ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇମ୍ଫା ରେ କୃତ୍ରିମ ବୁଦ୍ଧିମତା ଆଧାରିତ କ୍ୟାମେରା ସଂସ୍ଥାପନ ସମାରୋହ

ଇମ୍ଫା ରେ କୃତ୍ରିମ ବୁଦ୍ଧିମତା ଆଧାରିତ କ୍ୟାମେରା ସଂସ୍ଥାପନ ସମାରୋହ

ରାୟଗଡା :- ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ଆଚରଣ-ଆଧାରିତ ସୁରକ୍ଷାରେ କୃତ୍ରିମ ବୁଦ୍ଧିମତା ସମ୍ପର୍ଣ୍ଣ ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରି ଓଡିଶା ସରକାରଙ୍କ କାରଖାନା ଓ ଵାଷ୍ପିତ ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶାନୁସାରେ, କୃତ୍ରିମ ବୁଦ୍ଧିମତ୍ତା ଆଧାରିତ କ୍ୟାମେରା କାର୍ଯ୍ୟକ୍ଷମ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ରାୟଗଡ଼ସ୍ଥିତ ଉପ ନିର୍ଦ୍ଦେଶକ ,କାରଖାନା ଓ ବଷ୍ପିତ ବିଭାଗ ଇଂ.ଚିତ୍ତରଞ୍ଜନ ବେଉରା ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରାୟଗଡ ସ୍ଥିତ ସହକାରୀ ନିର୍ଦ୍ଦେଶକ, କାରଖାନା ଓ ବଷ୍ପିତ ବିଭାଗ ଇଂ.ବିନିତ ସାରଙ୍ଗୀ ଏବଂ ଇମ୍ଫା ଥେରୁବାଲି ର ଉପସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମାନ ଅଶୀଷ୍ କୁମାର ରାୟଙ୍କ ଉପସ୍ଥିତିରେ ସଫଳତାର ସହ ସମ୍ପର୍ଣ୍ଣ ହୋଇଥିଲା। ଓଡ଼ିଶାରେ ପ୍ରଥମ ଥର ପାଇଁ ନିରନ୍ତର ଉତ୍ପାଦନ ଭିତ୍ତିକ ଶିଳ୍ପ କ୍ଷେତ୍ରରେ ଶୂନ୍ୟ ଦୁର୍ଘଟଣା ର ଲକ୍ଷ୍ୟ ନେଇ ସୁରକ୍ଷା ପ୍ରତି ସମ୍ବେଦନଶୀଳତା ର ଅଗ୍ରଦୂତ ଭାବେ ଇମ୍ଫାର ଏହି ଅଭିନବ ପ୍ରୟାସ ଔଦ୍ୟୋଗିକ ନିର୍ବାପନ ସୁରକ୍ଷା କ୍ଷେତ୍ରରେ ରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟି ସ୍ଥାପନ କରିବା ସହିତ *ସୁରକ୍ଷା ଆଗ* ମନୋଭାବର ଉଦ୍ରେକ ପାଇଁ ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ ଆଣି ପାରିବ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକରେ ଦଶମ ଶ୍ରେଣୀର ପରୀକ୍ଷା ପାସ ହାର ୯୮.୯୪ ଶତକଡା, ଦୁଇ ଜଣ ଛାତ୍ରୀ ସର୍ବାଧିକ ନମ୍ବର ରଖି ବି୧ ଗ୍ରେଡରେ ପାସ

ଧର୍ମଗଡରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ପାଇଁ ଗୁରୁତ୍ଵପୂର୍ଣ୍ଣ ବୈଠକ

masiha

ଶିକ୍ଷାବିତ ବ୍ରହ୍ମାନନ୍ଦ ମଲ୍ଲିକ ଙ୍କ ପ୍ରଥମବାର୍ଷିକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!