ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂରେ ଜଳାଶୟରେ ବୃଦ୍ଧଙ୍କ ସଲିଳ ସମାଧି

ତିରିଂରେ ଜଳାଶୟରେ ବୃଦ୍ଧଙ୍କ ସଲିଳ ସମାଧି 

 ମୟୂରଭଞ୍ଜ-୦୬/୦୧ // ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ପଞ୍ଚାୟତ ଅନ୍ତର୍ଗତ ମାଙ୍କିଡିହି ଗ୍ରାମ୍ୟ ଜଳାଶୟରେ ଜଣେ ବୃଦ୍ଧ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ମାଙ୍କିଡିହି ଗ୍ରାମର ଲବେୟ ପୂର୍ତ୍ତି (୫୦) ଶନିବାର ଦିନ ଅପରାହ୍ନରେ ଘରକୁ ଯାଇ ଫେରି ନ ଥିଲେ । ସଂନ୍ଧ୍ୟାରେ ଘରକୁ ନ ଫେରିବାରୁ ଘର ଲୋକ ଖୋଜି ଖୋଜି ତାଙ୍କୁ ପାଇଁ ନ ଥିଲେ । ରବିବାର ଦିନ ଗାଁ ଲୋକେ ପୋଖରୀକୁ ଶୌଚ କରିବାକୁ ଯାଇ ଦେଖନ୍ତି କେହି ଜଣେ ଭାଷୁଛି ।ପୋଖରୀଟି ମାଙ୍କିଡିହି ସ୍କୁଲ ପଛ ପାଖରେ ଅବସ୍ଥିତ ।ଏହାକୁ ନେଇ ଗାଁ ଲୋକେ ଥାନାକୁ ଖବର ଦେଇଥିଲେ ।ପୋଲିସ ଖବର ପାଇ ମୃତକକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ କୁ ପଠାଇଥିଲେ। ସୋମବାର ଦିନ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବସ୍ତା ଅଞ୍ଚଳ ର ସମାଚାର

masiha

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ବୌଦ୍ଧ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ NPS ର ନବବର୍ଷ 2023 ଅଭିନନ୍ଦନ ଓ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!