ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଶ୍ରୀ ଶ୍ରୀ ବୁଢ଼ାରଜା ନକ ଆଉଟ୍ କ୍ରିକେଟ ପ୍ରତଯୋଗିତା ଗୋଲାମୁଣ୍ଡା ଏକାଦଶ କୁ ହରାଇ ସିନାପାଲି ଚମ୍ପିୟାନ

ଶ୍ରୀ ଶ୍ରୀ ବୁଢ଼ାରଜା ନକ ଆଉଟ୍ କ୍ରିକେଟ ପ୍ରତଯୋଗିତା

ଗୋଲାମୁଣ୍ଡା ଏକାଦଶ କୁ ହରାଇ ସିନାପାଲି ଚମ୍ପିୟାନ

ଧର୍ମଗଡ଼ ବ୍ଲକ କାଙ୍କେରି ଗ୍ରାମଠାରେ ଚାଲିଥିବା ଶ୍ରୀ ଶ୍ରୀ ବୁଢ଼ାରଜା ନକ ଆଉଟ୍ କ୍ରିକେଟ ପ୍ରତଯୋଗିତା ରେ ସିନାପାଲି ଏକାଦଶ ଚମ୍ପିୟାନ ହୋଇଛି। ଆଜି କଙ୍କେରି ସ୍ଥିତ ଡିଙ୍ଗର ଛତ୍ରିୟା ଖେଳ ପଡିଆରେ ଅନୁଷ୍ଠିତ ଫାଇନାଲ ପ୍ରତିଯୋଗିତାରେ ଗୋଲାମୁଣ୍ଡା ଏକାଦଶ କୁ ହରାଇ ସିନାପାଲି ଏକାଦଶ ଚମ୍ପିୟାନ ହୋଇଛି। ଗତ ୨୧ ତାରିଖ ଠାରୁ ଉକ୍ତ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।ଉଦଯାପନୀ ଉତ୍ସବରେ ବରିଷ୍ଠ ଆଇନଜୀବି ଥବିର ପ୍ରସାଦ ସାହୁ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମାଜସେବୀ ଅଶୋକ କୁମାର ପଟ୍ଟଯୋଷୀ, ଜିଲ୍ଲା ପରିଷଦ ସଦସ୍ୟ ଗୋପୀ ନାଥ ମହାନନ୍ଦ ଓ ଗୌର ଚନ୍ଦ୍ର ଛତ୍ରୀୟା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଜୟୀ ଓ ବିଜିତ ଦଳକୁ ଟ୍ରଫି ପ୍ରଦାନ କରିଥଲେ। ଶ୍ରୀ ବୁଢ଼ାରଜା ନକ ଆଉଟ୍ କ୍ରିକେଟ ପ୍ରତଯୋଗିତାର ସଭାପତି ବିଶ୍ଵନାଥ ଛତ୍ରୀୟା ଓ ସମ୍ପାଦକ ଚନ୍ଦ୍ରଚୁଡ ମଙ୍ଗରାଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ କ୍ରିକେଟ ପ୍ରତିଯୋଗିତା ସୁଚାରୁରୂପେ ସମ୍ପାଦନ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଭଲିଵଲ ଟୁର୍ଣାମେଣ୍ଟ ହେଲା ଶେଷ

Sunil Chandra Nayak

ଲୀମସେର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୩ ସମାପ୍ତ

Sunil Chandra Nayak

IDCA 6th One-Day National Zonal Cricket Championship for Deaf concludes with felicitation ceremony,North Zone declared as winner while West Zone bagged the runner-up position.

masiha

Leave a Comment

error: Content is protected !!