ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କଣ୍ଟାବଣି ଗ୍ରାମରେ ଆଇଆରଡିଏମଏସ ଆନୁକୁଲ୍ୟରେ ମାଣ୍ଡିଆ ମଣ୍ଡି ଶୁଭ ଉଦ୍ଘଘାଟିତ

ରାଇରଙ୍ଗପୁର କଣ୍ଟାବଣି ଗ୍ରାମରେ ଆଇଆରଡିଏମଏସ ଆନୁକୁଲ୍ୟରେ ମାଣ୍ଡିଆ ମଣ୍ଡି ଶୁଭ ଉଦ୍ଘଘାଟିତ

 ମୟୂରଭଞ୍ଜ -୧୦/୦୧ ( ମସିହା)ରାଇରଙ୍ଗପୁର ବ୍ଳକର କଣ୍ଟାବଣି ଗ୍ରାମରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ଆଇଆରଡିଏମଏସ ଆନୁକୁଲ୍ୟରେ ଶୁକ୍ରବାର ଦିନ ମାଣ୍ଡିଆ ମଣ୍ଡି ଉଦ୍ଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ କୃଷି ଅଧିକାରିଣୀ ଧରିତ୍ରୀ ଟୁଡୁ,ବ୍ଳକ କୃଷି ଅଧିକାରିଣୀ ସୁରଭି ମହାପାତ୍ର,ସିଡିପିଓ କୋଇଲିମଣି ଟୁଡୁ,ଟଡିସିସିର ବିରେନ୍ଦ୍ର ପାଣିଗ୍ରାହୀ,ଏଡିପିସି ଓ୍ବାସନର ତ୍ରିଲୋଚନ ,ଆଇଆରଡିଏମଏସ ର ବ୍ଳକ ସଂଯୋଜକ ଅଜୟ ମହାପାତ୍ର,ମାଣ୍ଡିଆ ଚାଷୀ,,ଏବିସି,,ସିଇଓ,ଆଇଆରଡିଏମଏସର ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ । ଅତିରିକ୍ତ କୃଷି ଅଧିକାରୀଣୀ ଧରିତ୍ରୀ ଟୁଡୁ ମାଣ୍ଡିଆ ଚାଷ ଉପରେ ସରକାରଙ୍କ ଆଭିମୁଖ୍ୟ କହିଥିଲେ ।ଏହି ଚାଷରେ ସରକାର ପ୍ରୋତ୍ସାହନ ରାଶି,ସାର,ବିହନ, ଚାଷ ସମ୍ବନ୍ଧୀୟ ଆବଶ୍ୟକୀୟ ଯାନ୍ତ୍ରିକ ସୁବିଧା,ବିକିବା ପାଇଁ ସରକାରଙ୍କ ତରଫରୁ ମଣ୍ଡି ଉପରେ ଆଲୋକପାତ କରିଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲୋକେ ଧାନ ସହିତ ମାଣ୍ଡିଆ ଚାଷ ଉପରେ ମଧ୍ୟ ଲକ୍ଷ୍ଯ ରଖିବା ଆବଶ୍ୟକ । ସେହିଭଳି ବ୍ଳକ କୃଷି ଅଧିକାରୀଣୀ ସୁରଭି ମହାପାତ୍ର କହିଥିଲେ କମ ପାଣିରେ ଏବଂ କମ ଖର୍ଚ୍ଚରେ ମାଣ୍ଡିଆ ଚାଷ ହୋଇ ପାରିବ । ମହିଳାମାନେ ମାଣ୍ଡିଆ ଚାଷ ପାଇଁ ଆଗଭର ହୁଅନ୍ତୁ ଓ ଅଧିକ ଲାଭବାନ ହୁଅନ୍ତୁ ।ଆଇଆରଡିଏମଏସର ବ୍ଳକ ସଂଯୋଜକ ଅଜୟ ମହାପାତ୍ର ମାଣ୍ଡିଆ ସମ୍ବନ୍ଧୀୟ ସମସ୍ତ ତଥ୍ୟ ବୁଝାଇଥିଲେ ଏବଂ ସେ ସବୁବେଳେ ମାଣ୍ଡିଆ ଚାଷୀଙ୍କୁ ସହଯୋଗର ହାତ ବଢାଇଛନ୍ତି ।ସଡିପିଓ ମାଣ୍ଡିଆ ରୁ ପ୍ରସ୍ତୁତ ଖାଦ୍ୟ ,ଜଳଖିଆ,ଖିରି ,ବରା, ସିଙ୍ଗଡା,ଚା,ପିଠା,ଖୁରୁମା,ଲଡୁ ବହୁତ ସ୍ନେହସାର ଜାତୀୟ ଖାଦ୍ୟ ଯାହାକୁ ଜଳଖିଆ ରେ ମଧ୍ୟ ଖାଇ ହେବ ।ଗର୍ଭବତୀ ମହିଳା ଓ ମଧୁମେହ ରୋଗୀଙ୍କ ପାଇଁ ବହୁ ଉପାଦେୟ ଖାଦ୍ୟ ଅଟେ ।କିଶୋରୀ ମାନଙ୍କ ପାଇଁ ଏହି ଖାଦ୍ୟ ବହୁତ ଉପକାରରେ ଲାଗେ । ସରକାର ଟିଡିସିସି ଜରିଆରେ ମାଣ୍ଡିଆ କ୍ବିଣ୍ଟାଲପିଛା ୪୫୦୦ ଟଙ୍କା ରେ କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯାହାକି ଧାନ କ୍ଵିଣ୍ଟାଲ ୨୩୦୦ ଓ ପ୍ରୋତ୍ସାହନ ରାଶି ୮୦୦ ଅର୍ଥାତ୍ ୩୧୦୦ ଟଙ୍କା ରେ କିଣୁଥିବା ବେଳେ ମାଣ୍ଡିଆ କ୍ଵିଣ୍ଟାଲ ୪୫୦୦ ଟଙ୍କା ଅର୍ଥାତ୍ ଧାନ ଠାରୁ ଅଧିକ ଦୁଇଗୁଣରେ କିଣିବେ ଫଳରେ ଚାଷୀ ଦୁଇଗୁଣ ଲାଭ ପାଇ ପାରିବେ । ରାଇରଙ୍ଗପୁର ବ୍ଲକରେ ୪୫୦ ହେକ୍ଟର ମାଣ୍ଡିଆ ଚାଷ କରାଯାଇଛି ।କଣ୍ଟାବଣି ଏବଂ ହଳଦାରେ ଦୁଇଟି ସ୍ଥାନରେ ମଣ୍ଡି ଜରିଆରେ ଚାଷୀ ମାଣ୍ଡିଆ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ଚାଷୀଙ୍କ ଠାରୁ ୧୦୦୦ କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ ପାଇଁ ଧାର୍ଯ୍ୟ ରଖାଯାଇଛି ବୋଲି ବ୍ଳକ ସଂଯୋଜକ ଅଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଦେବଭୂମି ର ପୁରସ୍କାର ବିତରଣ ଓ ଭଜନ ସନ୍ଧ୍ୟା 

masiha

ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

masiha

ରାଇରଙ୍ଗପୁରରେ ଲଣ୍ଡନ କିଡସ୍ ସ୍କୁଲର ବାର୍ଷିକ ଉତ୍ସବ ଧୂମଧାମରେ ଅନୁଷ୍ଠିତ 

masiha

Leave a Comment

error: Content is protected !!