ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ 

ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ 

ଆସିକା, ୧୦/୧/୨୫ // ଅଦିନିଆ ବର୍ଷା ଜନିତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଉପଯୁକ୍ତ ଆକଳନ କରାଯାଇ ତୁରନ୍ତ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଆଜି ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସମ୍ପାଦକ ପ୍ରତାପ ନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କୁ ଏକ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଯଥାର୍ଥ ଓ ନିରପେକ୍ଷ ଆକଳନ କରି ଫସଲର କିସମ ଅନୁଯାୟୀ ଚାଷୀ ଓ ଭାଗ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ,ଫସଲ ହାନି ଜନିତ ଆତ୍ମ ହତ୍ୟା କିମ୍ବା ହୃଦଘାତ ରେ ମୃତ୍ୟୁ ବରଣ କରିଥିବା ଚାଷୀ ପରିବାରକୁ 20 ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ପ୍ରଦାନ,ମଣ୍ଡି ବ୍ୟବସ୍ଥାରେ ଅରାଜକତା ବନ୍ଦ କରି ଭଲ ଖରାପ ସମସ୍ତ ଧାନ ଚାଷୀଙ୍କ ଠାରୁ କିଣିବା,କୃଷି ଋଣ ସମ୍ପୂର୍ଣ ଛାଡ କରିବା ଓ ଫସଲ ବୀମା କରିଥିବା ଚାଷୀ ମାନଙ୍କୁ ତୁରନ୍ତ ବିମାରାସି ପ୍ରଦାନ ପାଇଁ ଏଥିରେ ଉଲ୍ଲେଖ ରହିଛି। ଅଜି ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସମ୍ପାଦକ ପ୍ରତାପ ନାୟକଙ୍କ ସମେତ ବ୍ଲକ ସଭାପତି ନରସିଂହ ଦଳବେହେରା,ବ୍ଲକ କମିଟି ସଭ୍ୟ ଯକ୍ଷ ଗମାଙ୍ଗ,ସଞ୍ଜୟ ରଇତ, ମନସ ଭୂୟାଁ,କବି ନାୟକ,ସୁମିତ୍ରା ନାହାକ,ଉଷା ନାୟକ, ସଂତୋଷୀ ନାୟକ ଓ ବନିତା ନାୟକଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଶୋଭାଯାତ୍ରାରେ ସମବେତ ହୋଇ ଦାବିପତ୍ର ପ୍ରଦାନ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସୀହା ନ୍ୟୁଜ୍

Related posts

ବିଦ୍ୟାଳୟ ମଧ୍ୟ ଦେଇ ଯିବାକୁ ଥିବା ସ୍ୱରେଜ ପାଇପକୁ ବିରୋଧ 

masiha

ଅଯୋଗ୍ୟକୁ ଦାୟତ୍ୱ ଧରାଇଥିବାରୁ ନର୍ଭେରାମର ପ୍ଲାଣ୍ଟ ନିର୍ମାଣ ସ୍ବପ୍ନ

masiha

ଭଏସ୍ ଅଫ୍ ମିଡ଼ିଆ ଗଞ୍ଜାମ ଜିଲ୍ଲା ପକ୍ଷରୁ ସାଂଗଠନିକ ପ୍ରସ୍ତୁତି ବୈଠକ 

Leave a Comment

error: Content is protected !!