ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରଦ୍ଧା ଶକ୍ତି ସେବା ସଙ୍ଗଠନ ର “ଅରୁଣ ବଞ୍ଚାଅ ଅଭିଯାନ” କାର୍ଯ୍ୟକ୍ରମ

ଢ଼େଙ୍କାନାଳ: କେନ୍ଦ୍ରସରକାର ତଥା ଓଡିଶା ସରକାର ଙ୍କର ଜନ କଲ୍ୟାଣ ପାଇଁ ମାଳ ମାଳ ଯୋଜନା କିନ୍ତୁ ଅରୁଣ ଭାଇ ଏସବୁ ରୁ ବଞ୍ଚିତ। ଅରୁଣ ଙ୍କର ନା, ଅଛି ଭୋଟର ପରିଚୟ ପତ୍ର ନା, ଅଛି ଆଧାର କାର୍ଡ_ ସେ ଜଣେ ପରିଚୟ ବିହୀନ ରାସୋଳ ଅଧିବାସୀ। ପିତା-(ଗଙ୍ଗା)ମାନ ନାୟକ ମାତା_ନେତ ନାୟକ ,ପ୍ରମାଣ ବିହୀନ ଠିକଣା: କଲୋନୀ ସାହି, ରାସୋଳ (ଢ଼େଙ୍କାନାଳ) ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରାସୋଳ ଗ୍ରାମ ପଞ୍ଚାୟତ ରେ ପାଖାପାଖି ୮000 ଲୋକ। କିନ୍ତୁ ତାରି ଭିତରେ ଅରୁଣ ନାଏକ ଜଣେ ଭିନ୍ନକ୍ଷମ ମଣିଷ ।

          ତାଙ୍କର ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ କିମ୍ବା ଜମି ବାଡ଼ି ମଧ୍ଯ ନାହିଁ । ପୂର୍ବରୁ ଗୋଟିଏ ଡିସିମିଲି ଜାଗା ଥିଲା, ପେଟ ରୋଗ ରେ ଆକ୍ରାନ୍ତ ହେବାରୁ ବିକିଦେଇ ଚିକିତ୍ସିତ ହୋଇଥିଲେ । କିନ୍ତୁ ଫଳାଫଳ ଶୂନ୍ୟ ରୋଗ ଭଲ ହେଲା ନାହିଁ ।କେବେ କେବେ କାହା ବାରଣ୍ଡା ରେ,ଆଉ କେବେ ରାସ୍ତା କଡ ରେ ବିତୁ ଥାଏ ତାଙ୍କର ଜୀବନ।କିଏ ଦେଲେ ଗଣ୍ଡେ ଖାଆନ୍ତି ନ ହେଲେ ପାଣି ପିଇ ଶୋଇ ପଡନ୍ତି।ପୋଷାକ କଥା କହିଲେ ପାଟି ଥ ଥ ମ ହେଇଯିବ ,ଆଉ ଶୁଣିଲେ ନିଜକୁ ଖରାପ ଲାଗିବ l ଦିନେ ନୁହେଁ କି ଦୁଇ ଦିନ ନୁହଁ, ଆଜକୁ ୭ ବର୍ଷ ରୁ ଉର୍ଦ୍ଧ ହେବ ଖାଦ୍ୟ,ବସ୍ତ୍ର,ବାସଗୃହ ଭଳି ମୌଳିକ ସୁବିଧା ସୁଯୋଗ ରୁ ସେ ବନ୍ଚିତ ହୋଇଛନ୍ତି ସେ l 

       ଏବେ ତ ଖରା ଦିନ ସମସ୍ତେ ଏସି,ଫ୍ଯାନ,କୁଲର ତଳେ ଜୀବନ କାଟୁଥିବା ବେଳେ ବଡ ଅସହାୟ ଅବସ୍ଥାରେ ବିତୁଛି ତାଙ୍କ ଜୀବନ l ସରକାର ଙ୍କର ଜନ କଲ୍ୟାଣ ପାଇଁ ମାଳ ମାଳ ଯୋଜନା କିନ୍ତୁ ଅରୁଣ ଏସବୁ ରୁ ବଞ୍ଚିତ ହୋଇଛନ୍ତି ।

  ଏହି ପରିପ୍ରେକ୍ଷୀରେ ରାସୋଳ ଅଞ୍ଚଳ ରେ ନୂତନ ଭାବେ ଗଠିତ ହୋଇଥିବା ସ୍ବାସ୍ଥ୍ୟ _ଶିକ୍ଷା_ ସେବା ଭିତ୍ତିକ ସଂଙ୍ଗଠନ ଶ୍ରଦ୍ଧା ଶକ୍ତି ସେବା ସଙ୍ଗଠନ ବିଭିନ୍ନ ସମୟ ରେ ଅସହାୟ ଗରିବ ଲୋକ ଙ୍କୁ ରନ୍ଧା ଖାଦ୍ୟବଣ୍ଟନ, ବସ୍ତ୍ରଦାନ, ଜଳଛତ୍ର , ଆଶୁଘାତ ଜନିତ ଜନ ସଚେତନତା କାର୍ଯ୍ୟକ୍ରମ କରିଆସୁଅଛି । ଏଇ କିଛି ଦିନ ହେବ ଦୃଷ୍ଟି ପଡ଼ିଛି ଅରୁଣ ଙ୍କ ଉପରେ l କର୍ମକର୍ତ୍ତା ମାନେ ସାହାର୍ଯ୍ୟ ଓ ସହଯୋଗ ର ହାତ ବଢ଼େଇଛନ୍ତି ତତ୍ ସହିତ “ଅରୁଣ ବଞ୍ଚାଅ ଅଭିଯାନ ” ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି l

