ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶରଥପୁରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଆଣ୍ଠେଇଛି ଦାୟିତ୍ବରେଥିବା ବିଦ୍ୟୁତ ବିତରଣ କମ୍ପାନୀ ଆଗ୍ରହ ପ୍ରକାଶ କରୁନି 

ଦଶରଥପୁରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଆଣ୍ଠେଇଛି ଦାୟିତ୍ବରେଥିବା ବିଦ୍ୟୁତ ବିତରଣ କମ୍ପାନୀ ଆଗ୍ରହ ପ୍ରକାଶ କରୁନି 

ବେସରକାରୀ ସଂସ୍ଥା ପ୍ରତି ଆଗ୍ରହୀ ଲୋକଙ୍କ ଭରସା ପାଉନି 

ଯାଜପୁର /୧୩ ଜୁନ ୨୦୨୫ ( ପ୍ରଦୀପ କୁମାର ମଲ୍ଲିକ) : କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଦଶରଥପୁର ବ୍ଲକରେ କାର୍ଯ୍ୟକାରୀ ହୋଇପାରୁନି । ଦଶରଥପୁରବାସୀଙ୍କ ସୌର ଶକ୍ତି ମାଧ୍ୟମରେ ମାଗଣା ବିଜୁଳି ପାଇବାର ସ୍ବପ୍ନ ଧିରେ ଧୀରେ ମିଳାଇ ଯାଉଛି। ଦାୟିତ୍ୱରେ ଥିବା ବିଦ୍ୟୁତକରଣ କମ୍ପାନୀ ଗୁଡ଼ିକଙ୍କ ଏଥିପ୍ରତି ଅନାଗ୍ରହ ଓ ବେସରକାରୀ ସଂସ୍ଥା ପ୍ରତି ଲୋକଙ୍କ ବିଶ୍ୱାସ, ଭରସା ପାଉନଥିବାରୁ ଏହି ଯୋଜନା ପ୍ରାୟ ସବୁଠି ଆଗକୁ ବଢ଼ି ପାରିନି। ଫଳରେ ଡବଲ ଇଞ୍ଜିନ ସରକାର ସତ୍ତ୍ଵେ ଏହି କେନ୍ଦ୍ରୀୟ ଯୋଜନା ଦଶରଥପୁର ବ୍ଲକରେ ଫେଲ ମାରିଛି। ଏହି କେନ୍ଦ୍ରୀୟ ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭଲ ସବସିଡି ଯୋଗାଇ ଦେଉଛନ୍ତି।ଏହାଦ୍ବାରା ପ୍ରତ୍ୟେକ ନିଜ ନିଜ ଘର ଉପରେ ସୌର ପ୍ୟାନେଲ୍ ବସାଇ ଅଳ୍ପ ଅର୍ଥ ବ୍ୟୟରେ ମାଗଣାରେ ବିଦ୍ୟୁତଶକ୍ତି ପାଇପାରିବେ। ଏହାଦ୍ବାରା ବିଜୁଳି ସଞ୍ଚୟ, ଖର୍ଚ୍ଚ କମ ଓ ଅନ୍ୟାନ୍ୟ ବହୁ ସୁବିଧା ରହିଛି।ସରକାରଙ୍କ ପକ୍ଷରୁ ଏନେଇ ବିଭିନ୍ନ ସମୟରେ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଉଛି । କେତେକ ଆଗ୍ରହୀ ଏଥିପାଇଁ ନିଜ ନିଜ ନାମ ପଞ୍ଜିକରଣ କରିଛନ୍ତି । ମାତ୍ର ହାତଗଣତି ଲୋକ ସୌର ପ୍ୟାନେଲ ବସାଇଛନ୍ତି। ଏହି ଯୋଜନାକୁ ସଫଳ କରିବା ପାଇଁ ବିଦ୍ୟୁତକରଣ କମ୍ପାନୀଙ୍କୁ ଦାୟିତ୍ବ ଦିଆଯାଇଛି। ହେଲେ କମ୍ପାନୀ ପକ୍ଷରୁ ଆଗ୍ରହୀ ଗ୍ରାହକ ମାନଙ୍କୁ ଯେଭଳି ସୂଚନା ଦେବା କଥା ଏପରିକି ଏହାର ଭଲ ଦିଗ ଉପରେ ବିଶଦ ଭାବେ ବୁଝାଇବା କଥା ତାହା ହେଉନାହିଁ। ସରକାରୀ ନିୟନ୍ତ୍ରିତ ସଂସ୍ଥା ଆଗ୍ରହୀ ନଥିବା ବେଳେ ମାଳ ମାଳ ବେସରକାରୀ ସଂସ୍ଥା କିନ୍ତୁ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଆଗେଇ ଆସୁଛନ୍ତି। କିନ୍ତୁ ସେମାନେ ଳୋକଙ୍କୁ ସବସିଡି ବାବଦରେ ଯେତେ ବୁଝାଇଲେବି ସାଧାରଣ ଲୋକଙ୍କ ଭରସା ଜିତି ପାରୁନାହାନ୍ତି। ଗତ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ଯେଉଁ ୩୦୦ ୟୁନିଟ ମାଗଣା ବିଜୁଳି ସଂକ୍ରାନ୍ତରେ କୁହାଯାଇଥିଲା ତାହା ବାସ୍ତବରେ ଥିଲା ଏହି ସୌର ପ୍ରକଳ୍ପ ।

