ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଣ୍ଡପାଟ ଅଞ୍ଚଳ କୁ ବ୍ଲକ ଦାବି ନେଇ ଧର୍ମଗଡ ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ 

ଦଣ୍ଡପାଟ ଅଞ୍ଚଳ କୁ ବ୍ଲକ ଦାବି ନେଇ ଧର୍ମଗଡ ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ 

କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳ କୁ ବ୍ଲକ ଦାବି ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦଣ୍ଡପାଟ ଅଞ୍ଚଳର ୧୧ ଗୋଟି ଗ୍ରାମ ପଞ୍ଚାୟତ ର ପଞ୍ଚାୟତ ପ୍ରତିନିଧି,ବୁଦ୍ଧିଜୀବୀ,ଓ ସାଧାରଣ ଜନତା ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରାଯାଇଛି ।ଦଣ୍ଡପାଟ ଅଞ୍ଚଳ ରେ କୋକସରା ବ୍ଲକ ର ଡାଳଗୁମା, ମୂଷାପାଲି ,ଖୁଣ୍ଟିଆ, ସାନ ପୋଡାଗୁଡ଼ା, ଗୋତ ମୁଣ୍ଡା, ଡହ ଗାଁ ର ସବୁ ଗ୍ରାମ ତଥା ମହିମା ଓ ମୋଟର ର ଅର୍ଦ୍ଧାଧିକ ଗ୍ରାମ ସେହି ପରି ଧର୍ମଗଡ ବ୍ଲକ ର ଜୟନ୍ତ ପୁର,ବେହେରା,ଧଅଁର ପୁର,ତେଣ୍ଡାପାଲି,ଛଞ୍ଚାଣ ବାହାଲି, ପର୍ଲା,କଦଳୀ ମୁଣ୍ଡା, ଘୁମର ଓ ଗଡିଆ ଜୋର ଗ୍ରାମ ପଞ୍ଚାୟତ ଆସିଥାଏ। ସଂପୂର୍ଣ୍ଣ ଭାବେ ୧୬ ଟି ପଞ୍ଚାୟତ ଓ ୨ଟି ପଞ୍ଚାୟତ ର ଅର୍ଦ୍ଧାଧିକ ଗ୍ରାମ ଦଣ୍ଡପାଟ ବୋଲି ବିବେଚନା କରାଯାଇଥାଏ ।କଳାହାଣ୍ଡି ର ଉପାନ୍ତ ଅଞ୍ଚଳ କୁହା ଯାଉଥିବା ଦଣ୍ଡ ପାଟ ଅଞ୍ଚଳ ଉଭୟ ସରକାରୀ ଏବଂ ପ୍ରଶାସନିକ ସ୍ତରରେ ଅବହେଳିତ ହୋଇ ରହିଛି। ବିଭିନ୍ନ ପଞ୍ଚାୟତ ଏବଂ ଗ୍ରାମ ବ୍ଲକ ସଦରମହକୁମାଠାରୁ ପ୍ରାୟ ୨୫ ରୁ ୩୦ କିମି ଦୂରରେ ରହୁଥିବାରୁ ଗମନାଗମନ ଓ ଅନ୍ୟାନ କ୍ଷେତ୍ରରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତିବୋଲି ଦାବିପତ୍ର ରେ ଉଲ୍ଲେଖ ରହିଛି।

 ବିଜୁପଟ୍ଟନାୟକ ଙ୍କ ମୁଖ୍ୟମନ୍ତ୍ରୀ କାଳରୁ ଦଣ୍ଡପାଟ କୁ ବ୍ଲକ କରାଯିବାକୁ ଦାବି ହୋଇ ଆସୁଛି। ଚଳିତ ଲୋକପ୍ରିୟ ସରକାର ବ୍ଲକ ପୁନର୍ଗଠନ ପାଇଁ ବିଚାର କରୁଥିବା ଜାଣିବାକୁ ପାଇ ପୁଣି ଥରେ ଦଣ୍ଡପାଟ ବ୍ଲକ ର ସ୍ବପ୍ନ ଅଞ୍ଚଳ ବାସୀ ଙ୍କ ମନରେ ଉଜ୍ଜୀବିତ ହୋଇଛି।ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଧର୍ମଗଡ ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ କ୍ରିୟାନୁଷ୍ଠାନ କମିଟି ର ଆବାହକ ଭବେଶ ଗଏନ୍ତା, ସଭାପତି ଘନଶ୍ୟାମ ପଟେଲ, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ସମ୍ପାଦକ ପ୍ରଶାନ୍ତ ତିୱାରୀ, ସହ ସମ୍ପାଦକ ଅକ୍ଷୟ ନାଏକ , କୋଷାଧ୍ୟକ୍ଷ ଲଲିତ ବାଣୁଆ, ସରପଞ୍ଚ ଗୌଲୋଚନ ଗୋପାଳ, ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ, ପୂର୍ବତନ ଡିପିଇଓ ଧର୍ମାନନ୍ଦ ସେଠିଆ, ତରେଶ ବିଶି, ନିର୍ମଳ ଗୋପାଳ, ହିମାଞ୍ଚଳ ପୁଝାରୀ, ଭିକାରି ନିଆଲ, ଧର୍ମବ୍ରତ ପଣ୍ଡା, ଶୀଧେଶ୍ୱର ଭଏସଲ,ସମେତ ଦଣ୍ଡପାଟ ଅଞ୍ଚଳ ର ଶତାଧିକ ଲୋକ ଉପସ୍ଥିତ ଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି :୫୩ ଅଭିଯୋଗ ରୁ ୧୬ ଗୋଷ୍ଠି ସମସ୍ୟା

ନାଟ୍ୟ ପଦଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସର୍ଗିଗୁଡା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା ଅଭିଯୋଗ

masiha

Leave a Comment

error: Content is protected !!