ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ତହସିଲ କାର୍ଯ୍ୟଳୟରେ କର୍ମଚାରୀ ଙ୍କ ଅଭାବ, କାର୍ଯ୍ୟ ବାଧା ପ୍ରାପ୍ତ, ସାଧାରଣ ଜନତା ହନ୍ତସନ୍ତ

ନର୍ଲା ତହସିଲ କାର୍ଯ୍ୟଳୟରେ କର୍ମଚାରୀ ଙ୍କ ଅଭାବ, କାର୍ଯ୍ୟ ବାଧା ପ୍ରାପ୍ତ, ସାଧାରଣ ଜନତା ହନ୍ତସନ୍ତ

କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ କାର୍ଯ୍ୟାଳୟ ରେ ଦୀର୍ଘଦିନ ଧରି କର୍ମଚାରୀ ଅଭାବ ହୋଇ ଆସୁଥିବା ଦେଖିବାକୁ ମିଳୁଛି ବିଗତ ୨୪ ବର୍ଷର ବିଜେଡି ସରକାର କୁ ହଟାଇ ଜନତା ଦନାର୍ଦନ ଡବଲ ଇଞ୍ଜିନ ସରକାର ଙ୍କୁ ଆସ୍ଥା ପ୍ରକଟ କରି ରାଜ୍ୟରେ ସୁ ଶାସନ ସେବାର ତ୍ୱରାନ୍ୱିତ ଆଶା ରଖିଥିବା ବେଳେ ତାର ଓଲଟା ଚିତ୍ର ନର୍ଲା ତହସିଲ ରେ ପରିଲକ୍ଷିତ ହେଉଛି କାରଣ ଏହି କାର୍ଯ୍ୟାଳୟ ରେ ବର୍ଷ ବର୍ଷ ଧରି ପିଅନ, ରାତ୍ର ଜଗୁଆଳି , ସ୍ପେଶାଲ ମେସିଞ୍ଜର ନୋଟିସ ବିତରକ ଭଳି ୧୧ ଗୋଟି ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭାବ ରହିଥିବା ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ଏଭଳିକି ନର୍ଲା ତହସିଲ ଅଧୀନ ରେ ଦଶଗୋଟି ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ରେ ମଧ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ନ ଥିବା ଦେଖିବାକୁ ମିଳୁଛି ଏଣୁ ରାଜସ୍ବ ବିଭାଗ ର ନର୍ଲା ତହସିଲ କାର୍ଯ୍ୟାଳୟ ରେ କର୍ମଚାରୀ ନ ଥିବାରୁ ଅନେକ ସରକାରୀ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବାରୁ ସାଧାରଣ ରେ ଦିନକୁ ଦିନ ଅସନ୍ତୋଷ ପ୍ରକାଶ ପାଉଛି ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କାର୍ଯ୍ୟାଳୟଟି ଅତିବ ସଙ୍କଟ ରେ ଚାଲୁଥିବା ବେଳେ ଏହି କାର୍ଯ୍ୟାଳୟ ପାଇଁ ଅତ୍ୟନ୍ତ ଆବଶ୍ୟକତା ଦୃଷ୍ଟିରୁ ଅସ୍ଥାୟୀ ଭାବରେ ମଧ୍ୟ କିଛି ପିଅନ , ରାତ୍ର ଜଗୁଆଳି ଭଳି ଅନେକ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି କରିବା ପାଇଁ ଜିଲ୍ଲାପାଳ ଙ୍କୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ଜଣାଇଥିଲେ ମଧ୍ୟ ସୁଫଳ ମିଲୁ ନ ଥିବା ଜଣାପଡିଛି ଏଣୁ ଏ ଦିଗରେ ଜିଲ୍ଲାପାଳ ଓ ରାଜସ୍ବ ମନ୍ତ୍ରୀ ସହ ନର୍ଲା ବିଧାୟିକା ମନୋରମା ମହାନ୍ତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନର୍ଲା ବ୍ଲକ ର ଜନ ସାଧାରଣର ଦାବି କରିଛନ୍ତି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ର ଗୃହରକ୍ଷୀ ମଧୁସୂଦନ ପଣ୍ଡା ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସମ୍ମାନୀତ

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

masiha

ଆସିକାରେ ମହିଳା ଅଧିକାର ଆଇନ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚକ୍ର 

masiha

Leave a Comment

error: Content is protected !!