ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

-କଳାହାଣ୍ଡି ଉତ୍ସବ ସାରା ଦେଶରେ ସର୍ବୋତ୍ତମ ମହୋତ୍ସବର ମାନ୍ୟତା ପାଇବ

-କଳାହାଣ୍ଡି ଉତ୍ସବ ସାରା ଦେଶରେ ସର୍ବୋତ୍ତମ ମହୋତ୍ସବର ମାନ୍ୟତା ପାଇବ 

କଳାହାଣ୍ଡିର ସାହିତ୍ୟ, ସଂସ୍କୃତି ଓ ଇତିହାସ ସାରା ବିଶ୍ୱକୁ ବାଟ ଦେଖାଏ
କଳାହାଣ୍ଡି କେବଳ ଖଣି ନୁହେଁ ଖାଦ୍ୟଶସ୍ୟର ବି ଖାଦାନ 
୨୦୩୬ରେ ସଂପୂର୍ଣ୍ଣ ବିକଶିତ ଜିଲ୍ଲା ହେବ କଳାହାଣ୍ଡି 
ସମସ୍ତଙ୍କ ସହଭାଗିତା ଜିଲ୍ଲାକୁ ବିକାଶର ଶୀର୍ଷରେ ପହଞ୍ଚାଇବ

ଭବାନୀପାଟଣା,୧୫/୦୧- ସାରା ଦେଶ ତଥା ବିଦେଶରେ ବିଭିନ୍ନ ପର୍ବ, ଉତ୍ସବ ଓ ମହୋତ୍ସବ ପାଳନ କରାଯାଉଛି। କିନ୍ତୁ କଳାହାଣ୍ଡି ମାଟିର ଏହି ଅନନ୍ୟ ଲୋକ ଉତ୍ସବ ସାରା ଦେଶ ଓ ବିଦେଶରେ ଅତ୍ୟନ୍ତ ନିଆରା। ଏ ଜିଲ୍ଲାର ସମୃଦ୍ଧ ଲୋକକଳା, ବୈଭବଶାଳୀ ଇତିହାସ, ରତ୍ନଗର୍ଭା ଏ ମାଟିର ଜନ ସମ୍ପଦ, ଆତିଥ୍ୟ ସମସ୍ତଙ୍କ ତନୁମନ ହରି ନେଇଥାଏ। ୨୭ତମ ଗୌରବମୟ ବର୍ଷରେ ପଦାର୍ପଣ କରିଥିବା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ସର୍ବୋତ୍ତମ ଲୋକ ମହୋତ୍ସବର ମାନ୍ୟତା ପାଇବ। କଳାହାଣ୍ଡିର ସାହିତ୍ୟ, ସଂସ୍କୃତି ଓ ଇତିହାସ ସାରା ବିଶ୍ୱକୁ ବାଟ ଦେଖାଉଛି।କଳାହାଣ୍ଡି କେବଳ ଖଣି ନୁହେଁ ଖାଦ୍ୟଶସ୍ୟର ବି ଖାଦାନ ଭାବେ ପରିଚିତ।୨୦୩୬ରେ ସଂପୂର୍ଣ୍ଣ ବିକଶିତ ଜିଲ୍ଲା ହେବ କଳାହାଣ୍ଡି।ସମସ୍ତଙ୍କ ସହଭାଗିତା ଜିଲ୍ଲାକୁ ବିକାଶର ଶୀର୍ଷରେ ପହଞ୍ଚାଇବ ବୋଲି ଆଜି କଳାହାଣ୍ଡି ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୁଝାରୀ ଏହା କହିଥିଲେ। ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫ର ଦ୍ଵିତୀୟ ସନ୍ଧ୍ୟାରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମସ୍ଥିତ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଆୟୋଜିତ ସଭାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଅଧ୍ୟକ୍ଷତା କରିଥିବାବେଳେ ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଭାବେ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ। ସତ୍ୟ ନାରାୟଣ ମହାପାତ୍ର ସଭା ପରିଚାଳନା କରିଥିବାବେଳେ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବାବେଳେ ବିଦ୍ୱାନ ଶ୍ରୀ ପଣ୍ଡା, ହାବିଲଦାର ପ୍ରକାଶ ସାଗର, ଓଁକାର ରଥ, ପୁଷ୍ପେନ୍ଦ୍ର ବିଶ୍ୱାଳ, ଶୃତିମଞ୍ଜରୀ ଦୀପ, ଶୃତି ନାଗ, ଚସ୍ମିତ କୌର, ବିଭୁତି ମଲ୍ଲିକ, ଟିକଚନ୍ଦ୍ର ଗଉଡ଼, ଭୌମିକ ଭରଦ୍ୱାଜ ଭୋଇ, ବିକାଶ ବାଗ, ବରୁଣ ମହାନନ୍ଦ, କୁମକୁମ ପ୍ରିୟଦର୍ଶିନୀ ସାହୁ,ଆକାଶ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋଜ ଶର୍ମା, ଲୋଚନୀ ବାଗ, ନିହାରିକା ନାୟକ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନମିତା ମିଶ୍ର ସଂଯୋଜନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ମହ୍ଲାର କଳା ନିକେତନ, ଶ୍ରୀ ଜଗନ୍ନାଥ ସଂଗୀତ ବିଦ୍ୟାଳୟର ଶିଶୁ ଘୁମୁରା, ଶୁଭକ୍ଷିତା ମିଶ୍ରଙ୍କ ଓଡିଶୀ, ସୁନ୍ଦରଗଡ଼ ଦୁର୍ଗାଭରସୀ ନୃତ୍ୟ, ନୃତ୍ୟଙ୍ଗନାର ବଜାଶାଲ, ବେଦାନ୍ତ ଆଲୁମିନା ଲିମିଟେଡ କବିଭୁତି, ହିମାଚଲୀ ପାହାଡି ନୃତ୍ୟ, ଜୁନାଗଡ଼ ଓଡିଶା କଳାକେନ୍ଦ୍ର, ଆସାମର ବିହୁ, କନ୍ଧମାଳର ନୂତନ କଳା ସଂସଦ, ନଟରାଜ ଜ୍ୟାକ୍ ଏକାଡେମୀର ମହାରି, ସିଟିଏମଏସର ସମ୍ବଲପୁରୀ ନୃତ୍ୟ, ପଞ୍ଜାବର ଭାଙ୍ଗଡା, ସୁନୀଲ ରଥ ଓ ସାଥୀ, ସଂସ୍କୃତିର ଘୁଡକା ଡ୍ୟାନ୍ସ , କାରୁଣ୍ଡ କଳା କେନ୍ଦ୍ରର ବଜାଶାଲ ପ୍ରଦର୍ଶିତ ହୋଇଥିଲା। ଷ୍ଟାରନାଇଟ କାର୍ଯ୍ୟକ୍ରମରେ ବିଶ୍ୱମୋହନ କବି, ସୌରଭ ନାୟକ ପ୍ରମୁଖ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। 

( ମ ନି ସ )

Related posts

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ୧୧ତମ ଅଭିଯୋଗ ଶୁଣାଣି  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଉପରେ ଲୋକଙ୍କ ଆସ୍ଥା ବଢିଛି

masiha

ଅଙ୍ଗନବାଡି କେନ୍ଦ୍ର ରେ ତାଲା ପକାଇରଖିଲେ ଗ୍ରାମବାସୀ

masiha

ପୁରାତନ “କୁର୍ଲା ବନ୍ଧ” (ଦରଳି ବନ୍ଧ)ରେ ଶ୍ମଶାନ ନିର୍ମାଣକୁ ବିରୋଧ : ପ୍ରଶାସନର ନୀରବତାକୁ ନେଇ କେବିଡି ଓ ଡଙ୍ଗରୀପଡା ଗ୍ରାମବାସୀଙ୍କ ଅସନ୍ତୋଷ

Leave a Comment

error: Content is protected !!