ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିନ୍ତାମଣି ବିଦ୍ୟାପୀଠ ୨୦୦୪ ବ୍ୟାଚର ୨୧ ତମ ବନ୍ଧୁ ମିଳନ 

ଚିନ୍ତାମଣି ବିଦ୍ୟାପୀଠ ୨୦୦୪ ବ୍ୟାଚର ୨୧ ତମ ବନ୍ଧୁ ମିଳନ 

କଟକ: କଟକ କିଶୋରନଗର ସ୍ଥିତ ଚିନ୍ତାମଣି ବିଦ୍ୟାପୀଠ ୨୦୦୪ ଦଶମ ବ୍ୟାଚର ୨୧ ତମ ବନ୍ଧୁମିଳନ ମହାନଦୀ ବାମପାର୍ଶ୍ଵ ରାଟିଲୋ ନଦୀ ପଠା ଠାରେ ଖୁବ ଧୁମ ଧାମରେ ପାଳନ କରାଯାଇଛି | ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ୨୦୦୪ ବ୍ୟାଚର ଛାତ୍ର ଛାତ୍ରୀ ମାନେ ଯୋଗଦାନ ପୂର୍ବକ ଖୁସି ମନରେ ଏକାଠି ହୋଇ ନିଜ ନିଜ ପାଠପଢା ଦିନ ଗୁଡିକର ସ୍ମୃତିକୁ ପୁନଃଜୀବିତ କରିଥିଲେ, ସାଙ୍ଗମାନଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ କୌତୁହଳ ଖେଳ କୁଦ ପୁରା ଦିନଟିକୁ ଉତ୍ସବ ମୁଖର କରିଥିଲେ, ସାଙ୍ଗରେ ଆସିଥିବା କୁନି କୁନି ପିଲାଙ୍କ ଦ୍ୱାରା ମ୍ୟୁଜିକ ଚ୍ୟାର ଓ ବେଲୁନ ଫୁଟା ଖେଳେ ବହୁ ମଜାଦାର ଥିଲା,ସାଙ୍ଗମାନେ ସମସ୍ତେ ଏକତ୍ର ଆୟୋଜିତ ଭୋଜି ଖାଇଥିଲେ ସର୍ବ ଶେଷରେ ବିଦ୍ୟାଳୟର ବର୍ତ୍ତମାନର ସ୍ଥିତି ସମୀକ୍ଷା କରିବା ସହିତ ଆଗାମୀ ଦିନରେ ବିଦ୍ୟାଳୟର ଶୈକ୍ଷିକ ଓ ଭିତ୍ତିଭୂମି ଉନ୍ନତି ନିମନ୍ତେ କିଭଳି ସହଯୋଗ କରିହେବ ସେନେଇ ଆଲୋଚନା କରାଯାଇଥିଲା | 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବାଇକ ଉପରେ ଗଛ ପଡି ଦୁଇ ଗୁରୁତର

Sunil Chandra Nayak

ବିଜାତଳାର ବାଙ୍କବଳ କେନାଲରୁ ବୃଦ୍ଧଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର

masiha

କେରେଡି ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!