ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ର ପୂର୍ବତନ ଅଧ୍ୟକ୍ଷ ସୁସାହିତ୍ୟିକ ସତ୍ୟ ପଟ୍ଟନାୟକଙ୍କ ମାତୃ ବିୟୋଗ।

ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ର ପୂର୍ବତନ ଅଧ୍ୟକ୍ଷ ସୁସାହିତ୍ୟିକ ସତ୍ୟ ପଟ୍ଟନାୟକଙ୍କ ମାତୃ ବିୟୋଗ।

ସୁସାହିତ୍ୟିକ, ପ୍ରତିଷ୍ଠିତ ବକ୍ତା ଓ ପଂଚାୟତ୍ ମହାବିଦ୍ୟାଳୟ, ଧର୍ମଗଡ଼ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସତ୍ୟ ପଟ୍ଟନାୟକଙ୍କ ମା’ ଶ୍ରୀମତି ବାସନ୍ତି ପଟ୍ଟନାୟକ ଜାନୁଆରୀ ୨ ତାରିଖ, ଗୁରୁବାର, ଅପରାହ୍ନ ୪:୪୫ରେ ତାଙ୍କ କନିଷ୍ଠ ଭ୍ରାତା କର୍ନେଲ୍ ଶ୍ୟାମ ପଟ୍ଟନାୟକଙ୍କ ବରୋଦା, ଗୁଜୁରାଟ ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି।

ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠପୁତ୍ର ଶ୍ରୀ ସତ୍ୟ ପଟ୍ଟନାୟକ, କର୍ନେଲ୍ ଶ୍ୟାମ ପଟ୍ଟନାୟକ, ପୁତ୍ରବଧୂ ଶ୍ରୀମତି ପ୍ରତିଭା ପଟ୍ଟନାୟକ, ଶ୍ରୀମତି ବିଭୁ ଭବସାର୍, କନ୍ୟାମାନେ ବିଜୟଲକ୍ଷ୍ମୀ, ଇନ୍ଦିରା, ରାଧାରାଣୀ ଓ ଜାମାତାମାନେ—ଷ୍ଟେଟ୍ ବ୍ୟାଙ୍କ ଓଫ୍ ଇଣ୍ଡିଆର ପୂର୍ବତନ ଅଧିକାରୀ ଶ୍ରୀ ଦେବରାଜ ବହିଦାର, ଇଞ୍ଜିନିୟର ନିହାର ପଟ୍ଟନାୟକ, ପ୍ରଫେସର୍ ଡକ୍ଟର୍ ଦେବଜ୍ୟୋତି ଦାସ—ଉପସ୍ଥିତ ରହି ଶେଷକୃତ୍ୟ ସମ୍ପନ୍ନ କରିଥିଲେ।

ଏହି ବିୟୋଗରେ ସେନା ଅଧିକାରୀ, କବି, ସାହିତ୍ୟିକ ଓ ଶିକ୍ଷାବିତ୍ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ପରିବାରଙ୍କ ପ୍ରତି ସମବେଦନା ଜଣାଇ ମନୋବଳ ବଢ଼ାଇଥିଲେ।

ଶ୍ରୀମତି ପଟ୍ଟନାୟକ ପରୋପକାରୀ, ଧର୍ମ ପରାୟଣା ଓ ପ୍ରଗାଢ଼ ଈଶ୍ୱର ବିଶ୍ୱାସୀ ଥିଲେ।ତାଙ୍କ ବିୟୋଗରେ ଧର୍ମଗଡ଼ ଅଞ୍ଚଳର ଅନେକ ପ୍ରତିଷ୍ଠିତ ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନେ ଓ ଅନେକ ଛାତ୍ରଛାତ୍ରୀ ପ୍ରଫେସର୍ ପଟ୍ଟନାୟକଙ୍କ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

ପ୍ରଥମ ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ ସଭା ଆୟୋଜିତ

masiha

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ପାଳିତ

masiha

ରାଜନଗର ଆରଡି ବିଭାଗର ଘୋଟାଲା,ରାତିରେ ପିଚୁ ରାସ୍ତା ରିପ୍ୟାରିଂ ନାରେ ଲୁଟିନେଲେ ଲକ୍ଷଲକ୍ଷ ଟଙ୍କା 

masiha

Leave a Comment

error: Content is protected !!