ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରା ଜଗନ୍ନାଥ ମନ୍ଦିର ର ମୁଖ୍ୟ ସେବକ କୁ ଭେଟିଲେ ଇଂ ଧୀରେନ୍ଦ୍ର କୁମାର ନାଏକ 

ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରା ଜଗନ୍ନାଥ ମନ୍ଦିର ର ମୁଖ୍ୟ ସେବକ କୁ ଭେଟିଲେ ଇଂ ଧୀରେନ୍ଦ୍ର କୁମାର ନାଏକ 

ଜୁନାଗଡ଼ (ମ ନି ସ):- ୨୦/୦୧:-ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରା ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ରାଜକୁମାର ନାଏକ ଦୀର୍ଘ 2ବର୍ଷ ହେବ ଶଯ୍ୟାଶାୟୀ ଥିବାରୁ ଗୋଳାମୁଣ୍ଡା ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟା ଶ୍ରୀମତି ସୀମା ନାଏକ ତଥା ମୁଖ୍ୟ ସେବିକା ଜଗନ୍ନାଥ ଧାମ ଗୋଲାମୁଣ୍ଡା,ଯୁବ ଇଞ୍ଜିନିଅର ଧୀରେନ୍ଦ୍ର ନାଏକ ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତୀ ଲବିତା ନାଏକ ଓ ବିଶିଷ୍ଟ ସମାଜ ସେବୀ ଶ୍ରୀ ଯୁକ୍ତ ଶ୍ୟାମ ସୁନ୍ଦର ଅଗ୍ରୱାଲ ତୁମୁରା ସ୍ଥିତ ବାସଭବନ କୁ ଯାଇ ସାକ୍ଷାତ କରି ସେବକ ରାଜ କୁମରନାଏକ ଓ ତାଙ୍କ ଧର୍ମ ପତ୍ନୀ ଉର୍ବଶୀ ଦେବୀଙ୍କୁ ଗୀତା ପୁସ୍ତକ, ପୁଷ୍ପ ଗୁଛ ଦେଇ ସମ୍ମାନିତ କରିଥିଲେ। ଶ୍ରୀ ନାଏକ ତାଙ୍କ ଜୀବନ କାଳ ମଧ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରି ମନ୍ଦିର ତୋଳେଇ ଅଂଚଳ ରେ ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ସଂଘଠିତ କରି ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ,ଅର୍କକେଶରୀ ଦେଓ ଙ୍କ କର କମଳରେ ପ୍ରତିଷ୍ଠା କରାଇଥିଲେ ତା ସହ ପଣ୍ଡରା ମାଳି ସମାଜ ର ସଭାପତି ଭାବେ କାର୍ଯ୍ୟକାରୀ ଘର ଘର ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ସମାଧାନ କରି ସମାଜକୁ ସଂଗଠିତ କରିଥିଲେ । ତାଙ୍କ ସ୍ଵାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ ଇଂ ଧୀରେନ୍ଦ୍ର କୁମାର ନାଏକ ଓ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ। ଉପସ୍ଥିତ ଥିଲେ ତାଙ୍କ ପରିବାର ବର୍ଗ ।ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଆଶୀର୍ବାଦରୁ ଇଞ୍ଜିନିୟର ଧୀରେନ୍ଦ୍ର ନାଏକ ,ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ସୀମା ନାଏକ ସୁସ୍ଥ ଆରୋଗ୍ୟ କାମନା କରିଥିଲେ ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ମହିଳା ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

Sunil Chandra Nayak

ନୃସିଂହନାଥ ଠାରେ ବିଂଝାଲ ସାମାଜ ପକ୍ଷରୁ ମହାସଭା ପାଇଁ ଏକ ପ୍ରସ୍ତୁତି 

masiha

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ର ମଅନୁଷ୍ଠିତ

masiha

Leave a Comment

error: Content is protected !!