ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିରାମଲ୍ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ର ସାମ୍ବାଦିକ, ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ 

ପିରାମଲ୍ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ର ସାମ୍ବାଦିକ, ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ 

 ନୂଆପଡ଼ା, ନୂଆପଡା ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ (ଡ଼ାଏଟ୍) ସଭା ଗୃହରେ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ବିକାଶ ସହଯୋଗୀ ଭାବରେ ଜିଲ୍ଲାରେ କାର୍ଯ୍ୟ କରୁଥିବା, ପିରାମଲ୍ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାର ସାମ୍ବାଦିକ, ଗଣ ମାଧ୍ୟମ ପ୍ରତିନିଧି ଓ କମ୍ୟୁନିଟି ରେଡ଼ିଓ ପ୍ରତିନିଧି ମାନଙ୍କୁ ନେଇ “ସଲ୍ୟୁସନ୍ ଜର୍ନାଲିଯିମ୍” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି ଆଲୋଚନା ଚକ୍ର ରେ ଆକାଂକ୍ଷା ଜିଲ୍ଲା ଓ ଆକାଂକ୍ଷା ବ୍ଲକ୍ କାର୍ଯ୍ୟକ୍ରମରେ ଗଣ ମାଧ୍ୟମର ଭୂମିକା ଓ ସମସ୍ୟା ଉପରେ ଆଲୋକପାତ କରା ଯାଇଥିଲା। ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବିଦ୍ୟାପତି ପଣ୍ଡା, ସମ୍ମାନନୀୟ ଅତିଥି ଭାବରେ ନୂଆପଡା ଜିଲ୍ଲା ସାମ୍ବାଦିକ ସଙ୍ଗ ସଭାପତି ସୁରେଶ ଆଚାରି ଓ ମୁଖ୍ୟ ବକ୍ତା ଭାବରେ ନୂଆପଡ଼ା ଯାନ ର ସଭାପତି ଘନଶ୍ୟାମ ଭୋଇ ଉପସ୍ଥିତ ଥିଲେ। ଜିଲ୍ଲା ରୁ ଅନ୍ୟୁନ ୨୫ ଜଣ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ଓ ରେଡ଼ିଓ ପାର୍ଟନର ଏହି ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରି ନିଜର ପକ୍ଷ ଓ ଆଗାମୀ ଦିଗରେ ସାମ୍ବାଦିକତାକୁ ସୁଦୃଢ଼ କରିବା ଦିଗରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ପିରାମଲ ଫାଉଣ୍ଡେସନ ପକ୍ଷରୁ ଜଏ ପ୍ରଧାନ, ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀଯୁକ୍ତ ବି ଏନ୍ ଦୁର୍ଗା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିକ୍ରମ କେଶରୀ ରଣା, ଦେବାଶିଷ ଘୋଷ, ନର୍ଗିସ ପରୱିନ୍, ଶ୍ରୱନ ପାଶୱାନ, ୱର୍ଷା ନାଗର ଓ ଭବାନୀ ନାୟକ ପ୍ରମୁଖ ସହଯୋଗ କରି ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କ୍ବାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆ ର ଦ୍ବଦିବସୀୟ କାର୍ଯ୍ୟକ୍ରମ ଆସନ୍ତା ୨୩ରୁ….

masiha

ଘାଟିରେ ପିକ ଅପ୍ ଭ୍ୟାନ ଓଲଟି ୩୩ ଆହତ ,୧୩ ଗୁରୁତର କୋରାପୁଟ ସ୍ଥାନାନ୍ତର 

Sunil Chandra Nayak

ଭବାନୀପାଟଣା ବ୍ରଜବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

Sunil Chandra Nayak

Leave a Comment

error: Content is protected !!