ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂରେ ଜଳାଶୟରେ ବୃଦ୍ଧଙ୍କ ସଲିଳ ସମାଧି

ତିରିଂରେ ଜଳାଶୟରେ ବୃଦ୍ଧଙ୍କ ସଲିଳ ସମାଧି 

 ମୟୂରଭଞ୍ଜ-୦୬/୦୧ // ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ପଞ୍ଚାୟତ ଅନ୍ତର୍ଗତ ମାଙ୍କିଡିହି ଗ୍ରାମ୍ୟ ଜଳାଶୟରେ ଜଣେ ବୃଦ୍ଧ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ମାଙ୍କିଡିହି ଗ୍ରାମର ଲବେୟ ପୂର୍ତ୍ତି (୫୦) ଶନିବାର ଦିନ ଅପରାହ୍ନରେ ଘରକୁ ଯାଇ ଫେରି ନ ଥିଲେ । ସଂନ୍ଧ୍ୟାରେ ଘରକୁ ନ ଫେରିବାରୁ ଘର ଲୋକ ଖୋଜି ଖୋଜି ତାଙ୍କୁ ପାଇଁ ନ ଥିଲେ । ରବିବାର ଦିନ ଗାଁ ଲୋକେ ପୋଖରୀକୁ ଶୌଚ କରିବାକୁ ଯାଇ ଦେଖନ୍ତି କେହି ଜଣେ ଭାଷୁଛି ।ପୋଖରୀଟି ମାଙ୍କିଡିହି ସ୍କୁଲ ପଛ ପାଖରେ ଅବସ୍ଥିତ ।ଏହାକୁ ନେଇ ଗାଁ ଲୋକେ ଥାନାକୁ ଖବର ଦେଇଥିଲେ ।ପୋଲିସ ଖବର ପାଇ ମୃତକକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ କୁ ପଠାଇଥିଲେ। ସୋମବାର ଦିନ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଥୁଆମୂଳ ରାମପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ୩ ଦଫା ଦାବି ନେଇ ବି.ଇ.ଓ କାର୍ଯ୍ଯାଳୟ ଘେରାଉ

Sunil Chandra Nayak

ସାମ୍ବାଦିକ ସହଯୋଗ କଲେ ଆମେ ସବୁ ସ୍ତରରେ ସଫଳ ହେବୁ:  ଆଇ ଆଇ ସି

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଶ୍ରୀ ଶ୍ୟାମ ପ୍ଲାଇ ହାଉସ ସୋ ରୁମ୍ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!