ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ପୁଷ ପୁନି କମିଟି ତରଫରୁ ମାଁ ଭଣ୍ଡାର ଘରଣୀ ମନ୍ଦିର ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଓ ଲୋଗୋ ଉନ୍ମୋଚନ 

ନବରଙ୍ଗପୁର ଜିଲ୍ଲା ପୁଷ ପୁନି କମିଟି ତରଫରୁ ମାଁ ଭଣ୍ଡାର ଘରଣୀ ମନ୍ଦିର ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଓ ଲୋଗୋ ଉନ୍ମୋଚନ 

ନବରଙ୍ଗପୁର:(୫|୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପୁଷ ପୁନି କମିଟି ତରଫରୁ ମାଁ ଭଣ୍ଡାର ଘରଣୀ ମନ୍ଦିର ଠାରେ ଆଜି ଏକ ପ୍ରସ୍ତୁତି ବୈଠକ, ଲୋଗୋ ଉନ୍ମୋଚନ ଓ ଏହାର ସଫଳତା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ଜାନୁୟାରୀ ୧୩,୧୪,୧୫ ତିନି ଦିନ ନବରଙ୍ଗପୁର ସଦର ପୋଲିସ ପଡିଆ ଠାରେ ଏହା ପାଳିତ ହେବ l ୧୩ ତାରିଖ ମଧ୍ୟାହ୍ନ ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଏକ ଆଜ୍ଞା ମାଳ ନେଇ ଆଦିବାସୀ ସାଂସ୍କୃତିକ ଶୋଭାଯାତ୍ରା ରେ ଭଣ୍ଡାର ଘରଣୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବ l ଏଠାରେ କମିଟି ତିନିଦିନ ପାଇଁ ମହାଦୀପ ପ୍ରଜ୍ବଳନ କରିବ l ଏହାପରେ ଶୋଭାଯାତ୍ରା ଗାନ୍ଧୀ ଛକ ବସ ଷ୍ଟାଣ୍ଡ ଦେଇ ପୋଲିସ ପଡିଆ ଠାରେ ପହଞ୍ଚିବ l ତିନିଦିନ ଧରି ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମ ରେ ଦିନ ବେଳେ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି ଯଥା, ଜଗନ୍ନାଥ ସଂସ୍କୃତି ଓ ପୌଷ ପୂର୍ଣ୍ଣିମା ଆଲୋଚନା ଚକ୍ର, ପାରମ୍ପରିକ ଆଦିବାସୀ ଗୀତ, ପାରମ୍ପରିକ ଆଦିବାସୀ ଝୋଟି, ପାରମ୍ପରିକ ଆଦିବାସୀ ଖାଦ୍ୟ ଓ ଆଦିବାସୀ ବେଶ ଭୂଷା ର କାର୍ଯ୍ୟକ୍ରମ ର ଆୟୋଜନ ହେବ l ପ୍ରତିଦିନ ସନ୍ଧ୍ୟାରେ ଜିଲ୍ଲାର ଲୁଚି ଯାଇଥିବା ପ୍ରତିଭା ମାନଙ୍କ ପାଇଁ ମଞ୍ଚ ଗୁରୁତ୍ୱ ଦେବ l ଆଦିବାସୀ ନୃତ୍ୟ ଓ ବାଦ୍ୟରେ ତିନିଦିନ ଦୁଲୁକିବ ମଞ୍ଚ l ୧୦୦ ବର୍ଷ ତଳୁ ପୁଷ ପୁନି ନାଟକ ର ଦିବଂଗତ ନାଟୁଆ ମାନଙ୍କୁ ପୁଷ ପୁନି ସମ୍ମାନ ରେ ସମ୍ମାନିତ କରାଯିବ l ବାଲୁକା ଶିଳ୍ପ ଓ ସେଲ୍ଫି ପଏଣ୍ଟ ନବରଙ୍ଗପୁର ଜିଲ୍ଲାର ବିଶିଷ୍ଟ କଳାକାର ସୁବ୍ରତ ଆର୍ଟ ଙ୍କ ତରଫରୁ ସ୍ଥାନ ପାଇବ l ଏହି କାର୍ଯ୍ୟକ୍ରମ ର ଆବାହକ ଭାବେ ସର୍ବ ସମ୍ମତି କ୍ରମେ ବିଶିଷ୍ଟ ସଂଗଠକ ଶ୍ରୀ ମୁନା