ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରାହ୍ମଣ ମହାସଂଘର ବୈଠକ 

ବ୍ରାହ୍ମଣ ମହାସଂଘର ବୈଠକ 

ଆସିକା,୨୯/୧୨/୨୪ ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ବୁଢି ମା ଠାକୁରାଣୀ ମନ୍ଦିର ପରିସରରେ ବାହ୍ମଣ ମହାସଂଘର ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଶ୍ରୀ ଗଙ୍ଗାଧର ଶତପଥୀଙ୍କ ଅଧ୍ୟକ୍ଷତା କରିଥିବା ବେଳେ ବୈଠକର ପରିଚାଳନା ସଭାପତି ଶ୍ରୀ ସତ୍ୟନାରାୟଣ ରଥ ପରିଚାଳନା କରିଥିଲେ । ପାରମ୍ଭରେ ପଣ୍ଡିତ ଶ୍ରୀ ଶ୍ରୀକାନ୍ତ ମିଶ୍ର ବେଦ ପାଠ କରିବା ସହ ଶିକ୍ଷାବିତ ପଣ୍ଡିତ ଉପେନ୍ଦ୍ର ନାଥ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ । ମହାସଂଘର ସଂଗଠନକୁ ସୁଦୃଢ଼ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ବ୍ରାହ୍ମଣ ସମାଜ ସହ ଜନସାଧାରଣଙ୍କ ପାଇଁ ବହୁ ଉପାଦୟ ପ୍ରସ୍ତାବ ଗୃହୀତ ହୋଇଥିଲା । କର୍ମକାଣ୍ଡ ବିତ୍, ସୁପ୍ରକାର, ମନ୍ଦିର ପୂଜକ ମାନଙ୍କୁ ସରକାରୀ ପ୍ରୋତ୍ସାହନ ଓ ସ୍ଥାୟୀତ୍ବ ପାଇଁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବୈଠକରେ ଦାବୀ କରାଯାଇଥିଲା । ଜିଲ୍ଲାରେ ତୃଣମୂଳ ସ୍ତରରେ ସଂଗଠନ ଋଷିକୂଲ୍ୟା ଓ ବଡନଦୀ ମିଶ୍ରଣ ସ୍ଥଳ, ବୁଡ ତୋଟା ଉନ୍ନୟନ, ବ୍ରାହ୍ମଣୀ ମାନଙ୍କ ଏବଂ ଜନସାଧାରଣଙ୍କ ଆସିକା ଅଞ୍ଚଳରେ ଭୂ-ବନ୍ଦୋବସ୍ତ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜିଲ୍ଲା ସଂଗଠନର ରୂପରେଖ ପ୍ରସ୍ତାବ ପାରିତ ହୋଇଥିଲା । ଉକ୍ତ ବୈଠକରେ ବନମାଳୀ ସାମନ୍ତରା, ନିରୋଜ ପାଢ଼ୀ, ପ୍ରଶାନ୍ତ ଭଟ୍ଟ, ସରୋଜ ଦାସ, ହୃଷିକେଶ ସାହୁ, ରବି ପାଣିଗ୍ରାହୀ, ଦିଲ୍ଲୀପ ପାଣିଗ୍ରାହୀ, ପ୍ରଦୀପ କୁମାର ଶତପଥୀ, ସୀତା ରାମ ଦାସ, ଗୋବିନ୍ଦ ଆଚାର୍ଯ୍ୟ, କିଶୋର ଚନ୍ଦ୍ର ପାତ୍ର, ଆଇନଜୀବୀ ବିନୋଦ ପାଣିଗ୍ରାହୀ, ପ୍ରତାପ ମିଶ୍ର, ଶକ୍ତି ପ୍ରସାଦ ଦାସ, ପ୍ରତାପ ମିଶ୍ର, ଉପେନ୍ଦ୍ର ନାଥ ମିଶ୍ର, ଗୌରୀଶଙ୍କର ମିଶ୍ର, ମୃତ୍ୟୁଞ୍ଜୟ ଆଚାର୍ଯ୍ୟ, ପ୍ରଦୀପ ପାଢ଼ୀ, ନିରଞ୍ଜନ ପଣ୍ଡା ସମେତ ବହୁ ମାନ୍ୟଗଣi ବ୍ୟକ୍ତି ଯୋଗଦେଇ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଧରାକୋଟ ବ୍ଳକ ସଭାପତି ଓ ଆସିକା ଏନେସି ସଭାପତି ଭାବେ ହୃଷିକେଶ ସାହୁ ଓ ଶକ୍ତି ପ୍ରସାଦ କରଙ୍କୁ ସର୍ବ ସମତି କ୍ରମେ ମନୋନୀତ ହୋଇଥିଲେ । ସଭାଶେଷରେ ଶିକ୍ଷକ ପ୍ରଦୀପ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ରାଷ୍ଟ୍ରୀୟ ସେଙ୍ଗେଲ ଅଭିଯାନ ସଭାପତି ସାଲଖାନ ମୁର୍ମୁଙ୍କ ବିରୋଧରେ ଓଡ଼ିଶା କୁଡୁମି ସମାଜ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଏତଲା

masiha

ପ୍ରଶାସନ ତା ବାଟରେ, ନେତା ତାଙ୍କ ବାଟରେ  ଉନ୍ନୟନ କାର୍ଯ୍ୟକୁ ନେଇ ବିଜେପିର ଦାବି ପତ୍ର

Sunil Chandra Nayak

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମକ୍ ଡ୍ରିଲ୍ କରିବା ନିର୍ଦ୍ଦେଶ କୁ ସ୍ବାଗତ କଳା ABVP 

masiha

Leave a Comment

error: Content is protected !!