ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ପାଇଁ ‘ପଞ୍ଜିକରଣ, ଆବାସ ଓ ପରିବହନ ବ୍ୟବସ୍ଥା ଉପ ସମିତି’ର ପୂର୍ବ ପ୍ରସ୍ତୁତି ବୈଠକ

କଳାହାଣ୍ଡି ଉତ୍ସବ ପାଇଁ ‘ପଞ୍ଜିକରଣ, ଆବାସ ଓ ପରିବହନ ବ୍ୟବସ୍ଥା ଉପ ସମିତି’ର ପୂର୍ବ ପ୍ରସ୍ତୁତି ବୈଠକ

ଭବାନୀପାଟଣା: କଳାହାଣ୍ଡିର କଳା, ସଂସ୍କୃତି, ଐତିହ, ପରମ୍ପରାରର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ‘ଘୁମୁରା’-୨୦୨୫ ଆସନ୍ତା ଜାନୁଆରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଭବାନୀପାଟଣା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ , ଜିଲ୍ଲା ସଂସ୍କୃତି ପରିଷଦ, ଉତ୍ସବ ପାଳନ ସବ୍ କମିଟିର ଆବଶ୍ୟକ ପୂର୍ବ ପ୍ରସ୍ତୁତି ଜାରିରହିଛି। ଏହି କ୍ରମରେ ଆଜି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଶ୍ରୀ ଇନ୍ଦ୍ରଜିତ ମହାଖୁଡଙ୍କ ଅଧ୍ୟକ୍ଷତାରେ ପଞ୍ଜିକରଣ, ଆବାସ ଓ ପରିବହନ ବ୍ୟବସ୍ଥା ଉପ ସମିତିର ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଆଗାମୀ କଳାହାଣ୍ଡି ଉତ୍ସବ-୨୦୨୫ କୁ ଅଧିକ ଆକର୍ଷଣୀୟ ଓ ସରସ ସୁନ୍ଦର ଭାବରେ ସମସ୍ତଙ୍କ ସହଯୋଗରେ ଜିଲ୍ଲା, ଜିଲ୍ଲା ବାହାରୁ ରାଜ୍ୟ ବାହାରୁ ଆସୁଥିବା ସାଂସ୍କୃତିକ ଦଳର ସଦସ୍ୟ ମାନେ ରହିବା, ପରିବହନ ଓ ପଞ୍ଜିକରଣ କେମିତି ସୁନ୍ଦର ଭାବେ ହେଇ ପାରିବ ସେହି ବିଷୟ ରେ ଆଲୋଚନା କରାଗଲା। ଏହି ବୈଠକରେ ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ଗତିକୃଷ୍ଣ ସାମନ୍ତରାୟ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସୁବୋଧ ଛତ୍ରିଆ, ଉପ ସମିତିର ଉପାଧ୍ୟକ୍ଷ ଶ୍ରୀ ଚିତ୍ତ ରଞ୍ଜନ ପାତ୍ର, ଆବାହକ ଶ୍ରୀ ଆଲୋକ କୁମାର ସାହୁଙ୍କ ସମେତ ଉପ ସମିତିର ଅନ୍ୟ ସଦସ୍ୟ ଓ ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ। ଶେଷ ରେ ଉପ ସମିତିର ସଦସ୍ୟ ନୀଳାଞ୍ଚଳ ପାନ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଅଂଜୁମନ୍ ତାଇଦେ ଇସ୍‌ଲାମ୍‌ର ମେଧା ସମ୍ମାନ ଉତ୍ସବ – ୨୦୨୫ 

Sunil Chandra Nayak

୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!