ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତ ରେ ଭିଜିଲା ମା ଶୁଲିଆ ପୀଠ 

ରକ୍ତ ରେ ଭିଜିଲା ମା ଶୁଲିଆ ପୀଠ 

ପାଟଣାଗଡ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ କୁଳୁତାପଡ଼ା ପଞ୍ଚାୟତର ଖଇରଗୁରା ଓ କୁମୁରିଆ ଗାଁରେ ଶହ ଶହ ବର୍ଷ ଧରି ଚାଲି ଆସୁଥିବା ବହୁ ପୁରାତନ ଓ ପ୍ରସିଦ୍ଧ ଶୁଲିଆ ଯାତ୍ରା ପାଇଁ ଚଳିତ ବର୍ଷର ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସମ୍ପୂର୍ଣ୍ଣ ଭାବେ ଆଦିବାସୀ ପରଂପରା ଅନୁସାରେ ପୂଜା କରାଯିବ ବୋଲି ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଜି ପ୍ରତ୍ୟେକ ବର୍ଷ ଭଲି ଚଳିତ ବର୍ଷ ପୌଷମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ମଙ୍ଗଳବାର ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ଶୁଲିଆ ପିଠ ରେ ଯାତ୍ରା ଆରମ୍ଭ ହେଲେ ପରେ । ଶ୍ରଦ୍ଧାଳୁ ପାଟ, ବୋକା, ପୋଢ଼ ଇତ୍ୟାଦି ଧରି ମନୋକାମନା ପୁରାଣ ପାଇଁ ଶୁଲିଆ ବୁଢ଼ା ନିକଟରେ କରିବେ ଗୁହାରି । ଆଦିବାସୀ ପରମ୍ପରା ଅନୁଯାୟୀ ଶୁଲିଆ ଯାତ୍ରାରେ ବଳି ପ୍ରଥା କାହୁଁ କେତେ କାଳରୁ ଚାଲି ଆସିଥିବା ବେଳେ ଯାତ୍ରା ସ୍ଥଳରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମାଁ ଶୁଳିଆ ପୀଠ ରେ ପହଂଚି ମାଙ୍କୁ ଦର୍ଶନ କରିଥିଲେ ପ୍ରତେକ ବର୍ଷ ସୁଳିଆ ପୀଠ କୁ ଆସନ୍ତି ଶ୍ରୀ ବିଶି ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ ସହ ପୁଲିସ ବିଭାଗ ଉପସ୍ଥିତ ଥିଲେ ହେଲେ ପରମ୍ପରା ଆଗରେ ହାର ମାନି ଯାତ୍ରାରେ କିଭଳି ଶ୍ରଦ୍ଧାଳୁଙ୍କ କୌଣସି ଅସୁବିଧା ନହେବା ଏବଂ ଶାନ୍ତି ଶୃଙ୍ଖଳାରେ ପୂଜା ହେବ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ତା କରାଯାଇଛି । ଯାତ୍ରାକୁ ଖଳାରେ ସେଥିପାଇଁ ଜଣେ ଏଡିସନାଲ ଏସ୍‌ପି, ୪ ଡିଏସ୍‌ପି, ୪ ଆଇଆଇସି, ୮ ଜଣ ସବ୍ ଇନ୍ସପେକ୍ଟର ଓ ଏଏସ୍‌ଆଇ ସହ ୨ ପ୍ଲାଟୁନ୍ ଫୋର୍ସ ଓ ହୋମଗାର୍ଡ ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ମୂତୟନ ହେବେ ବୋଲି ପୋଲିସ ବିଭାଗ ପକ୍ଷରୁ ଏସ୍‌ଡିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଗତ ବର୍ଷରେ ଯାନବାହାନ ଯିବା ଆସିବାରେ ଯେଉଁ ପ୍ରକାର ଅସୁବିଧାର ହେଲା ତାହାକୁ ନଜରରେ ରଖି ଏ ବର୍ଷ ୱାନ୍‌ୱେ ଟ୍ରାଫିକର ବ୍ୟବସ୍ତା କରାଯାଇଛି ଯାହା ଫଳରେ ଖଇରଗୁରା ଦେଇ ଯାତ୍ରା ଖଳାକୁ ଯିବାକୁ ବ୍ୟବସ୍ତା କରାଯାଇଥିବା ବେଳେ ଯାତ୍ରା ସ୍ତଳରୁ ମଣ୍ଡପଳା ମଧ୍ୟଦେଇ ବାହାରିବା ବ୍ୟବସ୍ତା କରାଯାଇଥିବା ଜଣାପଡ଼ିଛି । ସେହିପରି ଯାତ୍ରା ପ୍ରଶାସନ ପକ୍ଷରୁ ଖଳାରେ ପାନୀୟ ଜଳ ଓ ଦେଓଗାଁ ସିଏଚସି ପକ୍ଷରୁ ଡାକ୍ତରୀ ଦଳ ରହିବା ପାଇଁ ବ୍ୟବସ୍ତା କରାଯାଇଥିବା ଜଣାପଡ଼ିଛି । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ହିନ୍ଦୋକ ବନ ବିଭାଗର ଖାମ ଖିଆଲି ମନୋଭାବ ଯୋଗୁଁ ହାତୀ ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା

Sunil Chandra Nayak

୪ ବିଦେଶୀ ଭାଷାରେ ଅନୂଦିତ ହେଲା କବି ଭବାନୀ ଶଙ୍କରଙ୍କ ‘ଲକଡାଉନ’ କବିତା ସଂକଳନ

Sunil Chandra Nayak

କାମାକ୍ଷାନଗର ମହାଲକ୍ଷ୍ମୀ ୟୁଥ୍ କ୍ଳବ୍ ପକ୍ଷରୁ ୭୪ ତମ ଗଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!