ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ 

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ 

ଡାବୁଗାଁ, ୧୭/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ନର୍ସରୀସ୍ଥିତ ଉଦ୍ୟାନ ବିଭାଗ କାର୍ଯ୍ୟ|ଳୟ ଠାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ୨ ଦିନିଆ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଶୁକ୍ରବାର ଉଦଘାଟିତ ହୋଇଯାଇଛି | ଛତୁ ଚାଷ ମିଶନ, ଫୁଲ ଚାଷ ମିଶନରେ ସାମିଲ ହେବା, ବିଶେଷ କରି ମସଲା ଉନ୍ନୟନ ଏଥିରେ ଡାବୁଗାଁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ରବିଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅତିଥି ଭାବେ ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବିଡିଓ ଶରତ ମାଝି, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ସହକାରୀ ପ୍ରାଣୀ ଚିକିତ୍ସକ ଡା. ଏଲ. ଲୋକନାଥ ରେଡ୍ଡୀ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମୀ ନିରୋଜ ମଲ୍ଲିକ, ଭାଜପା ନେତା ଜୟନ୍ତ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ | ଏଥିରେ ଉଦ୍ୟାନ କୃଷି କ୍ଷେତ୍ରରେ ମହିଳା ମାନଙ୍କୁ ଅଧିକ ସଶକ୍ତି କରଣ କରିବା ପାଇଁ ସେମାନଙ୍କୁ ଯୋଜନା ମାଧ୍ୟମରେ ଲଙ୍କା ଚାଷ, ଧନିଆ ଚାଷ, ଅଦା ଓ ହଳଦୀ ଚାଷ, ମେଥି ଚାଷ ଉପରେ ଗୁରୁତ୍ଵାରୋପ କରାଯାଇଥିଲା | ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ଶଙ୍କର ଜାତୀୟ ପନିପରିବା ଚାଷରେ ସହାୟତା, ଆଳୁ ଓ ପିଆଜ ଚାଷରେ ସହାୟତା, ଅମଳ ପରବର୍ତ୍ତୀ ପରିଚାଳନା ଓ ବିକ୍ରୟ ସହାୟତା, ସ୍ଵତନ୍ତ୍ର ଫଳ ଚାଷ ଯୋଜନା, ମହୁମାଛି ପାଳନ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତକର୍ମ ନିଯୁକ୍ତି ଯୋଜନାରେ ହିତାଧିକାରୀଙ୍କ ଜମିରେ ଫଳ ଚାଷ ପାଇଁ ସରକାରୀ ସହାୟତା ପାଇବା ଉପରେ ଆଲୋଚନା କରଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗ ବ୍ୟତୀତ କୃଷି ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ଚାଷୀ ମାନଙ୍କୁ ନିଜ ବିଭାଗରେ ଥିବା ସରକାରୀ ଯୋଜନା ଗୁଡିକ ରେ ମିଳୁଥିବା ସହାୟତା ଉପରେ ବୁଝାଇଥିଲେ | ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଚାଷୀ ମାନେ ଏଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଶା ଦିଦି ନୁହେଁ ଭରଷା ଦିଦି ଥିଲେ, ଦୁଃଖ ଲୁହରେ ଭସେଇ ଦେଇ ଚାଲିଗଲେ !

Sunil Chandra Nayak

ମୋଟର ସାଇକେଲ ଦୁର୍ଘଟଣା, ୧ ମୃତ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଯୁକ୍ତ ଦୁଇ ଓ ମାଟ୍ରିକ ରେ ଉତ୍ତମ ପ୍ରଦର୍ଶନ କରିଥିବା ୨୭କୃତୀ ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!