ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମକର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…/’ମକର ସଂକ୍ରାନ୍ତି: ଏକ ସାଂସ୍କୃତିକ ଉତ୍ତରାୟଣ’ ଆଲୋଚନା ଚକ୍ର ଅନୁଷ୍ଠିତ

ମକର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…/’ମକର ସଂକ୍ରାନ୍ତି: ଏକ ସାଂସ୍କୃତିକ ଉତ୍ତରାୟଣ’ ଆଲୋଚନା ଚକ୍ର ଅନୁଷ୍ଠିତ 

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ସେକ୍ଟର: ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମିଳିତ ଆନୁକୂଲ୍ୟରେ ମକର ମିଳନ ଉପଲକ୍ଷେ ଏକ ଆଲୋଚନା ଚକ୍ର ମକର ସଂକ୍ରାନ୍ତି: ଏକ ସାଂସ୍କୃତିକ ଉତ୍ତରାୟଣ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ବ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ ପ୍ରଚାରକ ବିଷ୍ଣୁ ପାତ୍ର ଉଦ୍ଘାଟକ ଭାବେ, ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ଡ. ସନାତନ ପଧାନ ମୁଖ୍ୟଅତିଥି ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ମକର ସଂକ୍ରାନ୍ତି ପର୍ବକୁ ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନଭିନ୍ନ ଢଙ୍ଗରେ ପାଳନ କରାଯାଉଥିଲେ ମଧ୍ୟ ସବୁଆଡେ ଗୋଟିଏ ଉଦ୍ଦେଶ୍ୟ ନେଇ ଏହି ପର୍ବ ପାଳିତ ହୁଏ। ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ଉତ୍ତର ଗୋଲାର୍ଦ୍ଧ ବିଶେଷ କରି ଭାରତୀୟଙ୍କ ପାଇଁ ବରଦାନ ସଦୃଶ। ମକର ସଂକ୍ରାନ୍ତିରେ ଧାର୍ମିକ ଏବଂ ସାମାଜିକ କର୍ମର ବିଶେଷ ମହତ୍ତ୍ଵ ରହିଛି। ଏହା ସଂପ୍ରୀତି ଓ ସମରସତାର ପର୍ବ।ଏହି ଦିନ ସୂର୍ଯ୍ୟ ଦେବ ତଥା ହରି-ହରଙ୍କ ପୂଜା କରାଯାଇଥାଏ। ତେଣୁ ଏହି ଦିନର ଗୁରୁତ୍ବ ଆମ ପରମ୍ପରାରେ ଅଧିକ। ପ୍ରାରମ୍ଭରେ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହୋଇଥିବା ଗୁଡ଼ି ଉଡ଼ା ପ୍ରତିଯୋଗିତାକୁ ଉଦ୍ଘାଟକ ଶ୍ରୀ ପାତ୍ର ଉଦଘାଟନ କରିଥିଲେ। ଏହି ଅବସରରେ ରାଉରକେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷା, ଶିକ୍ଷାବିତ୍ ତଥା ଗାଳ୍ପିକା ସୁଜାତା ପ୍ରଧାନଙ୍କୁ ‘ଉତ୍ତରାୟଣ ସମ୍ମାନ: ୨୦୨୫’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ମିନି ଗଳ୍ପ ପଠନ ଓ କବିତା ଆବୃତ୍ତି ପର୍ବରେ କାଳାଂଶ ପରିଚାଳନା ଅଧ୍ୟାପକ ଜ୍ଞାନରଞ୍ଜନ ତ୍ରିପାଠୀ କରିଥିବା ବେଳେ ଗାଳ୍ପିକ କାଶୀନାଥ ନନ୍ଦୀ ସଭାପତିତ୍ବ କରିଥିଲେ। ଗାଳ୍ପିକ ଅଜୟ କୁମାର ମହାନ୍ତି ଓ ସଞ୍ଜୀବ କୁମାର ଭୋଇ ଗଳ୍ପ ପାଠ କରିଥିଲେ। କବି କୁଞ୍ଜବିହାରୀ ରାଉତ ଓ ଅଧ୍ୟାପିକା ଅଳକା ମହାନ୍ତିଙ୍କ ସଂଯୋଜନାରେ ସର୍ବଶ୍ରୀ ଅଜୁ ମେହେର, ସ୍ମୃତି ରଞ୍ଜନ ରଥ, ଦୁଷ୍ମନ୍ତ ଦୀପ୍, ଆନିମା ମୁଣ୍ଡା, ସୈାମ୍ୟରଞ୍ଜନ ମହାନ୍ତି, ଶିକ୍ଷୟିତ୍ରୀ ରେଖା ମହାନ୍ତି, ଅନୁରାଧା ଦାସ, ଲଳିତା ବେହେରା, ପୁଷ୍ପଲତା ବିଶ୍ବାଳ, ସୁମିତ୍ରା ମିଶ୍ର, ମମତା ଜେନା, ସ୍ନେହାଞ୍ଜଳି ରାଉତ, ସବିତା ମହାପାତ୍ର, ରଶ୍ମି ସାହୁ, ସସ୍ମିତା ପ୍ରଧାନ, ଅଧ୍ୟାପିକା ଧରିତ୍ରୀ ପାଇକରାୟ ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ସଭାପତି ଶ୍ରୀ ନନ୍ଦୀ ଗଳ୍ପ ଓ କବିତାଗୁଡିକୁ ସମୀକ୍ଷା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଉପସଭାପତି ଭାବେ ସୁଜାତା ପ୍ରଧାନ ଏବଂ ସହ ସାଧାରଣ ସମ୍ପାଦକ ଭାବେ ନିରୁପମା ପତି ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଅନୁଷ୍ଠାନର ନୂତନ ସଦସ୍ୟ ଭାବେ ସୁସ୍ମିତା ମହାପାତ୍ର, ଜ୍ଞାନରଞ୍ଜନ ତ୍ରିପାଠୀ, ସୁଶାନ୍ତ କୁମାର ମହାନ୍ତି, ଅଳକା ମହାନ୍ତି, ଧରିତ୍ରୀ ପାଇକରାୟ, ଡ. ଅପର୍ଣ୍ଣା ଧର, ଡ. ସୁଶାନ୍ତ କୁମାର କିଷାନ, ଅଜୟ କୁମାର ମହାନ୍ତି, ଆକାଶ କୁମାର ଦାସ, ମନୀଷା ସାହୁ, ଶୀଲା ଓରାମ, ନୀଳଶ୍ରୀ ସାହୁ, ଚନ୍ଦ୍ରିକାରାଣୀ ପଣ୍ଡା, ସୁମିତ୍ରା ମିଶ୍ର, ମମତା ଜେନା, ଲଳିତା ବେହେରା, ଅନୁରାଧା ଦାସଙ୍କୁ ଉତ୍ତରୀୟ ଓ ନାରିକେଳ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁଡ଼ି ଉଡ଼ା ପ୍ରତିଯୋଗିତାକୁ ସାଧାରଣ ସମ୍ପାଦକ ଡ. ସୁଷମା ମୋଦୀ, ସହ ସମ୍ପାଦକ ମନୋଜ କୁମାର ଚୌଧୁରୀ , ଦୀନବନ୍ଧୁ ରଥ, ପ୍ରମୋଦ କୁମାର ମହାନ୍ତି, ଶ୍ୟାମସୁନ୍ଦର ସେଠୀ, ପ୍ରଦୀପ୍ତ ପଟ୍ଟନାୟକ ପ୍ରମୁଖ ସମ୍ପାଦନା କରିଥିବାବେଳେ ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ପରିଷଦର ସହ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟା ମନ୍ଦିରର ସହ ପ୍ରଧାନ ଆଚାର୍ଯ୍ୟ ଜନ୍ମେଜୟ ସୁଆର, ମମତା ସାମଲ, ପ୍ରମୋଦ କୁମାର ମହାନ୍ତି, ଶ୍ୟାମସୁନ୍ଦର ସେଠୀ, ସନ୍ତୋଷ ଗୌଡ଼, ବିଶ୍ବଜିତ ବାରିକ, କରିସ୍ମା ନାୟକ, ଆରସୀ ସେନାପତି, ବିଶାଲ କୁମାର ରାମ, ଦେବସ୍ମିତା ପଟ୍ଟନାୟକ, ପ୍ରୀତି ସିଂ ପ୍ରମୁଖ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାରିପଦା ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ -୨୦୨୫ ପାଳିତ

Sunil Chandra Nayak

ଧର୍ମଗଡ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଆଇଏସ ପ୍ରେକ୍ଷା ଅଗ୍ରୱାଲ

Sunil Chandra Nayak

ତାଳଚେର ଉପଖଣ୍ଡ ନିମନ୍ତେ ସରକାରଙ୍କ A.H.L. ସେବା ଜରୁରୀ ହୋଇପଡିଛି

masiha

Leave a Comment

error: Content is protected !!