ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନ୍ଧାଣି ସମାଜର କରମ ପୂଜା ଓ ପାରମ୍ପରିକ ନାଚଗୀତ ଅନୁଷ୍ଠିତ 

ବିନ୍ଧାଣି ସମାଜର କରମ ପୂଜା ଓ ପାରମ୍ପରିକ ନାଚଗୀତ ଅନୁଷ୍ଠିତ 

ମୟୂରଭଞ୍ଜ -୧୯/୦୧ // ମୟୁରଭଞ୍ଜ ଜିଲ୍ଲାର ଗଣପର୍ବ ମକର ସଂକ୍ରାନ୍ତି ଚାଲିଥିବା ବେଳେ ବିଭିନ୍ନ ସମ୍ପ୍ରଦାୟ ବର୍ଗଙ୍କ ଭିନ୍ନ ଭିନ୍ନ ରୀତିନୀତି ଅନୁଯାଇ ଭିନ୍ନ ଭିନ୍ନ ସଂସ୍କୁତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ସେହିପରି ବାରିପଦାସ୍ଥିତ ଷ୍ଟେସନ ପଡିଆରେ ମୟୁରଭଞ୍ଜ ଜିଲ୍ଲା ବିନ୍ଧାଣି ସମାଜର ଯୁବ ନେତା ଛୋଟୁରାମ ବିନ୍ଧାଣି ଓ ଯୁବ ସଂଗଠକ ଶିବ ବିନ୍ଧାଣି ଦ୍ୱାରା ଆୟୋଜିତ ପାରମ୍ପରିକ କରମ ପୂଜା ଓ ମୃଦଙ୍ଗର ତାଳେ ତାଳେ ନାଚଗୀତ ପର୍ବ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାର ସଂଗ୍ରାମୀ ଯୁବ ନେତା ତଥା ସବୁଜ ସୁନ୍ଦର ବାରିପଦାର ସଭାପତି ଏବଂ ବାରିପଦା ପୌରପାଳିକା ପୂର୍ବତନ ଉପ-ନଗରପାଳ ଜିତେନ୍ଦ୍ର ମହାନ୍ତି ( ନଛି )ଯୋଗଦେଇଥିଲେ ଏବଂ ବିନ୍ଧାଣି ସମାଜର ରୀତିନୀତି ଅନୁସାରେ ପାରମ୍ପରିକ ପୂଜା ଓ ନାଚଗୀତରେ ସାମିଲ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ବିନ୍ଧାଣି ପରିବାରର ଝିଅବହୁ ଓ ପୁରୁଷମାନେ ପାରମ୍ପରିକ ପୋଷାକରେ ସାମିଲହୋଇଥିବାର ଦେଖିବାକୁ ମିଳିଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଡ଼ିଡ଼ିସିଏ ଦୁର୍ନୀତିରେ ରାଜ୍ୟ ଉବୁଟୁବୁ,ବିଦା ହେବ ଅଣଓଡ଼ିଆ ନିର୍ଦ୍ଧେଶକ

masiha

ସହିଦ୍ ରଘୁ ସର୍ଦ୍ଦାର ଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଅର୍ପଣ 

masiha

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ଉପରେ ସଚେତନତା ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!