ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା 

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା 

ରାୟଗଡ:-ତା ୧୮/୦୧- ଆଜି ସ୍ଥାନୀୟ ପ୍ରଦକ୍ଷିଣ ଗୃହ ପାର୍ଶ୍ୱସ୍ଥ ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ  ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଶ୍ରୀ ଭାସ୍କର ରଇତ, ଅତିରକ୍ତ ଜିଲ୍ଲାପାଳ ରାୟଗଡ ପଦନ୍ୱତୀ ପାଇ ଅତିରକ୍ତ ସାଶନ ସଚିବ ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତି କରଣ ବିଭାଗରେ ନିଯୁକ୍ତି ହୋଇଥିବାରୁ ଓଡିଶା ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l ନୂତନ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ସିଡିଓ ତଥା ଇଓ ଜିଲ୍ଲା ପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ, ତହସିଲଦାର ଗୁଣୁପୁର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ, ବିଷମକଟକ ତହସିଲ, କୋଳନରା ତହସିଲଦାର ଶ୍ରୀ କୀର୍ତି ପ୍ରଧାନ, ଅତିରିକ୍ତ ତହସିଲଦାର ବିଗ୍ନରାଜ କହଁର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମନାଗୁଡ଼ା, ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ତତ୍ତ୍ୱମୋସୀ ମହାପାତ୍ର, ରାୟଗଡ ତହସିଲଦାର ଶ୍ରୀମତୀ ପ୍ରିୟଦର୍ଶନୀ ସ୍ୱାଇଁ,ଅତିରକ୍ତ ତହସିଲଦାର ରlୟଗଡ଼,ଶ୍ରୀ ଦେବାଶିଷ ବିଶ୍ୱାସ,ଶ୍ରୀ ବସନ୍ତ କୁମାର ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରlୟଗଡ଼,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ,ଆରୀ କୈଳାଶ ଚନ୍ଦ୍ର ସ୍ୱାଇଁ,ସହକାରୀ ଜିଲ୍ଲାପାଳ, ଉପଜିଲାପାଳଙ୍କ କାର୍ଯ୍ୟାଳୟ, ରlୟଗଡ଼, କର୍ମ ନିୟୋଜନ ଅଧିକାରୀଙ୍କ କାର୍ଯ୍ୟାଳୟର ବଡ଼ବାବୁ ଶ୍ରୀ ସନ୍ତୋଷ କୁମାର ନନ୍ଦ ଆଦି ଅଧିକାରୀମାନେ ଯୋଗଦାନ କରିଥିଲେ l ଅତିରକ୍ତ ଜିଲ୍ଲାପାଳ ଶ୍ରୀ ରଇତ ଜଣେ ସଚ୍ଚଟ ଓ ନିଷ୍ଠାବାନ ବ୍ୟକ୍ତି,କୁଶଳୀ, ଚରିତ୍ରବାନ ଓ ଉତ୍ତମ ବ୍ୟବହାର ସମ୍ପନ୍ନ ବ୍ୟକ୍ତି ଥିବା ସମସ୍ତ ବକ୍ତା କହିଥିଲେ ଓ ତାଙ୍କର ପରବର୍ତ୍ତୀ ଜୀବନ ଉତ୍ତରତର କାମନା କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶୋକସଭା ଅନୁଷ୍ଠିତ

masiha

ସମ୍ବିଧାନ ଦିବସ ଉପଲକ୍ଷେ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ

masiha

ଏସ୍‌ଆଇଆର୍‌-୨୦୨୬ର ଅଗ୍ରଗତି ସମୀକ୍ଷା ଓ କ୍ଷେତ୍ରସ୍ତରୀୟ ଯାଞ୍ଚ ରାୟଗଡ଼ ଜିଲ୍ଲାରେ ନିର୍ଦ୍ଦେଶକ ତଥା ନିର୍ବାଚକ ତାଲିକା ପର୍ଯ୍ୟବେକ୍ଷକଙ୍କ ଦ୍ୱିତୀୟ ଜିଲ୍ଲା ଗସ୍ତ

Sunil Chandra Nayak

Leave a Comment

error: Content is protected !!