ଗତ କାଲି ତା 22/04/2022 ରିଖ ଶୁକ୍ରବାର ଦିନ ଅସହାୟ ପରିଚୟ ବିହୀନ ମଣିଷ ଅରୁଣ ନାୟକ ଙ୍କୁ ପରିଚୟ ପ୍ରଦାନ ନିମିତ୍ତ ଆଧାର କାର୍ଡ ପାଇଁ ହିନ୍ଦୋଳ ବ୍ଲକ ଅଫିସ୍ ପରିସରରେ ଥିବା ଆଧାର ସେଣ୍ଟର ରେ ଆଧାର ଫର୍ମ ପୂରଣ କରିବା ସହିତ ରାସୋଳ ଗ୍ରାମ ପଞ୍ଚାୟତ ର ନବ ନିର୍ବାଚିତ ନୂତନ ସରପଞ୍ଚ ଓ ଜଣେ ସ୍ଵୀକତିପ୍ରାପ୍ତ ଅଧିକାରୀ ମହୋଦୟ ଙ୍କ ଠାରୁ ରେସିଡେନ୍ସିଆଲ ସାର୍ଟିଫିକେଟ୍ ଅନୁମୋଦନ କରାଇଛନ୍ତି।ସମୟ ପ୍ରାୟ ସକାଳ 11 ଘଟିକା ଠାରୁ ପ୍ରାୟ 4 ଘଣ୍ଟା ର ଅପେକ୍ଷା ପରେ ଅସହାୟ ଅରୁଣ ନାୟକ ଙ୍କର ଆଧାର କେନ୍ଦ୍ର ରେ ଫଟୋ ଉଠା ଯାଇଅଛି ଏବଂ ୩୫ ବର୍ଷ ପରେ ପ୍ରଥମ ଥର ପାଇଁ ସେ ଜଣେ ନାଗରିକ ହେବା ର ସୌଭାଗ୍ୟ? ଲାଭ କରିଛି ।

      ଏତାଦୃଶ ଜନ ମଙ୍ଗଳ କାର୍ଯ୍ୟକଳାପ ରେ ସେବକ ଭାଇ ସଞ୍ଜୟ ନାୟକ, ଚନ୍ଦନ ନାଏକ, ସତ୍ଯ ସାମଲ,ମୁଖ୍ୟ ସଂଗଠକ ତଥା ସଭାପତି ବିଭୁପ୍ରସାଦ ଶତପଥୀ ତଥା ସଂଗଠନର ଉପଦେଷ୍ଟା ହିନ୍ଦୋଳ ମ୍ଯୁନିସିପାଲିଟି ର କାଉନସେଲର ଶ୍ରୀଯୁକ୍ତ ପ୍ରଦ୍ଯୁମ୍ନ ବେହେରା ମହୋଦୟ , ରସୋଳ ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀଯୁକ୍ତ ଦିବାକର ନାଏକ ମହୋଦୟ ସହଯୋଗ କରିଛନ୍ତି। ଅରୁଣ ଙ୍କ ମୁହଁରେ ହସ ଫୁଟେଇବାକୁ ଅନୁଷ୍ଠାନ ର ସମସ୍ତ ସଭ୍ୟ, ତଥା ସଭାପତି ବିଭୁ ପ୍ରସାଦ ଶତପଥୀ ସରକାର ଓ ସମସ୍ତ ବୁଦ୍ଧିଜୀବୀ କୁ ନିବେଦନ କରିଛନ୍ତି l

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

ମଧୁସୂଦନ ମହାପାତ୍ର ଙ୍କ କବିତା ଅମୃତ କୋଳାହଳ 

Sunil Chandra Nayak

ଜନ୍ମାଷ୍ଟମୀ ରେ ଉତ୍ସଵ ମୁଖର ସରସ୍ଵତୀ ଶିଶୁ ମନ୍ଦିର, ରାଧାକୃଷ୍ଣ ବେଶ ରେ ସଜ୍ଜିତ ହେଲେ ଛାତ୍ର ଛାତ୍ରୀ 

Sunil Chandra Nayak

ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ପଣ୍ଡକୁଳ ପ୍ରାଥମିକ ବିଦ୍ୟାଳୟ ଖୋଲିଲେ,

Sunil Chandra Nayak

Leave a Comment

error: Content is protected !!