ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ରାଉରକେଲା/ ସେକ୍ଟର ୪ସ୍ଥିତ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମସୁରକ୍ଷା ତାଲିମ ଶିବିର ୨୦୨୧- ୨୨ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକ୍ରମ ର ସଂଯୋଜିକା ଅଧ୍ୟାପିକା ବନ୍ଦନା ସୋରେନ ଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସେକ୍ଟର ୩ ଥାନାର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ମହିଳାମାନେ ଆମ ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସମାଜ ଗଠନରେ ସେମାନଙ୍କ ଅବଦାନ ଅନେକ। ତେଣୁ ସେମାନଙ୍କୁ ସୁରକ୍ଷା ଦେବା ତଥା ସେମାନଙ୍କ ପାଇଁ ଆତ୍ମସୁରକ୍ଷା ଅତ୍ୟାବଶକୀୟ ଓ ଜରୁରୀ ହୋଇପଡିଛି। ଆତ୍ମବିଶ୍ବାସ ବଢାଇବା ସହ ଶାରିରୀକ, ମାନସିକ, ସାମାଜିକ, ଅର୍ଥନୈତିକ ଓ ଶୈକ୍ଷିକ ସ୍ତରକୁ ଉନ୍ନତି କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ। କୌଣସି ଅସୁବିଧାରେ ୧୧୨ ନମ୍ବରକୁ ଫୋନ୍ କରିବା ସହ ଆବଶ୍ୟକ ପଡିଲେ ହୁଇସିଲ ବ୍ୟବହାର କରିବା ପାଇଁ ଶ୍ରୀ ପ୍ରଧାନ କହିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଏହିଭଳି କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢାଇବ ବୋଲି କହିଥିବା ବେଳେ ଅଧ୍ୟାପିକା ରଶ୍ମିପ୍ରଭା ମଥାନ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ। ୨୪ଦିନ ଧରି ଚାଲିଥିବା ଏହି ଶିବିରରେ ୨୯୩ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରଶ୍ମିରଂଜନ ରାଉତ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପିକା ଡଃ ଅଞ୍ଜନା ମୈତ୍ର ସିହ୍ନା, ଅଧ୍ୟାପିକା ତପସ୍ବିନୀ ମିଶ୍ର, ଅଧ୍ୟାପିକା ଭାରତୀ ବରୁଆ, ଅଧ୍ୟାପକ ତରଣୀ ନାୟକ,ସୌରଭ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରୀ ନିକିତା ଶର୍ମା ନିଜ ଅଭିଜ୍ଞତା ବଖାଣି ଥିବା ବେଳେ ମୁଖ୍ୟଅତିଥି ଶ୍ରୀ ବିଶ୍ବାଳ ଅଂଶଗ୍ରହଣ କରିଥିବା ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁସ୍ତକ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆତ୍ମସୁରକ୍ଷା ତାଲିମ ଦେଇଥିବା ଜୟକୁମାରୀ ସିଂହ, ତେଜସ୍ବିନୀ ଷଡଙ୍ଗୀ ଓ ଖୁସବୁ କେରକେଟା ଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା। ଶେଷରେ ଅଧ୍ୟାପିକା ବୈଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ରାଜସ୍ବ ଗୃହ ନିର୍ମାଣ ଚାଲିଛି , ସରପଞ୍ଚ ଜାଣି ନାହାନ୍ତି କେଉ ବିଭାଗ ଓ କେତେ ଟଙ୍କା ବ୍ୟୟରେ କାର୍ଯ୍ୟ ହେଉଛି l

Sunil Chandra Nayak

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(ଏମ୍ସ) , ୩୦୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଏବେ ମାଗଣା

କୋକସରା ବ୍ଲକ ଅଙ୍ଗନବାଡି କର୍ମି ସମୁହଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!