ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ପାଇଁ ଧର୍ମଗଡ ରେ ମଶାଲ ଯାତ୍ରା

କଳାହାଣ୍ଡି ଉତ୍ସବ ପାଇଁ ଧର୍ମଗଡ ରେ ମଶାଲ ଯାତ୍ରା

କଳାହାଣ୍ଡି ର କଲା, ସଂସ୍କୃତି, ଐତିହ୍ୟ,ପରମ୍ପରା, ଲୋକ ଗୀତ, ଲୋକ ନୃତ୍ୟ, କ୍ରୀଡା ର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମରା ୨୦୨୫ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଧିପନା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ସନ୍ଧ୍ୟା ସମୟରେ କଳାହାଣ୍ଡି ଉତ୍ସବ ହେବାକୁ ଥିବା ବେଳେ ସକାଳ ସମୟରେ ଏକ ମଶାଲ ଶୋଭାଯାତ୍ରା ଧର୍ମଗଡ ସ୍ଥିତ ଭଣ୍ଡାରଘରଣୀ ମନ୍ଦିର ରୁ ପୂଜାର୍ଚନା କରି ସହର ପରିକ୍ରମା କରି ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ଙ୍କ ତତ୍ୱାବଧାନ ରେ ବ୍ଲକ ଉତ୍ସବ ପଡିଆରେ ସ୍ଥାପିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ବିଡ଼ିଓ ଶରତ କୁମାର ପାତ୍ର , ଉପାଧ୍ୟକ୍ଷା ଜୁଳି ମେହେର, ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା , ବ୍ରାହ୍ମଣ ଛେଣ୍ଡିଆ ସରପଞ୍ଚ ମନୋଜ ନାଏକ, ଗଡିଆଯୋର ସରପଞ୍ଚ ଉଦିତ ନାଏକ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଏସଏଚଜି ମହିଳା, ମିଶନଶକ୍ତି ମହିଳା ଏବଂ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ମହାବୀର ଶାନ୍ତି ସଂଗଠନର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ଜୁନାଗଡ଼ ବସଷ୍ଟାଣ୍ଡ ନା ମାର୍କେଟ କମ୍ପ୍ଲେକ୍ସ , ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ରାସ୍ତାରେ ଜମୁଛି ପାଣି

Sunil Chandra Nayak

ଶ୍ରଦ୍ଧା ରେ ବିଦ୍ୟୁତ୍ ସମ୍ବନ୍ଧୀୟ ସଚେତନତା ଶିବିର

masiha

Leave a Comment

error: Content is protected !!