ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫକୀର ମୋହନ ମାର୍କେଟ କମିଟିର ଫକୀର ମୋହନ ଜୟନ୍ତୀ ପାଳନ 

ଫକୀର ମୋହନ ମାର୍କେଟ କମିଟିର ଫକୀର ମୋହନ ଜୟନ୍ତୀ ପାଳନ 

ରାଉରକେଲା : ରାଉରକେଲା ନୂଆ ବସ ଷ୍ଟାଣ୍ଡ ରେ ଥିବା ଫକୀର ମୋହନ ମାର୍କେଟ କମିଟି ଆନୁକୂଲ୍ୟରେ ବ୍ୟାସ କବି ଫକୀର ମୋହନଙ୍କ ୧୮୨ ତମ ଜୟନ୍ତୀ ତଥା ୧୮ ତମ ବାର୍ଷିକ ଉତ୍ସବ ବହୁ ଆଡମ୍ବର ରେ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ଯୁଗ୍ମ ଶ୍ରମ ଆଯୁକ୍ତ ପ୍ରଣବ କୁମାର ଜେନା ମୁଖ୍ୟ ଅତିଥି, ଆର.ଡ଼ି.ଏ. ଦୋକାନ ମାଲିକ ସଂଘର ସଭାପତି ବିଜୟ କୁମାର ପ୍ରଧାନ ସମ୍ମାନିତ ଅତିଥି ଏବଂ ସାହିତ୍ୟିକ ତଥା ସମାଜସେବୀ ବିଭୁତି ଭୂଷଣ ଦାସ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ l ମୁଖ୍ୟଅତିଥି ନିଜର ଅଭିଭାଷଣରେ ଓଡ଼ିଆମାନଙ୍କୁ ନିଜର ଭାଷାପ୍ରୀତି ଏବଂ ସର୍ବଦା ସକାରାତ୍ମକ ମନୋଭାବ ପୋଷଣ କରି ଅବକ୍ଷୟମୁଖୀ ଓଡ଼ିଆ ଭାଷାକୁ ପ୍ରବୁଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ l ଫକୀର ମୋହନ ସେନାପତିଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରଶାସନ ନିକଟରେ ମାର୍କେଟ କମିଟି କରିଥିବା ଦାବିକୁ ସମ୍ମାନିତ ଅତିଥି ନିଜର ବକ୍ତବ୍ୟ ମାଧ୍ୟମରେ ସମର୍ଥନ କରିଥିଲେ ଏବଂ ଯଥାଶୀଘ୍ର ଏହି କାର୍ଯ୍ୟକୁ ସଫଳ ରୂପଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ମୁଖ୍ୟବକ୍ତା ବ୍ୟାସକବିଙ୍କୁ ବ୍ୟାସଦେବଙ୍କ ସହିତ ତୁଳନା କରି କହିଥିଲେ, ମାନବକଲ୍ୟାଣ ପାଇଁ ଭଗବାନ ବେଦବ୍ୟାସ ବେଦର ବିଭାଗୀକରଣ, ଅଷ୍ଟାଦଶ ପୁରାଣ, ଷୋଡ଼ଶ ଉପପୁରାଣ, ମହାଭାରତ, ବିଷ୍ଣୁ ସହସ୍ର ନାମ, ଗୀତା ଆଦି ରଚନା କରିଥିବା ବେଳେ ଫକୀର ମୋହନ ଓଡ଼ିଆ ଜାତିକୁ ଶ୍ରେଷ୍ଠତା ପ୍ରଦାନ କରିବା ତତ୍କାଳୀନ ପରିସ୍ଥିତିକୁ ନିଜର ଲେଖନୀ ମାଧ୍ୟମରେ ସୃଷ୍ଟି କରିଛନ୍ତି ଅନେକ କାଳଜୟୀ ଉପନ୍ୟାସ, ଗଳ୍ପ, କବିତା ଯଥା ଛଅମାଣ ଆଠଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ, ଲଛମା, ରେବତୀ, ଡାକ ମୁନସୀ, ଧୁଳିଆ ବାବା, ରାଣ୍ଡିପୁଅ ଅନନ୍ତା, ପେଟେଣ୍ଡ ମେଡ଼ିସିନ ଇତ୍ୟାଦି ,ଯାହାର ପ୍ରାସଙ୍ଗିକତା ଆଜି ମଧ୍ୟ ଅଛି ଏବଂ ଅନନ୍ତକାଳ ପାଇଁ ରହିବ ବୋଲି କହିଥିଲେ l ପ୍ରାରମ୍ଭରେ ଫକୀର ମୋହନ ମାର୍କେଟ କମିଟିର ସଭାପତି ଅକ୍ଷୟ କୁମାର ଭୂୟାଁ ସ୍ୱାଗତ ଅଭିଭାଷଣ ରଖିବା ସହିତ ସାଧାରଣ ସମ୍ପାଦକ ଶ୍ୟାମ ସୁନ୍ଦର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ l ଏହାପରେ ଶ୍ର ଜେନା ମହେଶ କୁମାର ଗୌଡ଼ଙ୍କୁ ଆଗାମୀ ବର୍ଷ ପାଇଁ ସାଧାରଣ ସମ୍ପାଦକର ଦାୟିତ୍ୱ ହସ୍ତାନ୍ତର କରିଥିଲେ l ପରିଶେଷରେ ଯୁଗ୍ମ ସମ୍ପାଦକ ରଞ୍ଜନ ମହାପାତ୍ର ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୀର ହୁସେନ, ଏଷ୍ଟେକାର ହୁସେନ, ମନୋଜ କୁମାର ନନ୍ଦ, ପ୍ରଶାନ୍ତ କୁମାର ଦାସ, ବିରୁ ସେଠି, ଜିତେନ୍ଦ୍ର ସାହୁ ପ୍ରମୁଖ ବ୍ୟକ୍ତିମାନେ ସହଯୋଗ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କ ଯୋଗଦାନ

ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ରେ ତିନି ଦିନିଆ କର୍ମଶାଳା

masiha

ଇସ୍କଫର 23 ତମ ରାଜ୍ଯସ୍ତରୀୟ ସମ୍ମିଳନୀ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!