ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ପରିଣତି

ପରିଣତି

 

       ରାଗ (ବଙ୍ଗଳା ଶ୍ରୀ )

 

କହକହ ମନ କିହେବ ତୋହର   

      ହେଲେଶେଷ ପରିଣତି

ଆସିଲାଣି ମାଡି ଅନ୍ଧାର ରଜନୀ

     ଡ଼ାକିଲାଣି ଜନ୍ତୁପତି |1|

 

ଫିକାଫିକା ଜହ୍ନ ଦୁଗ୍ଧଫେନ ପରି

   ଆକାଶ ଅଙ୍ଗନେ ଆଜି

ବିଛେଇ ପଡିଛି ଧୋବଫରଫର

      ସୁଧାରେ ଦେହକୁ ସାଜି |2|

 

ମଲ୍ଲିଫୁଲ ପରି ହସ ସେଆଣିଛି

     ମୁଖୁଆସେ ସୁଧାଝରି

ଗୋଲାପୁ ମାଖିଛି ତା’ପରାଗ ରେଣୁ

    ଅନ୍ତଃକାଳେ ମନଭରି |3|

 

ଶାଳ୍ମଳୀ ଦେଇଛି ତା’ଅଧରେ ରଙ୍ଗ

       ପଦୁଅଁ ଆଣିଛି ବାସ

ଚମ୍ପକ ବୋଳିଛି ତାଦେହରେ ରଙ୍ଗ    

       କରିବାକୁ ରଙ୍ଗରାସ |4|

 

ମୋଜୀବନ ପଦ୍ମ ପାଖୁଡ଼ାରେ ରହି

       ସଦାହୁଏ ଢଳଢଳ

ଲୁହର ସାଗରେ କେତେମୁଁ ଦେଇଛି

       ପରୀକ୍ଷାଟି ଅବିରଳ |5|

 

ତା’ଭିତରେ ମୋତେ କରିଅଛି କିଏ

     ସନ୍ଦେହ ମୋ’କର୍ମେ ଧର୍ମେ

କେହିବି ଦେଖିଛି ଉତ୍ତମ ଆଖିରେ

    ଜୀବନ ଯାତ୍ରାରେ ମର୍ମେ |6|

 

ମୋତେକେ କରିଛି ଖୁସିରେ ଆଦର

       ସୁମନ ସମାନତୋଳି

ମୋତେକେଦେଇଛି ଚଲାବାଟେକେହି

         ଅସନା କଳଙ୍କ ବୋଳି |7|

 

ସୁମନ କଳିକା ତୋଳିଛିକେହାତେ

        ବୃନ୍ତ ସିଂହାସନୁ ଆଣି

କେହିପିନ୍ଧିଅଛି ତା’ଦୁଇ କାନରେ

     ପ୍ରେମସୌଧ ନିରିମାଣି

 

ମୋ’ଜୀବନ ପଥେ ପାଇଛି କଷଣ

       ସନ୍ଦେହର ମହାଜାଲେ

ପ୍ରତିପଦେ ପଦେ ଦେଇଛି ପରୀକ୍ଷା

       ପଡିଛି ଅନେକ ଖାଲେ |9|

 

କେତେ ପ୍ରପଞ୍ଚକ କେତେ ପ୍ରବଞ୍ଚନା

      ଶିକାରେ ଶିକାର ହୋଇ

ପ୍ରଭୁଙ୍କ ଚରଣେ ପ୍ରତୀକ୍ଷା କରିଛି

       ଦେବିବୋଲି ପାପଧୋଇ |10|

 

କାହାକଥା ମୋତେ କରିପାରିନାହିଁ

      ଟିକେହେଲେ ପ୍ରଭାବିତ

ଥୁଣ୍ଟାବୃକ୍ଷ ମୁହିଁ ସଲିଳ ପରଶେ

      ଦିନେହେବି ପଲ୍ଲବିତ |11|

 

ଶେଷ ଜୀବନେ ମୁଁ ଧୂପକାଠି ହୋଇ

       ପ୍ରଭୂପଦେ ଜଳୁଥିବି

ଜୀବନର ଯେତେ ସୁଗନ୍ଧ ବାସନା

         ମନ୍ଦିରରେ ବାଣ୍ଟୁଥିବି |12|

 

ଶେଷ ଜୀବନେ ମୁଁ ଗ୍ରାମ ଶମଶାନେ

          ମୁଠାଏ ପାଉଁଶ ହେବି

ଏହି ପରିଣତି କରିବ ହେ!ପ୍ରଭୂ

        ଅନ୍ୟ ପାଇଁ ନାହିଁମତି |13|

 

ଶ୍ରୀ ବିଦ୍ୟାଧର ମହାନ୍ତ,

ତମ୍ବାହରା,

କେନ୍ଦୁଝର

 

Related posts

ବିଶ୍ୱଜିତ୍ ନାୟକ  ଙ୍କ ଗଳ୍ପ ନିଧି ମାଷ୍ଟ୍ରେ

ଅପର୍ତ୍ତି ସେଠୀ ଙ୍କ କବିତା କାନ୍ଦଣା ଲହରୀ ନାହିଁ

Sunil Chandra Nayak

ଶ୍ରୀ ଭ୍ରମର ବାଗ ଙ୍କ କବିତା ବୁଆ ଗୋ ରାଜନିତିର ଲୀଲା

Sunil Chandra Nayak

Leave a Comment

error: Content is protected !!