ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୫ ତମ ବାର୍ଷିକ ଉତ୍ସବ

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୫ ତମ ବାର୍ଷିକ ଉତ୍ସବ

ବାଲେଶ୍ବର,୧୯/୧/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବଣପାରିଆ ଛକ ନିକଟ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀଙ୍କ ବାସଭବନ ପରିସରରେ ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ପଣ୍ଡିତ ଜଳଧର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଂଘର ସଭାପତି ପ୍ରଫେସର ସଦାନନ୍ଦ ଦୀକ୍ଷିତ୍, ମୁଖ୍ୟବକ୍ତା ଭାବ ବାଲେଶ୍ବର ଜିଲ୍ଲା ବ୍ରାହ୍ମଣ ସମିତିର ସଭାପତି ଡାକ୍ତର ଶ୍ରୀଶ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ବ୍ରାହ୍ମଣ ସମିତି ଖଇରାର କାର୍ଯ୍ୟକାରୀ ସଭାପତି ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ, ରାଜ୍ୟ ବ୍ରାହ୍ମଣ ମହାସଂଘର ଉପସଭାପତି ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ଆଞ୍ଚଳିକ ବ୍ରାହ୍ମଣ ସମିତି ଔପଦାର ପଣ୍ଡିତ ହରିହର ଦାଶ, ଅନ୍ତରା ଜୋନରୁ କୃଷ୍ଣ ଚନ୍ଦ୍ର ଦାଶ, ଡୁଙ୍ଗୁରା ଜୋନରୁ ରାମଚନ୍ଦ୍ର ପଣ୍ଡା, ନୀଳଗିରି ଜୋନରୁ ଦୟାନିଧି ମହାପାତ୍ର, କୁପାରି ଜୋନରୁ ବାସୁଦେବ ପଣ୍ଡା, ଗଣ୍ଡିବେଡ ଜୋନରୁ ଯଦୁନାଥ ନନ୍ଦ, ତୁଡିଗଡିଆ ଜୋନରୁ ବିଷ୍ଣୁ ମୋହନ ଶତପଥୀ ଓ ଅବସରପ୍ରାପ୍ତ ଅଧ୍ଯକ୍ଷ ମୁକ୍ତିକାନ୍ତ ଶତପଥୀ ମଞ୍ଚାସୀନ ହୋଇ ଅବକ୍ଷୟ ରୂପୀ ବ୍ରାହ୍ମଣ ସମାଜର ବିଭିନ୍ନ ଦିଗ ଏବଂ ଭବିଷ୍ୟତ କାର୍ଯ୍ୟ ପନ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପଣ୍ଡିତ ରମାକାନ୍ତ ଶତପଥୀ ସମିତିର ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ପଣ୍ଡିତ ଶ୍ଯାମସୁନ୍ଦର ପଣ୍ଡା । ବିରଞ୍ଚି ନାରାୟଣ ଓ ସାଥୀଙ୍କ ବେଦପାଠରେ ବୈଦିକ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା । ପରେ ପରେ ବୈଦିକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ଭାବେ ଔପଦା ବ୍ଲକ ସୋରିଷପାଳ ଶାସନରୁ ପଣ୍ଡିତ ସୁଶାନ୍ତ କୁମାର ପଣ୍ଡା ପୂଜା କାର୍ଯ୍ୟରେ ନିୟୋଜିତ ଥିଲେ । 

      ଏଥିରେ ସ୍ଥାନୀୟ ଅଞ୍ଚଳରୁ ବହୁ ପଣ୍ଡିତ ଯୋଗ ଦେଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପଣ୍ଡିତ ମାନେ ଆସି ଯୋଗଦେଇ ବ୍ରହ୍ମ ଆଲୋଚନାରେ ଅଂଶ କରି ନିଜକୁ ଧନ୍ୟ ମନେକରିଥିଲେ । ଦିବସବ୍ଯାପୀ କାର୍ଯ୍ୟକ୍ରମରେ ସମିତିର କର୍ମକର୍ତ୍ତା ମାନେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ଅନ୍ୟ ମେମ୍ବର ମାନେ । ଶେଷରେ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଏଆଇଟିୟୁସି ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

masiha

କୋଟିପତି ଯନ୍ତ୍ରୀଙ୍କ ପିଛା ଛାଡୁନି ଅଭିଯୋଗ , ଶୁଖୁଲା ଟାଙ୍କିରେ ରଙ୍ଗମାରି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

Sunil Chandra Nayak

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ

masiha

Leave a Comment

error: Content is protected !!