ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିନ୍ତାମଣି ବିଦ୍ୟାପୀଠ ୨୦୦୪ ବ୍ୟାଚର ୨୧ ତମ ବନ୍ଧୁ ମିଳନ 

ଚିନ୍ତାମଣି ବିଦ୍ୟାପୀଠ ୨୦୦୪ ବ୍ୟାଚର ୨୧ ତମ ବନ୍ଧୁ ମିଳନ 

କଟକ: କଟକ କିଶୋରନଗର ସ୍ଥିତ ଚିନ୍ତାମଣି ବିଦ୍ୟାପୀଠ ୨୦୦୪ ଦଶମ ବ୍ୟାଚର ୨୧ ତମ ବନ୍ଧୁମିଳନ ମହାନଦୀ ବାମପାର୍ଶ୍ଵ ରାଟିଲୋ ନଦୀ ପଠା ଠାରେ ଖୁବ ଧୁମ ଧାମରେ ପାଳନ କରାଯାଇଛି | ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ୨୦୦୪ ବ୍ୟାଚର ଛାତ୍ର ଛାତ୍ରୀ ମାନେ ଯୋଗଦାନ ପୂର୍ବକ ଖୁସି ମନରେ ଏକାଠି ହୋଇ ନିଜ ନିଜ ପାଠପଢା ଦିନ ଗୁଡିକର ସ୍ମୃତିକୁ ପୁନଃଜୀବିତ କରିଥିଲେ, ସାଙ୍ଗମାନଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ କୌତୁହଳ ଖେଳ କୁଦ ପୁରା ଦିନଟିକୁ ଉତ୍ସବ ମୁଖର କରିଥିଲେ, ସାଙ୍ଗରେ ଆସିଥିବା କୁନି କୁନି ପିଲାଙ୍କ ଦ୍ୱାରା ମ୍ୟୁଜିକ ଚ୍ୟାର ଓ ବେଲୁନ ଫୁଟା ଖେଳେ ବହୁ ମଜାଦାର ଥିଲା,ସାଙ୍ଗମାନେ ସମସ୍ତେ ଏକତ୍ର ଆୟୋଜିତ ଭୋଜି ଖାଇଥିଲେ ସର୍ବ ଶେଷରେ ବିଦ୍ୟାଳୟର ବର୍ତ୍ତମାନର ସ୍ଥିତି ସମୀକ୍ଷା କରିବା ସହିତ ଆଗାମୀ ଦିନରେ ବିଦ୍ୟାଳୟର ଶୈକ୍ଷିକ ଓ ଭିତ୍ତିଭୂମି ଉନ୍ନତି ନିମନ୍ତେ କିଭଳି ସହଯୋଗ କରିହେବ ସେନେଇ ଆଲୋଚନା କରାଯାଇଥିଲା | 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

୪୨ ମୌଜା ବୃଦ୍ଧାଶ୍ରମରେ ଖାଦ୍ୟ ବଣ୍ଟନ କଲେ ସମାଜସେବୀ 

Sunil Chandra Nayak

ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ଯୋଗ ଶିବିର ସୁସ୍ଥ ଓ ସନ୍ତୁଳିତ ଜୀବନଶୈଳୀର ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ

Sunil Chandra Nayak

ମ୍ୟୁଜିକ ସର୍କଲ ଆୟୋଜିତ ବସନ୍ତ ସମାରୋହର ଚତୁର୍ଥ ସଂଧ୍ୟା ,ବାଉଲ ଗୀତରେ ଝୁମିଲେ ଦର୍ଶକ

Sunil Chandra Nayak

Leave a Comment

error: Content is protected !!