ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ୧୮୩ତମ ଜୟନ୍ତୀ ପାଳିତ.

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ୧୮୩ତମ ଜୟନ୍ତୀ ପାଳିତ.

ରାଉରକେଲା: ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଉତ୍ସବ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ପୌରୋହିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାହିତ୍ୟିକ ଭୂପେନ ମହାପାତ୍ର ଯୋଗ ଦେଇଥିବା ବେଳେ ଆଇନଜୀବୀ ତଥା ସାହିତ୍ୟିକ ସୁଶୀଲ କୁମାର ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ‘ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଫକୀର ମୋହନଙ୍କ ଅବଦାନ ‘ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ପ୍ରଦୀପ ପ୍ରଜ୍ବଳନ ଓ ଫକୀର ମୋହନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଅତିଥି ମାନେ ସଭାକାର୍ଯ୍ୟର ଶୁଭାରମ୍ଭ କରିଥିଲେ। ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ଵାଳ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥଲେ। କାର୍ଯକାରୀ ସଭାପତି ମନୋଜ କୁମାର ନନ୍ଦ ସାହିତ୍ୟ ସଂସଦର ପୂଜ୍ୟପୂଜା ପରମ୍ପରା ବାବଦରେ ସୂଚନା ଦେଇ ଫକୀର ମୋହନଙ୍କ ସାହିତ୍ୟ ବାବଦରେ ଆଲୋକପାତ କରିଥିଲେ। ବକ୍ତାମାନେ ଫକୀର ମୋହନଙ୍କ ସାହିତ୍ୟକୃତିର ପଟାନ୍ତର ନାହିଁ ବୋଲି ମତ ପ୍ରକାଶ କରିଥିଲେ। ଇତ୍ୟବସରରେ ସଂସଦର ବାର୍ଷିକ କ୍ୟାଲେଣ୍ଡର ଲୋକାର୍ପଣ କରାଯାଇଥିଲା। ନୂତନ ସଦସ୍ୟ ଜଗନ୍ନାଥ ରାଉତଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରାଯାଇଥିଲା। ଗଳ୍ପ ଲିଖନ ପ୍ରତିଯୋଗିତାରେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦୀପିକା ଇସ୍ପାତ୍ ଶିକ୍ଷା ସଦନର ଛାତ୍ରୀ ସୃତିଶ୍ମିତା ପଟ୍ଟନାୟକ, ଆର ଇ ସି କ୍ୟାମ୍ପସ ହାଇ ସ୍କୁଲର ଛାତ୍ର ସୁଦର୍ଶନ ସେଠୀ ଏବଂ ବିଦ୍ୟୁତ୍ କଲୋନୀ ହାଇ ସ୍କୁଲର ଛାତ୍ରୀ ସଙ୍ଗୀତା ସିଜୁଇଙ୍କୁ ଟ୍ରଫି, ପ୍ରମାଣ ପତ୍ର ଓ ଫୁଲତୋଡ଼ା ଦେଇ ପୁରସ୍କୃତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ପରେ କବି ପ୍ରତାପ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କବି ସତ୍ୟବ୍ରତ ଦାସଙ୍କ ସଭାପତିତ୍ବ ଓ ସବିତା ବସ୍ତିଆ ଏବଂ ଗୌତମ ଦାସଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କବି ତାରିଣୀ ଚରଣ ସାହୁ, ଅର୍ଚ୍ଚନା ପାତ୍ର, ସସ୍ମିତା ପ୍ରଧାନ, ପ୍ରତାପ ପଣ୍ଡା, ସ୍ନେହଲତା ପଟ୍ଟନାୟକ, ସରୋଜ କୁମାର ଦାସ, ଅଭିରାମ ସଗରିଆ, ସୁଶାନ୍ତ କୁମାର ନାୟକ, ଉପେନ୍ଦ୍ର କୁମାର ବସ୍ତିଆ, ବ୍ରଜ ବିହାରୀ ଦାସ,ବ୍ରଜେନ୍ଦ୍ର ଦାସ , ସତ୍ୟବ୍ରତ ଦାସ, ହରମୋହନ ମିଶ୍ର, ସୁସ୍ମିତା ମହାପାତ୍ର,ନୃସିଂହ ଚରଣ ବିଶ୍ଵାଳ, ଦିବାକର ଦାସ, ସବିତା ବସ୍ତିଆ, ଗୌତମ ଦାସ, ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଏହି ସଭାରେ କବି ରାଜୀବ ପାଣି, ଅକ୍ଷୟ ସାମଲ, ଡ଼ ଶକ୍ତି ପ୍ରାସାଦ ସାମନ୍ତରାୟ ,କୁଞ୍ଜବିହାରୀ ରାଉତ, ପ୍ରଶାନ୍ତ କୁମାର ପତି, ଲକ୍ଷ୍ମଣ ନାଥ ଦାସ, କାଶୀନାଥ ନନ୍ଦୀ, ବିଭୁ ନାୟକ, ସୁମିତ୍ରା ମିଶ୍ର, ରବିନାରାୟଣ ସିଂହ, ରମେଶ ଚନ୍ଦ୍ର ସିଂହ, ବିଜୟ କୁମାର ସେନାପତି, ବଳରାମ ରାଉଳ, ଗଙ୍ଗାଧର ପୁହାଣ, ଅଶୋକ କୁମାର ମହାନ୍ତି, ଡ. ପ୍ରମୋଦ କୁମାର ଜଗଦେବ, ଅଜିତ କୁମାର ଗୌଡ଼, ପ୍ରିତମ ମହାନ୍ତି, ମମତା ଜେନା, ସୁକାନ୍ତ ମହାପାତ୍ର, ଇନ୍ଦ୍ରମଣି ମହାପାତ୍ର, ବଳରାମ ଦାସ, ସରୋଜ କୁମାର ଦାସ, ସୁନିଲ କୁମାର ସା, ରାଧାମୋହନ ନାୟକ, ବିକ୍ରମ ନାୟକ ପ୍ରମୁଖ ବହୁ କବି ଓ ଲେଖକ ଯୋଗଦନ କରିଥିଲେ। ଶେଷରେ କବି ଦିବାକର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ୍ ସେବା ଦିବସ ପାଳିତ

masiha

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର  

masiha

ଦାଦନ ଫେରନ୍ତା ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ

masiha

Leave a Comment

error: Content is protected !!