ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା’ ଦାଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ୧୫ ପର୍ଯ୍ଯାୟ କମ୍ବଳ ବାଣ୍ଟିବ ” ମୋ ଅନୁଷ୍ଠାନ “

ମା’ ଦାଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ୧୫ ପର୍ଯ୍ଯାୟ କମ୍ବଳ ବାଣ୍ଟିବ ” ମୋ ଅନୁଷ୍ଠାନ “

ବାଲେଶ୍ବର,୧୫/୦୧/୨୫ -ରାଜ୍ୟର ବିଭିନ୍ନ ବ୍ଲକ ଓ ଜିଲ୍ଲାରେ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ତରଫରୁ କମ୍ବଳ ଓ ଶୀତ ବସ୍ତ୍ର ବଣ୍ଟନ ଜାରି ରହିଛି । ପ୍ରକୃତରେ ଯୋଗ୍ୟ ବ୍ଯକ୍ତିଙ୍କୁ କମ୍ବଳ ଦେଉଛି ଅନୁଷ୍ଠାନ । ଗତକାଲି ମକର ସଂକ୍ରାନ୍ତି ଉପଲକ୍ଷେ ଔପଦା ବ୍ଲକରେ ୧୪ ପର୍ଯ୍ଯାୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତା ତା ୧୯/୦୧/୨୫ ରିଖ ରବିବାର ବାଲେଶ୍ବର ଜିଲ୍ଲା ଖନ୍ତାପଡା ସ୍ଥିତ ମା’ ଦାଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ୧୫ ପର୍ଯ୍ଯାୟ କମ୍ବଳ ବାଣ୍ଟିବ ” ମୋ ଅନୁଷ୍ଠାନ ” । ଯେଉଁ ମାନଙ୍କୁ ଶୀତ ବସ୍ତ୍ର ଏବଂ କମ୍ବଳ ପ୍ରଦାନ କରାଯାଉଛି, ସେହି ଧରଣର ବ୍ଯକ୍ତିଙ୍କୁ ଶୀତ ପରେ ମେଲେରିଆ ଓ ଡେଙ୍ଗୁ ନିରାକରଣ ପାଇଁ ମଶାରୀ ବଣ୍ଟନ କରିବ ଅନୁଷ୍ଠାନ । ଅନୁଷ୍ଠାନର ଏଭଳି ମହତ୍ତ୍ୱପୂର୍ଣ୍ଣ ସମାଜସେବା କାର୍ଯ୍ୟ ପାଇଁ ମେମ୍ବର ମାନଙ୍କ ଉତ୍ସାହ ବଢ଼ିବାରେ ଲାଗିଛି, ସମସ୍ତେଙ୍କୁ ଆନନ୍ଦ ଦେଉଛି । ସମସ୍ତଙ୍କ ସାହାଯ୍ୟ ସହଯୋଗ ସର୍ବଦା ସ୍ମରଣଯୋଗ୍ୟ ନିଶ୍ଚୟ । ଗରିବଙ୍କ ସେବା କାର୍ଯ୍ୟ ନିମନ୍ତେ ସବୁଠାରୁ ବେଶି ଉତ୍ସାହ ପ୍ରଦାନ କରୁଛନ୍ତି ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଭଉଣୀ କୁଞ୍ଜଲତା ମାହୁଁନ୍ତ । ଶୀତ ପରେ ଆଉ କମ୍ବଳ ବଣ୍ଟନ ହେବନାହିଁ । ମଶାରୀ ବଣ୍ଟନ ଆରମ୍ଭ ହେବ ଯାହା ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ ସୂଚନା ପ୍ରଦାନ କରିଛନ୍ତି ।। 

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅଟୋ ଚାଳକଙ୍କ ପାଇଁ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ବର ଘରୁ ବାହାରି ଗ୍ରାମ ରେ ବାଜା ବାଣ କରି ଯିବା ବେଳେ ଅଘଟଣ ,ଲୋକଙ୍କୁ ମାଡି ଗଲା ବରକୁ ନେଇ ଯିବାକୁ ଥିବା କାର , ୧୦ ଗୁରୁତର ୧ ମୃତ

Sunil Chandra Nayak

ଜିଲ୍ଲା ସଙ୍କଟ ପରିଚାଳନା କମିଟିର ବୈଠକ , ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ବିଶେଷ ଆଲୋଚନା ଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ

Leave a Comment

error: Content is protected !!