ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜବହାର ନବଦୟ ପରୀକ୍ଷା 

ଜବହାର ନବଦୟ ପରୀକ୍ଷା 

ବନ୍ଧୁଗାଁ ତା,୧୮/୧/୨୨, ଆଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଷଷ୍ଟ ଶ୍ରେଣୀକୁ ଉତୀର୍ଣ୍ଣ ପାଇଁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ  ଜବାହାର ନବଦୟ ପରୀକ୍ଷା ହୋଇଥିଲା I କୋରାପୁଟ ଜିଲ୍ଲାର ୧୪ ଟି ବ୍ଲକର ମୋଟ ୫୮୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଈଁ ପଞ୍ଜିକରଣ ହୋଇଥିଲା I ସେଥିରୁ ବନ୍ଧୁଗାଁ ବ୍ଲକରୁ ୨୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ ହୋଇଥିବା ବେଳେ ୧୬୨ ଜଣ ଉପସ୍ଥିତ ରହିଥିବା ବେଳେ ୪୯ ଜଣ ଛାତ୍ରଛାତ୍ରୀ ଅନୁ ପସ୍ଥିତ ରହିଥିଲେ I ଆଜିର ପରୀକ୍ଷାରେ କୋରାପୁଟ ଜିଲ୍ଲା ନବଦୟ ସ୍କୁଲର ଶିକ୍ଷକ ଶ୍ରୀ ସି.ଏଲ.ଓ. ଡକ୍ଟର ସଦାଶିବ ପାତ୍ର ଉପସ୍ଥିତ ରହିଥିବାବେଳେ ସୁପରିଟିଡେଣ୍ଟ ଭାବରେ ରଶ୍ମିତା ସେଠି ପରୀକ୍ଷାର ଦାୟୀତ୍ୱ ତୁଳାଇଥିଲେ I ବନ୍ଧୁଗାଁ ବ୍ଲକ ଶିକ୍ଷା ବିଭାଗ ଅଧିକାରୀ ନିରୀକ୍ଷକ ଭାବରେ ଶ୍ରୀ ଈଶ୍ୱର ଚନ୍ଦ୍ର ମୁଦୁଲି ପରୀକ୍ଷା କେନ୍ଦ୍ର ବୁଲି ଦେଖୁଥିଲେ I ପରୀକ୍ଷା କେନ୍ଦ୍ରରେ ପିଲାଙ୍କ ପାଇଁ କୌଣସି ଅସୁବିଧା ନହବା ପାଇଁ ବନ୍ଧୁଗାଁ ଥାନା ଷ୍ଟାଫଙ୍କୁ ମୃତୟନ କରା ଯାଇଥିଲା I ବିଦ୍ୟାଳୟ ର ୯ ଜଣ ଶିକ୍ଷକ ଓ ଶିକ୍ଷଯତ୍ରୀ ଦାୟୀତ୍ୱ ପରିଚାଳନ ଦାୟୀତ୍ୱରେ ଥିଲେ I 

 ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ନବରଙ୍ଗପୁର ଗସ୍ତରେ ବିଧାନ ସଭା ଷ୍ଟାଣ୍ଡିଂ ସବ୍ କମିଟି

Sunil Chandra Nayak

ଡମ୍ କର୍ଲା ଖୁଣ୍ଟା ଗ୍ରାମ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

masiha

ଯୋରାଡୁଵୁରା ବୈଦିକ ବ୍ରାହ୍ମଣ ସମାଜ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ

masiha

Leave a Comment

error: Content is protected !!