ତ୍ରିପାଠୀ ଙ୍କୁ ମନୋନୀତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ସୁପରିଚାଳନା ପାଇଁ ଏକ ଏଗାର ଜଣିଆ କମିଟି ଗଠନ କରାଯାଇଛି l ପରବର୍ତ୍ତୀ ସମୟରେ ବିଭିନ୍ନ କମିଟି ର ଅଧ୍ୟକ୍ଷ ମାନଙ୍କୁ ମନୋନୀତ କରିବା ପାଇଁ କମିଟି ନିଷ୍ପତ୍ତି ନେଇଛି l ଏହି କମିଟି ରେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ରାଜ୍ୟ ଓକିଲ ସଙ୍ଘ ଉପସଭାପତି ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ, ବିଶିଷ୍ଟ ଆଦିବାସୀ କଳା ସଂସ୍କୃତି ନିର୍ଦ୍ଧେଶକ ବାବୁ ପାତ୍ର, ଆଇନଜୀବୀ ତଥା କଳାକାର ଶ୍ରୀକାନ୍ତ କୁମାର ପଣ୍ଡା, ବରିଷ୍ଠ ଶିକ୍ଷାବିତ ନିରଞ୍ଜନ ମିଶ୍ର, ସତ୍ୟବାଦୀ ଷଡ଼ଙ୍ଗୀ,ବାର୍ଥ ହରିଜନ, ରାଜ୍ୟ ସରକାର ଙ୍କ ଦ୍ୱାରା ସମ୍ମାନୀତ ନୃତ୍ୟାଙ୍ଗନା ନିରୁପମା ନାୟକ, ନାଟ୍ୟକାର ଦେବଦାସ ମହାଙ୍କୁଡ,ସମାଜସେବୀ ମୃତ୍ୟୁଞ୍ଜୟ ଦାଶ ପ୍ରମୁଖ ସ୍ଥାନ ପାଇଛନ୍ତି l ଏଥିରେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ପ୍ରଶାସନ, ସମସ୍ତ ନିର୍ବାଚିତ ପ୍ରତିନିଧି,ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ଜାତି ମୁଖିଆ ଓ ସାମ୍ବାଦିକ ସଙ୍ଘ ଓ ବିଭିନ୍ନ ସଂଗଠନ ମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ନିର୍ଣ୍ଣୟ କରାଯାଇଛି l ଏଥିରେ କାଦମ୍ବିନୀ ତ୍ରିପାଠୀ, ଜେମାମଣୀ ବିଷୋୟୀ,ପ୍ରଭାସିନୀ ମହାନ୍ତି, ଝରଣା ପଟ୍ଟନାୟକ,ମାୟାରାଣୀ ପାତ୍ର,ଗଣେଶ ଦାଶ,ଜ୍ୟୋତି ପରିଛା,ସିମାଞ୍ଚଳ ରଥ, ସାରଥୀ ସାହୁ,ପ୍ରଦୀପ ସାହୁ,ମନୋଜ ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଅଖିଳ ଭଟ୍ଟ,ପ୍ରଫୁଲ୍ଲ ପଣ୍ଡା,ଗଣପତି ଗୌଡ଼, ଦିଗା ନାୟକ, ସୁନୀଲ ଜାନି, ଶ୍ୟାମ ହରିଜନ,ଅବଦୁଲ ଫିରୋଜ, ବିଡ଼ନ ସୁନା, ଶିବରାମ ସାହୁ, ପି. ଭେଙ୍କେଟ ପ୍ରମୁଖ ଯୋଗ ଦେଇଥିଲେ l 

( ମ ନି ସ ) 

Related posts

ବିଲରେ ଟଳି ପଡିଲେ ଚାଷୀ

Sunil Chandra Nayak

ମହୁଲଡିହାଁ ସତସଙ୍ଗ କେନ୍ଦ୍ର ଠାରେ ଯୁବ ସଚସଙ୍ଗୀଙ୍କ ଦ୍ବାରା ଶ୍ରୀ ଶ୍ରୀ ଠାକୁରଙ୍କ ର ଭାଦ୍ରବ ସତସଙ୍ଗ ଅନୁଷ୍ଠିଚ

Sunil Chandra Nayak

ବନ୍ଧାଗାଁ ରେ ନିଆଁରା ନୁଆଁଖାଇ , ଆମ୍ବେଦକର ଓ ବୁଦ୍ଧଙ୍କ ଫୋଟୋ ପୂଜିବା ପରେ ଖାଇଲେ ନବାନ୍ନ

masiha

Leave a Comment

error: Content is protected !!