଲାମୁଣ୍ଡା ଏକାଦଶ କୁ ହରାଇ ସିନାପାଲି ଚମ୍ପିୟାନ

ଧର୍ମଗଡ଼ ବ୍ଲକ କାଙ୍କେରି ଗ୍ରାମଠାରେ ଚାଲିଥିବା ଶ୍ରୀ ଶ୍ରୀ ବୁଢ଼ାରଜା ନକ ଆଉଟ୍ କ୍ରିକେଟ ପ୍ରତଯୋଗିତା ରେ ସିନାପାଲି ଏକାଦଶ ଚମ୍ପିୟାନ ହୋଇଛି। ଆଜି କଙ୍କେରି ସ୍ଥିତ ଡିଙ୍ଗର ଛତ୍ରିୟା ଖେଳ ପଡିଆରେ ଅନୁଷ୍ଠିତ ଫାଇନାଲ ପ୍ରତିଯୋଗିତାରେ ଗୋଲାମୁଣ୍ଡା ଏକାଦଶ କୁ ହରାଇ ସିନାପାଲି ଏକାଦଶ ଚମ୍ପିୟାନ ହୋଇଛି। ଗତ ୨୧ ତାରିଖ ଠାରୁ ଉକ୍ତ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।ଉଦଯାପନୀ ଉତ୍ସବରେ ବରିଷ୍ଠ ଆଇନଜୀବି ଥବିର ପ୍ରସାଦ ସାହୁ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମାଜସେବୀ ଅଶୋକ କୁମାର ପଟ୍ଟଯୋଷୀ, ଜିଲ୍ଲା ପରିଷଦ ସଦସ୍ୟ ଗୋପୀ ନାଥ ମହାନନ୍ଦ ଓ ଗୌର ଚନ୍ଦ୍ର ଛତ୍ରୀୟା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଜୟୀ ଓ ବିଜିତ ଦଳକୁ ଟ୍ରଫି ପ୍ରଦାନ କରିଥଲେ। ଶ୍ରୀ ବୁଢ଼ାରଜା ନକ ଆଉଟ୍ କ୍ରିକେଟ ପ୍ରତଯୋଗିତାର ସଭାପତି ବିଶ୍ଵନାଥ ଛତ୍ରୀୟା ଓ ସମ୍ପାଦକ ଚନ୍ଦ୍ରଚୁଡ ମଙ୍ଗରାଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ କ୍ରିକେଟ ପ୍ରତିଯୋଗିତା ସୁଚାରୁରୂପେ ସମ୍ପାଦନ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଧର୍ମଗଡ଼ ଠାରେ ଆୟୋଜିତ ଅଟଳ ପ୍ରିମିୟର କ୍ରିକେଟ ଲିଗ ଉଦଯାପିତ ବଲାଙ୍ଗୀର କୁ ହରାଇ ନବରଙ୍ଗପୁର ଚମ୍ପିୟାନ….

masiha

ଜେକେ ପେପର୍ ଲିମିଟେଡ୍ ର ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ

Sunil Chandra Nayak

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସମ୍ବଲପୁର ଏବଂ ରାଇରଙ୍ଗପୁର ଦିତୀୟ ସେମିଫାଇନାଲକୁ ଉନ୍ନିତ

Sunil Chandra Nayak

Leave a Comment

error: Content is protected !!