ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଣୀ ଲକ୍ଷ୍ମୀବାଇ ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ରାଣୀ ଲକ୍ଷ୍ମୀବାଇ ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ 

ଡାବୁଗାଁ, ୧୫/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦର ମହକୁମାସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ରାଣୀ ଲକ୍ଷ୍ମୀବାଇ ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ବୁଧବାର ଉଦଘାଟିତ ହୋଇଯାଇଛି l ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଯୋଗ ଦେଇ ଶିବିରଟିକୁ ଉଦଘାଟନ କରିଥିଲେ l ସମସ୍ତ ଅଧ୍ୟାପିକା ଅଧ୍ୟାପକ ମାନେ ସହଯୋଗ କରିଥିଲେ l ପ୍ରଶିକ୍ଷକ ଭାବେ ମାଳିଗୁଡ଼ା ବିଦ୍ୟାଳୟର ଶିକ୍ଷୟତ୍ରୀ ସୁକାନ୍ତି ସାହୁ ଓ ମେଦନା ବିଦ୍ୟାଳୟର ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ମଣ୍ଡଳ ପ୍ରଶିକ୍ଷଣ ଦେଇଛନ୍ତି l ଆଜି କାଲି ଦୁନିଆରେ ଝିଅ ମାନଙ୍କ ସୁରକ୍ଷା ନିହାତି ଜରୁରୀ ହୋଇ ପଡୁଥିବା ବେଳେ ଆତ୍ମ ରକ୍ଷା ପ୍ରଶିକ୍ଷଣର ପ୍ରୟୋଜନ ଅତ୍ୟନ୍ତ ଜରୁରୀ l ଆତ୍ମ ରକ୍ଷା ପ୍ରଶିକ୍ଷଣ ରେ ସମସ୍ତ କୌଶଳ ଛାତ୍ରୀମାନେ ଧ୍ୟାନର ସହ ମନେ ରଖି ଅସୁବିଧା ସମୟରେ ପ୍ରୟୋଗ କରି ନିଜେ ନିଜକୁ ସୁରକ୍ଷା ଦେଇ ପାରିବେ l ଏଭଳି ତାଲିମ ପ୍ରତ୍ୟେକ ଛାତ୍ରୀ ମାନଙ୍କ ପାଇଁ ନିହାତି ଜରୁରୀ l ଉକ୍ତ ତାଲିମ ଛାତ୍ରୀ ମାନଙ୍କ ପାଇଁ ଏକ ସୁରକ୍ଷା କବଚ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ନାହାକ କହିଥିଲେ l ଏଥିରେ ପ୍ରଶିକ୍ଷଣ ଶିବିର ସଂଯୋଜିକା ଅଧ୍ୟାପିକା ପ୍ରତିକ୍ଷା ପ୍ରିୟ ଦର୍ଶନୀ ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ | ଏହି ପ୍ରଶିକ୍ଷଣ ଶିବିର ୨୨ ତାରିଖ ଦିନ ଶେଷ ହେବ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

୨ଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ୧ ମୃତ, ୨ ଆହତ

Sunil Chandra Nayak

ପ୍ରକାଶ ପାଇଲା ମେଧାଅନ୍ବେଷଣର ଫଳାଫଳ, ପ୍ରଥମ ସ୍ଥାନରେ ୩ ଜଣ

masiha

ଗ୍ରାମ୍ୟ ରାସ୍ତାରେ ଶହ ଶହ ମାଲବାହୀ ଟ୍ରକ, ବେହାଲ ରାସ୍ତା ଯୋଗୁଁ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

masiha

Leave a Comment

error: Content is protected !!