ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ରେ ଜିଲ୍ଲାପାଳ ଙ୍କ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି

 ତେନ୍ତୁଳିଖୁଣ୍ଟି – ୨୮/୧୧/୨୨ -ତେନ୍ତୁଳିଖୁଣ୍ଟି ରେ ଆଜି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ସମ୍ପନ୍ନ ହୋଇଛି। ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ରେ ୪୨ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୩୧ ଟି ଅଭିଯୋଗ ବ୍ୟକ୍ତିଗତ ହୋଇଥିବା ବେଳେ ୧୧ ସାମୁହିକ କିମ୍ବା ଗ୍ରାମ ସମସ୍ୟା ଭିତ୍ତିକ ରହିଥିଲା। ଅଭିଯୋଗ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଶୁଣିବା ସହ ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଅଭିଯୋଗ ମଧ୍ୟରେ ଖାତିଗୁଡା ସ୍ଥିତ ପ୍ରକଳ୍ପ ଡାକ୍ତରଖାନାରେ ଚବିଶ ଘଣ୍ଟା ରୋଗୀସେବା ଯୋଗାଇବା ସହ ଡେଲିଭେରୀ ପଏଣ୍ଟ ଖୋଲିବା,ଗୌଡ଼ ଦେଓପାଲି ଗ୍ରାମ ପଞ୍ଚାୟତ ରେ ଟେଲିଯୋଗାଯୋଗ ବ୍ୟବସ୍ଥା କରିବା ପାଇଁ ଗୌଡ଼ ଦେଓପାଲି ସରପଞ୍ପ୍ର ମିଳା ମୁଦୁଲି ଦାବୀ ରଖିଥିଲେ,ଖାତିଗୁଡା ଉଚ୍ଚ ବିଦ୍ୟାଳୟ ରେ ଖାଲିଥିବା ଟି ଜି ଟି ( ଆର୍ଟସ) ସଂସ୍କୃତ ,ହିନ୍ଦୀ ଶିକ୍ଷକ ତଥା ଖେଳ ଶିକ୍ଷକ ପୂରଣ କରିବା,ରୂପାନ୍ତର କାର୍ଯ୍ୟ ଆରମ୍ଭ ବେଳେ ଖାତିଗୁଡା ଉଚ୍ଚ ବିଦ୍ୟାଳୟ ରେ ଅଡିଟୋରୀୟମ ଓ ୱିଣ୍ଡୋର ଗେମ ପାଇଁ ହଲ କରିବା ପ୍ରମୂଖ ଦାବୀ ରହିଥିଲା। ପାନୀୟ ଜଳ ସମସ୍ୟା ସମାଧାନ ,ପେନସନ ବ୍ୟକ୍ତିଗତ ଘରେ ଜୋର ଜବରଦସ୍ତ କବ୍ଜା ସମ୍ପର୍କିତ ଅଭିଯୋଗ ରହିଥିଲା । ୨୦୧୧ମସିହାରେ ପୁରାତନ ନଵୋଦୟ କୋଠାରେ ପ୍ରସ୍ତାବିତ କୌଶଳ ବୃଦ୍ଧି ତାଲିମ କେନ୍ଦ୍ର କରିବା ନଚେତ ଜିଲ୍ଲାପାଳ ଙ୍କ ଅଧୀନରେ ଥିବା ଉକ୍ତ କୋଠା ତଥା କ୍ୱାଟର ର ସଦବ୍ୟବହାର କରିବା ପାଇଁ ପରଜା ବାରଙ୍ଗ ପଦର ନାଏବ ସରପଞ୍ଚ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶ ପାଇ ତିନି ପର୍ଯ୍ୟାୟ ରେ ଅର୍ଥ ପାଇ ସାରିଥିବା ବେଳେ ଦୀର୍ଘ 4 ବର୍ଷ ପରେ ଉକ୍ତ ହିତାଧିକାରୀ ଙ୍କ ମୃତ୍ୟୁ ହୋଇଯିବା ପରେ ଛାତ ପକାଇବା କାର୍ଯ୍ୟ ଠିକାଦାର ଙ୍କୁ ଦେଇ ଉକ୍ତ ହିତାଧିକାରୀଙ୍କ ପୁଅ କରୁ ଥିବା ବେଳେ ସରକାରୀ ଜମି ବୋଲି ତହସିଲଦାର କାମ ବନ୍ଦ କରିଥିବା ନେଇ ଏକ ଅଭିଯୋଗ ଆସିଥିଲା,ଜଣଙ୍କୁ ଟ୍ରାଇ ସାଇକଲ ପ୍ରଦାନ କରାଯାଇଥିଲା।ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ପଂଚାୟତ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ଅନ୍ଧାର ରେ ରଖା ଯାଉଥିବା ଅଭିଯୋଗ ପରଜା ବାରଙ୍ଗ ପଦର ରୁ ଯାଇଥିଲା। ସମସ୍ତ ଅଭିଯୋଗ ଶୁଣିବା ପରେ ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ।ଆଜିର ଅଭିଯୋଗ ଶୁଣାଣି ରେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ , ଜିଲ୍ଲା ପଂଚାୟତ ଅଧିକାରୀ ଶିଶିର ପାଣି,ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଫୁଲ୍ଲ ମିଶ୍ର, ଗ୍ରାମ୍ୟଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ, ବ୍ଲକ କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପାପଡାହାଣ୍ଡି ଥାନାରେ ଏଏସପି ଙ୍କ ସାମ୍ବାଦିକଙ୍କୁ ମାଡ଼ ଓ ମହିଳାଙ୍କୁ ଅସଦା ଚରଣ ଘଟଣା,କେନ୍ଦ୍ର ମାନବଧିକାର କମିସନ ନିକଟରେ ମାମଲା ରୁଜୁ

Sunil Chandra Nayak

କଙ୍କାଳୁ ଗ୍ରାମରେ ଗ୍ରହରାଜ ଶ୍ରୀ ଶନିଦେବ ଙ୍କ ମନ୍ଦିର ରେ ଶନିଦେବ ଙ୍କ ବାହନ ପ୍ରତିଷ୍ଠା ଉତ୍ସବ

ଅପର୍ତ୍ତି ସେଠୀ ଙ୍କ କବିତା ଆମ ବେଙ୍ଗନାନୀ

Sunil Chandra Nayak

Leave a Comment

error: Content is protected !!