ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ଅନୁକୂଳ ପଞ୍ଚାୟତ ଗଠନ ନେଇ ତାଲିମ 

ମହିଳା ଅନୁକୂଳ ପଞ୍ଚାୟତ ଗଠନ ନେଇ ତାଲିମ 

   ଡାବୁଗାଁ, ୯/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ମହିଳା ଅନୁକୁଳ ପଞ୍ଚାୟତ ଗଠନ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମହିଳା ମାନେ ଆର୍ଥିକ, ସାମାଜିକ, ରାଜନୈତିକ, ଶିକ୍ଷା ସହ ପ୍ରତ୍ୟେକ କ୍ଷେତ୍ରରେ ଅଂଶ ଗ୍ରହଣ କରି ଶଶକ୍ତ ହେବା, ପଞ୍ଚାୟତର ବର୍ତ୍ତବ୍ୟ, ସମାଜର ଦାୟିତ୍ଵ,, ପ୍ରଶାସନ କର୍ତ୍ତବ୍ୟ, ମହିଳା ଅନୁକୂଳ ପଞ୍ଚାୟତ ଗଠନ ନେଇ ତାଲିମ ଦିଆଯାଇଥିଲା | ଏଥିରେ ପ୍ରଶିକ୍ଷକ ଭାବେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ସିପି ପ୍ରବୀଣ କୁମାର ପଟ୍ଟନାୟକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳୀ, ଅର୍ଜୁନ ଭତ୍ରା, ହଳଧର ଜାନୀ, ଦିବ୍ୟଶଙ୍କର ପୂଜାରୀ, ରୂପାଲୀ ମଣ୍ଡଳ ଓ କାମିନୀ ହରିଜନ, ସମସ୍ତ ସରପଞ୍ଚ, ଅଙ୍ଗନୱାଡି କର୍ମୀ, ଏମବିକେ, ଏସିଡିଓ ଓ ଗ୍ରାମ ରୋଜଗାର ସେବିକା ସେବକ ମାନେ ତାଲିମ ନେଇଥିଲେ | ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପରିଚାଳନା କରିଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲାୟନ୍ସ କ୍ଳବ୍ “ନବରଙ୍ଗପୁର ଇଲାଇଟ୍ ” ଦ୍ଵାରା ୮୦ ତମ ସ୍ଵାଧୀନତା ଦିବସ ପାଳିତ       

Sunil Chandra Nayak

ଶୁଭାରମ୍ଭ ହେଲା ଡିଫାଇନ୍ କଳାହାଣ୍ଡିର ସଦସ୍ୟତା ଅଭିଯାନ

masiha

ଅବ୍ୟବସ୍ଥା ମଧ୍ୟରେ ଆଲମଣ୍ଡା ସାପ୍ତାହିକ ହାଟ

masiha

Leave a Comment

error: Content is protected !!