ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ଗୀତା ଜ୍ଞାନ

ଗୀତା ଜ୍ଞାନ

ଉପେନ୍ଦ୍ର କୁମାର ବସ୍ତିଆ

 

ଭାରତ ଯୁଦ୍ଧରେ ଅର୍ଜୁନ ରଥରେ 

    ସାରଥିଗୋ ଯଦୁମଣି 

ସଖା ହିତପାଇଁ କୁହନ୍ତି ବୁଝାଇ 

    ଗୀତାର ମହତ ବାଣୀ 

ଏତ ଗୀତାର ମହତ ବାଣୀ ।

 

ଛାଡି ଧନୁଶର ବସିଗଲେ ପାର୍ଥ 

ମାରିଲେ ସ୍ୱଜନ ହୋଇବ ଅନର୍ଥ 

ମାୟା କବଳିତ ପାର୍ଥଙ୍କର ମନ 

ଜାଣି ନନ୍ଦବଳା କହିଲେ ଅର୍ଜୁନ 

ମାରୁନାଂହ ତୁମେ ମରେ ନାହିଁ କେହି 

    ଆତ୍ମାକୁ ନ ପାର ହାଣୀ 

ଏତ ଗୀତାର ମହତ ବାଣୀ ।

 

ମାୟା କବଳରେ ପରାଧୀନ ମନ 

ଦେଖି ଶୁଣି ସବୁ କରୁଥିବ କର୍ମ 

ବିକର୍ମକୁ ବୁଝି କରିବ ବର୍ଜନ 

ଶୁଣ ଅରଜୁନ ଜନମ ମରଣ

ତୁମ ପୂର୍ବଜନ୍ମ ମୋଜନ୍ମ କରମ

    ନ ପାରିବ ତୁମେ ଜାଣି 

ଏତ ଗୀତାର ମହତ ବାଣୀ ।

 

ଆଜି ଅଛି ମାୟା କାଲି ରହିଥିବ 

ଶରୀରୁ ପରାଣ ବାହାରିଟି ଯିବ 

ନାହିଁ ତା ଜନମ ନାହିଁ ତା ମରଣ

ରଖିଥାଅ ମନେ ଆହେ ଅରଜୁନ 

ନିମିତ୍ତ ମାତର ଅସ୍ତ୍ର ତୁମେ ଧର 

    କର୍ତ୍ତ୍ୟବକୁ ଶ୍ରେୟ ମଣି 

ଏତ ଗୀତାର ମହତ ବାଣୀ ।

 

ଜ୍ଞାନ ,କର୍ମ ,ଯୋଗ ଭକତି ମାରଗ 

ବୁଝାଇଲେ କୃଷ୍ଣ ନିଗୁଢ଼ର ଯୋଗ 

ଭକତ ମୋ ହୁଅ ମୋରେ ମନ ଦିଅ 

କର୍ମ କରିଯାଅ ଶରଣ ମୋ ହୁଅ

ହୋଇବ ନିଷ୍ପାପ ନ ଲାଗିବ ପାପ

    ପଦ୍ମ ପତ୍ରେ ପରି ପାଣି 

ଏତ ଗୀତାର ମହତ ବାଣୀ ।

 

କରି କରାଇଣ ଥାଆନ୍ତି ହରି 

ଦେଖାଇଲେ ବିଶ୍ଵ ରୂପକୁ ଧରି 

ବିଶ୍ଵ ବ୍ରହ୍ମାଣ୍ଡର ରୁପଟି ଆବର 

ବାରମ୍ବାର ପାର୍ଥ କରିଲେ ଜୁହାର 

କେମନ୍ତ ଜାଣିବ ଏ ଛାର ସେବକ 

    କୃପାକର ଚକ୍ରପାଣି ।

ଏତ ଗୀତାର ମହତ ବାଣୀ ।

ରାଉରକେଲା

 

Related posts

ରାଇରଙ୍ଗପୁରରେ ପ୍ରଥିତ ଗୀତିକବି ସ୍ବର୍ଗତ ଜୀତେନ୍ଦ୍ର ପଟନାୟକଙ୍କ ପୂଣ୍ଯତିଥି ସମାରୋହ

Sunil Chandra Nayak

ସରକାର ଙ୍କ ବର୍ଷାଜଳ ସଂରକ୍ଷଣ ଚିନ୍ତା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହଜିଲା ଦିନ

Sunil Chandra Nayak

Leave a Comment

error: Content is protected !!