ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ଅନୁକୂଳ ପଞ୍ଚାୟତ ଗଠନ ନେଇ ତାଲିମ 

ମହିଳା ଅନୁକୂଳ ପଞ୍ଚାୟତ ଗଠନ ନେଇ ତାଲିମ 

   ଡାବୁଗାଁ, ୯/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ମହିଳା ଅନୁକୁଳ ପଞ୍ଚାୟତ ଗଠନ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମହିଳା ମାନେ ଆର୍ଥିକ, ସାମାଜିକ, ରାଜନୈତିକ, ଶିକ୍ଷା ସହ ପ୍ରତ୍ୟେକ କ୍ଷେତ୍ରରେ ଅଂଶ ଗ୍ରହଣ କରି ଶଶକ୍ତ ହେବା, ପଞ୍ଚାୟତର ବର୍ତ୍ତବ୍ୟ, ସମାଜର ଦାୟିତ୍ଵ,, ପ୍ରଶାସନ କର୍ତ୍ତବ୍ୟ, ମହିଳା ଅନୁକୂଳ ପଞ୍ଚାୟତ ଗଠନ ନେଇ ତାଲିମ ଦିଆଯାଇଥିଲା | ଏଥିରେ ପ୍ରଶିକ୍ଷକ ଭାବେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ସିପି ପ୍ରବୀଣ କୁମାର ପଟ୍ଟନାୟକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳୀ, ଅର୍ଜୁନ ଭତ୍ରା, ହଳଧର ଜାନୀ, ଦିବ୍ୟଶଙ୍କର ପୂଜାରୀ, ରୂପାଲୀ ମଣ୍ଡଳ ଓ କାମିନୀ ହରିଜନ, ସମସ୍ତ ସରପଞ୍ଚ, ଅଙ୍ଗନୱାଡି କର୍ମୀ, ଏମବିକେ, ଏସିଡିଓ ଓ ଗ୍ରାମ ରୋଜଗାର ସେବିକା ସେବକ ମାନେ ତାଲିମ ନେଇଥିଲେ | ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପରିଚାଳନା କରିଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

Pana Distribution Event Celebrates Odia New Year and Hanuman Jayanti  

masiha

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ     

masiha

ରାଇରଙ୍ଗପୁର ଵ୍ଳକ ପରିସରେ ପଞ୍ଚାୟତ ସମିତି ସ୍ତରୀୟ ସ୍ବାବଲମ୍ବୀ ଯୁଵ- ସମୃଦ୍ଧ ସମାବେଶ

Sunil Chandra Nayak

Leave a Comment

error: Content is protected !!