ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ବନଖଣ୍ଡ ପକ୍ଷରୁ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ୨୦୨୫ ଆୟୋଜିତ

ରାଉରକେଲା ବନଖଣ୍ଡ ପକ୍ଷରୁ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ୨୦୨୫ ଆୟୋଜିତ

ରାଉରକେଲା: ରାଉରକେଲା ବନଖଣ୍ଡ ପକ୍ଷରୁ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ୨୦୨୫ ଆଜି ଆୟୋଜିତ ହୋଇଯାଇଛି l 

 ରାଉରକେଲା ବନଖଣ୍ଡ ପକ୍ଷରୁ ଏକ ବନାଗ୍ନି ସଚେତନତା ରଥ ଏବଂ ଶୋଭାଯାତ୍ରା ସେକ୍ଟର-୧୩ ମେଳନ ପଡିଆରୁ ବାହାରି ରିଂଗ୍ ରୋଡ ଦେଇ ଭଞ୍ଜ ଭବନ ଠାରେ ପହଞ୍ଚିଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ,ଏହି ସଚେତନତା ରଥ ଏବଂ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l କାର୍ଯ୍ୟକ୍ରମରେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠିଙ୍କ ସମେତ ଅନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ l ଏହି ଅବସରରେ ବନଗ୍ନି ନିବାରଣ ନେଇ ଏକ ପଥ ପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା l   ଶୋଭାଯାତ୍ରା ଭଞ୍ଜ ଭବନ ଠାରେ ପହଞ୍ଚିବା ପରେ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ୨୦୨୫ ଆୟୋଜିତ ହୋଇଥିଲା। ଏହି କାର୍ଯ୍ଯକ୍ରମରେ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ନିବେଦିତା ଦାଶ, ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି, ଉପ-ବନ ସାରଂକ୍ଷକ ବୈଦ୍ୟନାଥ ମାଝି, ରାଉରକେଲା ଇସ୍ପାତ କାରଖାନା ଅଗ୍ନିଶମ ବିଭାଗ ଅଧିକାରୀ ବି. ବି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ରାଉରକେଲା ଏସିଏଫ୍ ସୌମ୍ଯରଞ୍ଜନ ଗୋଛାୟତ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ l ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି ନିଜ ବକ୍ତବ୍ୟରେ ଜଙ୍ଗଲ ନିଆଁ ନବାରଣ ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l  ଏହି କାର୍ଯ୍ୟକ୍ରମରେ ରାଉରକେଲା ବନଖଣ୍ଡ ଅଧିନସ୍ଥ ବନରକ୍ଷୀ ଏବଂ ଅଗ୍ନି ନିର୍ବାପକ କର୍ମଚାରୀମାନଙ୍କୁ କିଟ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ରାଉରକେଲା, ବିରମିତ୍ରପୁର, ଲହୁଣୀପଡ଼ା,ବିଶ୍ରା ଓ ରାଜଗାଙ୍ଗପୁର ବନ ମଣ୍ଡଳ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗିର୍ଲିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ 

masiha

ଠାକୁର ଅନୁକୂଳଙ୍କ ୧୩୬ ତମ ଜନ୍ମୋତ୍ସବ ପାଳିତ

masiha

ଟ୍ରାକ୍ଟର ଧକ୍କାରେ ଦାଦା ମୃତ ପୁତୁରା ଗୁରୁତର ଆହତ

Sunil Chandra Nayak

Leave a Comment

error: Content is protected !!