ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ରାଉରକେଲା/ ସେକ୍ଟର ୪ସ୍ଥିତ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମସୁରକ୍ଷା ତାଲିମ ଶିବିର ୨୦୨୧- ୨୨ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକ୍ରମ ର ସଂଯୋଜିକା ଅଧ୍ୟାପିକା ବନ୍ଦନା ସୋରେନ ଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସେକ୍ଟର ୩ ଥାନାର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ମହିଳାମାନେ ଆମ ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସମାଜ ଗଠନରେ ସେମାନଙ୍କ ଅବଦାନ ଅନେକ। ତେଣୁ ସେମାନଙ୍କୁ ସୁରକ୍ଷା ଦେବା ତଥା ସେମାନଙ୍କ ପାଇଁ ଆତ୍ମସୁରକ୍ଷା ଅତ୍ୟାବଶକୀୟ ଓ ଜରୁରୀ ହୋଇପଡିଛି। ଆତ୍ମବିଶ୍ବାସ ବଢାଇବା ସହ ଶାରିରୀକ, ମାନସିକ, ସାମାଜିକ, ଅର୍ଥନୈତିକ ଓ ଶୈକ୍ଷିକ ସ୍ତରକୁ ଉନ୍ନତି କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ। କୌଣସି ଅସୁବିଧାରେ ୧୧୨ ନମ୍ବରକୁ ଫୋନ୍ କରିବା ସହ ଆବଶ୍ୟକ ପଡିଲେ ହୁଇସିଲ ବ୍ୟବହାର କରିବା ପାଇଁ ଶ୍ରୀ ପ୍ରଧାନ କହିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଏହିଭଳି କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢାଇବ ବୋଲି କହିଥିବା ବେଳେ ଅଧ୍ୟାପିକା ରଶ୍ମିପ୍ରଭା ମଥାନ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ। ୨୪ଦିନ ଧରି ଚାଲିଥିବା ଏହି ଶିବିରରେ ୨୯୩ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରଶ୍ମିରଂଜନ ରାଉତ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପିକା ଡଃ ଅଞ୍ଜନା ମୈତ୍ର ସିହ୍ନା, ଅଧ୍ୟାପିକା ତପସ୍ବିନୀ ମିଶ୍ର, ଅଧ୍ୟାପିକା ଭାରତୀ ବରୁଆ, ଅଧ୍ୟାପକ ତରଣୀ ନାୟକ,ସୌରଭ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରୀ ନିକିତା ଶର୍ମା ନିଜ ଅଭିଜ୍ଞତା ବଖାଣି ଥିବା ବେଳେ ମୁଖ୍ୟଅତିଥି ଶ୍ରୀ ବିଶ୍ବାଳ ଅଂଶଗ୍ରହଣ କରିଥିବା ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁସ୍ତକ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆତ୍ମସୁରକ୍ଷା ତାଲିମ ଦେଇଥିବା ଜୟକୁମାରୀ ସିଂହ, ତେଜସ୍ବିନୀ ଷଡଙ୍ଗୀ ଓ ଖୁସବୁ କେରକେଟା ଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା। ଶେଷରେ ଅଧ୍ୟାପିକା ବୈଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଅସ୍ତରାଗ

ତେନ୍ତୁଳିଖୁଣ୍ଟି ତହସିଲ :ଅମୃତ ମହୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ରୀ ଛାତ୍ର ଙ୍କୁ ପୁରସ୍କାର ବିତରଣ ଓ ବିଦ୍ୟାଳୟ ଗୁଡିକୁ ପଟ୍ଟା ବଣ୍ଟନ

Sunil Chandra Nayak

ଖଡ଼ିଆଳ ଜନ ମଞ୍ଚ ପକ୍ଷରୁ ବେଞ୍ଚ ମାର୍କ ମୂଲ୍ୟ ବୃଦ୍ଧି ବିରୁଦ୍ଧ ରେ ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!