ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ମତଦାତା ଦିବସ ୨୦୨୫ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଜାତୀୟ ମତଦାତା ଦିବସ ୨୦୨୫ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଭବାନୀପାଟଣା(୧୦/୦୧/୨୦୨୪); ଆଗାମୀ ଜାନୁଆରୀ ୨୫ ତାରିଖ ଦେଶ ପାଳିବା ୧୫ ତମ ଜାତୀୟ ମତଦାତା ଦିବସ। ଏହି ପରିପେଖି ରେ ଭବାନୀପାଟଣା ସ୍ଥିତ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସଭଗୃହରେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଆୟୋଜିତ ହେଇଯାଇଛି। ଏବର୍ଷ ଏହି ଦିନକୁ “ମତଦାନ ପରି କିଛି ନାହି, ମତଦାନ ନିଶ୍ଚିତ କରିବୁ ଆମେ” ପ୍ରସଙ୍ଗ କୁ ନେଇ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ, ବ୍ଲକ୍, ଉପଖଣ୍ଡ ଏବଂ ଜିଲ୍ଲା ସ୍ତରରେ ପାଳନ କରିବାର ନିଷ୍ପତି ନିଆ ଯାଇଛି। ବିଦ୍ୟାଳୟ ସ୍ତରରେ ଏହି ଦିବସ କୁ ନେଇ ପ୍ରବନ୍ଧ, ବତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହେବ। ଏହି ପ୍ରସ୍ତୁତି ବୈଠକରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିଯିକ୍ତ ଜିଲ୍ଲାପାଳ (ରାଜସ୍ବ) ବଇତୁରା ଦୀପ, ଅତିରିକ୍ତ ଜିଲ୍ଲାପାଳ(ନିର୍ବାଚନ) ସୁଶାନ୍ତ କୁମାର ନାଏକ, ଧର୍ମଗଡ ଉପଜିଲ୍ଲାପାଳ ଧିମନ୍ ଚକମା, ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନାଗ, ବିଭିନ୍ନ ରାଜନୀତିକ ସଂଗଠନର କର୍ମୀ ଙ୍କ ସହ ଜିଲ୍ଲାର ଅନେକ ବରିଷ୍ଟ ଅଧିକାରୀ ଉପସ୍ଥିତ ରହିଥିଲେ।

କଲାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଙ୍କ ଠାରୁ ଚିକିତ୍ସା ନିମନ୍ତେ ସୁଯୋଗ

ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ 

masiha

ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇଲେ ଯୁବକ 

masiha

Leave a Comment

error: Content is protected !!