ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଲା ଉଦଯାପିତ:କୋଟପାଡ ଦଳ ୱିନର ଓ କୁମୁଲିପୁଟ ଦଳ ରନର୍ 

ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଲା ଉଦଯାପିତ:କୋଟପାଡ ଦଳ ୱିନର ଓ କୁମୁଲିପୁଟ ଦଳ ରନର୍ 

ନବରଙ୍ଗପୁର;(୧୩|୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ କରଚାମାଲ ଗ୍ରାମ ପଞ୍ଚାୟତ ରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ବିଶ୍ଵ ଯୁବ ଦିବସ ଅବସରରେ ଉଦଯାପନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ମୂଖ୍ୟ ବକ୍ତା ପ୍ରଦୀପ କୁମାର ମାଝୀ, ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ସଭ୍ୟ ଜୋନ– ୩ ର କ୍ଷୀରୋଦ ନାୟକ,ସରପଞ୍ଚ ଉମାବତୀ ନାୟକ, କୋଷାଗୁମୁଡା ସରପଞ୍ଚ ହାଡିବନ୍ଧୁ ମାଳି, କରଚାମାଲ ଯୋଗେନ୍ଦ୍ର ସ୍ଵାଇଁ (ବଡ ବାବୁ), ବଡ ଆମ୍ବଡା ସମିତି ସଭ୍ୟ ଶାନ୍ତି ବିଶୋୟୀ,ମୋତିଗାଁ ସମିତି ସଭ୍ୟ ତ୍ରିଲୋଚନ ଧାକଡ ପ୍ରମୂଖ ଉପସ୍ଥିତ ରହିଥିଲେ l ଉକ୍ତ ମ୍ୟାଚରେ କୋଟପାଡ ଦଳ ୱିନର ହୋଇଥିବା ବେଳେ କୁମୁଲିପୁଟ ଦଳ ରନର୍ ହୋଇଥିଲା lଉକ୍ତ ଟୁର୍ଣ୍ଣାମେଣ୍ଟ ରେ ଅନ୍ୟୁନ ଦୁଇ ହଜାର କ୍ରୀଡାପ୍ରେମୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରାଇଥିଲେ l କୋଟପାଡ ୱିନର ଦଳ କୁ ୫୦ହଜାର ଟଙ୍କା ସହ ଟ୍ରଫି ଓ କୁମୁଲିପୁଟ ରନର୍ ଦଳ କୁ ୨୫ ହଜାର ଟଙ୍କା ସହ ଟ୍ରଫି ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାନେର ଠାରେ ଅରୁଣୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Sunil Chandra Nayak

ମାଁ ଭଣ୍ଡାରୁଣୀ କ୍ରିକେଟ, ଅମଲିପଦର ଚମ୍ପିୟାନ 

masiha

ଓଡିଶାରୁ ୭ ଜଣ ପଦକ ପାଇଲେ ଦିଲ୍ଲୀ ଠାରେ 

masiha

Leave a Comment

error: Content is protected !!