ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ରେ ୨୦୨୫ ପାଇଁ ଅନ୍ତିମ ଭୋଟର୍ ତାଲିକା ପ୍ରକାଶିତ 

ନୂଆପଡ଼ା ରେ ୨୦୨୫ ପାଇଁ ଅନ୍ତିମ ଭୋଟର୍ ତାଲିକା ପ୍ରକାଶିତ 

ନୂଆପଡ଼ା, ନୂଆପଡ଼ା ଜିଲ୍ଲାରେ ସ୍ଵତନ୍ତ୍ର ସଂଶୋଧନ ପରେ ୨୦୨୫ ପାଇଁ ଅନ୍ତିମ ଭୋଟର୍ ତାଲିକା ସୋମବାର ୦୬ ଜାନୁୟାରୀ ରେ ପ୍ରକାଶିତ ହୋଇଛି। ଏଥିପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ)ଭୀମସେନ ଶବର, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ବିଭାଗ, ସୁବାଷ ଚନ୍ଦ୍ର ରଇତ, ଏ ଆର୍ ଓ ତଥା ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟି କଲେକ୍ଟର, ନିର୍ବାଚନ ଶାଖା ଶେଖ୍ ନସିମ ଯୋଗ ଦେଇଥିଲେ l ରାଜନୈତିକ ଦଳର ପ୍ରତିନିଧି ହିସାବରେ ଭାରତୀୟ ଜନତା ଦଳରୁ କମଳେଶ ଦୀକ୍ଷିତ, ବିଜୁ ଜନତା ଦଳରୁ ରାମଲାଲ ହଂସ, କଂଗ୍ରେସ ଦଳରୁ ଦେବଦତ୍ତ ଦୀକ୍ଷିତ, ଆପ୍ ଦଳରୁ ଲକ୍ଷ୍ମୀକାନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିରୁ କୁନ୍ତୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ ସଂକ୍ଷିପ୍ତ ସଂଶୋଧନ ପରେ ୭୧ ନ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ୩୦୨ ଟି ବୁଥ୍ ଅଛି l ଏଥିରେ ପୁରୁଷ ଭୋଟର୍ ୧୨୧୬୭୨ , ମହିଳା ଭୋଟର୍ ୧୨୫୪୮୨, ତୃତୀୟ ଲିଂଗି ଭୋଟର୍ ୨୧ ଏହିପରି ସମୁଦାୟ ୨୪୭୧୭୫ ଜଣ ଭୋଟର ଅଛନ୍ତି l ସେହିପରି ୭୨ନ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ମଧ୍ଯ ୩୦୨ ଟି ବୁଥ୍ ଅଛି lଏଥିରେ ପୁରୁଷ ଭୋଟର୍ ୧୨୮୩୫୨ , ମହିଳା ଭୋଟର୍ ୧୨୮୧୮୬, ତୃତୀୟ ଲିଂଗି ଭୋଟର୍ ୧୭ ଏହିପରି ସମୁଦାୟ ୨୫୬୫୫୫ ଜଣ ଭୋଟର ଅଛନ୍ତି l ସମଗ୍ର ଜିଲ୍ଲାରେ ଏଥର ପୁରୁଷ ଭୋଟର୍ ୨୫୦୦୨୪ , ମହିଳା ଭୋଟର୍ ୨୫୩୬୬୮, ତୃତୀୟ ଲିଂଗି ଭୋଟର୍ ୩୮ ଏହିପରି ସମୁଦାୟ ୫୦୩୭୩୦ ଜଣ ଭୋଟର ଅଛନ୍ତି l ଜିଲ୍ଲାରେ ଦିବ୍ୟାଙ୍ଗ ଭୋଟର୍ ୮୭୧୨, ବରିଷ୍ଠ ନାଗରିକ ଭୋଟର୍ ୪୨୬୧ ଏଵଂ ଯୁବ ଭୋଟର୍ ସଂଖ୍ୟା ୧୦୭୭୭ ଅଟେ l ଏବେ ମଧ୍ଯ ଯୁବ ଭୋଟର୍ ମାନେ ଅନ ଲାଇନ ରେ ଭୋଟର୍ ହିସାବରେ ନିଜ ନାମ ପଞ୍ଜିକରଣ କରି ପାରିବେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନିଶାଶକ୍ତ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ,ଚାଳକ ଅଟକ

masiha

୪ ବିଦେଶୀ ଭାଷାରେ ଅନୂଦିତ ହେଲା କବି ଭବାନୀ ଶଙ୍କରଙ୍କ ‘ଲକଡାଉନ’ କବିତା ସଂକଳନ

Sunil Chandra Nayak

ସୁରଦା ଗ୍ରାମରେ ପାୟୋନିୟର କମ୍ପାନୀ ଆନୁକୂଲ୍ୟରେ ଫସଲ ଅମଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!