ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଖଡ଼ିଆଳଠାରେ ଅନ୍ତଃ ଜିଲ୍ଲା ଡବଲସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦଯାପିତ

ଖଡ଼ିଆଳଠାରେ ଅନ୍ତଃ ଜିଲ୍ଲା ଡବଲସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦଯାପିତ

ନୂଆପଡା,ନୂଆପଡା ଜିଲ୍ଲା ଖଡ଼ିଆଳ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ ଖଡ଼ିଆଳ ଯୁବ ମୋର୍ଚ୍ଚା ପକ୍ଷରୁ ଗତ ତିନିଦିନଧରି ଚାଳିଥିବା ଅନ୍ତଃଜିଲ୍ଲା ଡବଲସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦଯାପିତ ହୋଇଛି l ୩୫ ବର୍ଷ ବୟସ୍କରୁ କମ ବର୍ଗରେ ଫାଇନାଲ ମ୍ୟାଚରେ ବଲାଙ୍ଗୀରର ମହମ୍ମଦ ଇରଫାନ ଓ ଚିନ୍ମୟ ବେହେରା ଯୋଡି ୨-୧ ସେଟରେ ମହମ୍ମଦ ଆକିବ ଓ ଅଭୟ ସାହୁ ଯୋଡିକୁ ହରାଇ ଚାମ୍ପିୟନ ହୋଇଛନ୍ତି l ସେହିଭଳି ୩୫ ବର୍ଷରୁ ଉର୍ଦ୍ଧ ବୟସ୍କ ବର୍ଗରେ ରିତେଶ ବାବୁ ଓ ବନବି ହାରୀ ବେହେରା ଯୋଡି ୨-0 ସେଟରେ ସୁଦୀପ୍ତ ବିଶୋଇ ଓ ଲକ୍ଷ୍ମୀକାନ୍ତ ପୂଜାରୀ ଯୋଡିକୁ ହରାଇ ଚମ୍ପିୟାନ ହୋଇଛନ୍ତି l ଉଦଯାପନୀ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ,ସମ୍ମାନିତ ଅତିଥିଭାବେ ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା, ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ,ଇଂ ସୌମ୍ୟ କିଶୋର ଜୟପୁରିଆ,ଚିତ୍ରଭାନୁ ସିଂଦେଓ,ସାମ୍ବାଦିକ କୁନୁ କରୁଆଁ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ପରେ ଅତିଥିମାନେ ଚାମ୍ପିୟନ ଓ ରନର୍ସ ଅପ ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ l ଏହି ଉଦଯାପନୀ ସମାରୋହରେ ଖଡ଼ିଆଳ ଯୁବ ମୋର୍ଚ୍ଚା ର ସଭାପତି ଅଭିଳାଷ ସିଂଦେଓ ଅଧକ୍ଷତା କରିଥିବା ବେଳେ ସମ୍ପାଦକ ସଞ୍ଜୟ ସେଠି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣେଇଥିଲେ l ସରୋଜ କୁମାର ପଣ୍ଡା, ସୌରଭ ପଣ୍ଡା ଖେଳ ପରିଚାଳନା କରିଥିଲେ l ଏହି ଟୁର୍ନାମେଣ୍ଟରେ ପ୍ରସନ୍ନ କୁମାର ମାହାନା,ନନ୍ଦ କୁମାର ନାଗ,ରଶ୍ମି ରଞ୍ଜନ ପାଣିଗ୍ରାହୀ, ଆଲୋକ ରଥ,ମାନସ ପତି,ବିଜୁ ସେଠି,ଅଙ୍କିତ ସାହୁ,ଅକ୍ଷୟ ପାଢ଼ୀ,ସେରୁ,ବିବେକ ନାଏକ ପ୍ରମୁଖ ଟୁର୍ନାମେଣ୍ଟରେ ସମ୍ପୂର୍ଣ ସହଯୋଗ କରିଥିଲେ l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଯୁବ ହଷ୍ଟେଲ ର ସନ୍ତରଣ ପ୍ରତିଯୋଗିତା ସମ୍ପନ୍ନ 

masiha

ରାୟଗଡାରେ ଅଶୋକ କୁମାର ସାହୁ ଦ୍ୱିତୀୟ ସ୍ମୃତି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

India Emerges Victorious in Bilateral ODI Deaf Cricket Series against Sri Lanka.

masiha

Leave a Comment

error: Content is protected !!