ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ବାଇକ ମୁହାଁମୁହିଁ ଧକ୍କା ତିନି ଆହାତ ଜଣେ ଗୁରୁତ୍ୱର

ଦୁଇ ବାଇକ ମୁହାଁମୁହିଁ ଧକ୍କା ତିନି ଆହାତ ଜଣେ ଗୁରୁତ୍ୱର 

ବନ୍ଧୁଗାଁ ତା, ୮/୧/୨୫,ବନ୍ଧୁଗାଁ ଥାନା ଏସଡା ଗ୍ରାମ ନିକଟ ଏକ ଘାସ ବୋଇଲର ନିକଟ ଠାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇ ଜଣେ ଗୁରୁତର ଆହାତ ହୋଇଥିବା ବେଳେ ତିନିଜଣ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ଆହାତ ମାନଙ୍କ ମଧ୍ୟରେ ନିଲାବାଡ଼ି ଗ୍ରାମର ଜଣେ ଶିକ୍ଷକ ବାଡ଼ି ଜାବାଦୀ କ୍ରିଷ୍ଣା,ବଡ ସରପଲ୍ଲୀ ଗ୍ରାମର ମୁନା ପିଡ଼ିକା ଓ ପାପେୟା ମାଣ୍ଡିଙ୍ଗ ହୋଇଥିବା ବେଳେ ଅମାଲୁ ପୀଡିକା ଗୁରୁତର ଆହତ ହୋଇଛନ୍ତି। ଅମାଲୁଙ୍କୁ ପ୍ରଥମେ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ ପାର୍ବତୀପୁର ସ୍ଥାନାନ୍ତର କରାଯାଇଛି । ଖବର ନେବାରେ ଜଣା ପଡିଛିକି ଶିକ୍ଷକ ଜଣକ ନିଜ ବାଇକ ହଣ୍ଡା ସାଇନ ଓଆର ୧୦ ଯେ ୬୦୦୪ ଘରୁ ବାହାରି ଆଲମଣ୍ଡା ପଞ୍ଚାୟତର ସାନ ବାଙ୍କିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଯାଉଥିବା ବେଳେ ସାମ୍ନା ପଟୁ ଏକ ବାଇକ ଯୋଗେ ତିନିଜଣ ଯୁବକ ନିଜ ଗାଁ ବଡ଼ ସୋରପୋଲି କୁ ଫେରୁଥିବା ବେଳେ ଏସାଡା ଗ୍ରାମ ନିକଟ ସମେୟା ପୀଡିକାଙ୍କ ଲେମନ ଘାସ ବୈଲିଙ୍ଗ ସେଣ୍ଟର ନିକଟରେ ମୁହାଁ ମୁହିଁ ଧକ୍କା ହୋଇ ରାସ୍ତା କଡରେ ପଡ଼ିଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକେ ତାଙ୍କୁ ଉଧାର କରି ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ। ଖବର ଲେଖା ହେବା ସୁଧା ବନ୍ଧୁଗାଁ ଥାନାରେ କୌଣସି ମାମଲା ରୁଜୁ କରଯାଇନଥିବା ଜଣା ପଡିଛି।

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

 

Related posts

ଥୁଆମୁଳ ରାମପୁର; ବିଭିନ୍ନ ସମସ୍ୟାରେ ଜର୍ଜରିତ,  ସମସ୍ୟା ଅନେକ ସମସ୍ୟାର ସମାଧାନ ଶୂନ, ମାଳ ମାଳ ଯୋଜନା ଯୋଜନା ବାଟବଣା  ଅଞ୍ଚଳବାସୀ ହନ୍ତସନ୍ତ

Sunil Chandra Nayak

ବୟୋଜ୍ୟେଷ୍ଠ ବ୍ଯକ୍ତିଙ୍କ ପରଲୋକ

masiha

ତୃତୀୟ ଜିଲ୍ଲା ସମନ୍ଵୟ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!