ଲୋକେ ସୌର ପ୍ରକଳ୍ପ ସ୍ଥାପନ କଲେ କିଭଳି ମାଗଣାରେ ବିଜୁଳି ପାଇବେ ତାହାହିଁ କୁହାଯାଇଥିଲା । ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିବା ଏଵଂ ମାଗଣା ବିଜୁଳିକୁ ପ୍ରସଙ୍ଗ କରି ବିରୋଧି ଦଳ ବାରମ୍ବାର ସମାଲୋଚନା କରିବା ସତ୍ତ୍ଵେ କାହିଁକି ଏହି ଉତ୍ତମ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହୋଇପାରୁନି ବିଚାର୍ଯ୍ୟ। ସୌର ଶକ୍ତି ମାଧ୍ୟମରେ ବିଜୁଳି ଉତ୍ପାଦନ କଲେ ନାନାପ୍ରକାର ସୁବିଧା ନିଜ ପାଇଁ ଓ ପରିବେଶ ପାଇଁ ମିଳିଥାଏ। ମାତ୍ର ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଲୋକେ ସୌର ପ୍ରକଳ୍ପ ସ୍ଥାପନ କରିବାକୁ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି। ସରକାର ଓ ଜିଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ସୁବାସ ଚନ୍ଦ୍ର ମହାନ୍ତି, ସାମ୍ବାଦିକ ଉମାକାନ୍ତ ଧଳ, ଯତୀନ୍ଦ୍ର ନାଥ କର ମନୀଷ ସାହୁ, ବ୍ୟବସାୟୀ ଦେବେନ୍ଦ୍ର ଦାଶ ଶିକ୍ଷାବିତ୍ ହରେରାମ ପଣ୍ଡା ପ୍ରମୁଖ ଦାବି କରିଛନ୍ତି।

Related posts

ଜୁନାପାଣିର ମଶାଣିରେ ମୋତିଗାଁ ର ଲୋକ ହଳକରିବା ଘଟଣାକୁ କେନ୍ଦ୍ର କରି ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Sunil Chandra Nayak

ଯୋଡ଼ା ପିଏଚଏଡିରେ ପାଣି ଅଭାବ-ଆଗକୁ ଖରାଦିନ

masiha

35 glorious years of Vani Vihar, 89th Alumni Association meet organized.

masiha

Leave a Comment

error: Content is protected !!