ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର 56ତମ ସ୍ମୃତି ଦିବସ

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର 56ତମ ସ୍ମୃତି ଦିବସ

ଯୋଡ଼ା:-ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ୧୯୩୬ ମସିହାରେ ଦାଦା ଲେଖରାଜଙ୍କ ସାକାର ମାଧ୍ୟମରେ ନିରାକାର ଶିବ ପିତା ପରମାତ୍ମାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଏବଂ ଦାଦା ଲେଖରାଜଙ୍କୁ ପିତାଶ୍ରୀ ପ୍ରଜାପିତା ବ୍ରହ୍ମା ନାମ ଦେଇଥିଲେ। ସେ ଦୀର୍ଘ 33 ବର୍ଷ ଧରି ନିରନ୍ତର ତୀବ୍ର ପୁରୁଷାର୍ଥ ଦ୍ୱାରା ସମ୍ପୂର୍ଣାତ କୁ ହାସଲ କରି ତାଙ୍କର ସ୍ଥୂଳ ଶରୀରକୁ ପରିତ୍ୟାଗ କରି ଏକ ସୂକ୍ଷ୍ମ ଶରୀର ଧାରଣ କରିଥିଲେ। ସେଥିପାଇଁ ପ୍ରତିବର୍ଷ ସଂଗଠନ ପକ୍ଷରୁ ୧୮ ଜାନୁଆରୀକୁ ସ୍ମୃତି ଦିବସ ଭାବରେ ପାଳନ କରାଯାଉଛି। ଆଜି ଭାରତ ଏବଂ ୧୪୦ଟି ଦେଶର ୮୫୦୦ ସେବା କେନ୍ଦ୍ରରେ ୫୬ତମ ସ୍ମୃତି ଦିବସ ପାଳନ କରାଯାଇଥିଲା। ଏହି ସ୍ମୃତି ଦିବସରେ ବଡ଼ବିଲ ଶାଖା ଦ୍ୱାରା ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଏବଂ ବ୍ରହ୍ମା ବାବାଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିବା ସହିତ ଯୋଗ ସାଧନା ଉପରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏବଂ ରାଜଯୋଗ ଅଭ୍ୟାସ ଦ୍ୱାରା ସମାଜ ଏବଂ ପ୍ରକୃତିକୁ ଶାନ୍ତି, ପ୍ରେମ, ସଦ୍ଭାବନା ଏବଂ ଶୁଭକାମନା ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମସ୍ତ ଆଧ୍ୟାତ୍ମିକ ପ୍ରେମୀ ଭାଇ ଭଉଣୀମାନେ ମଧ୍ୟ ପ୍ରତିଜ୍ଞା ନେଇଥିଲେ ଯେ ପିତାଶ୍ରୀଙ୍କ ପଦାଙ୍କ ଅନୁସରଣ କରି, ଆମେ ନିରାକାରୀ, ନିର୍ବିକାରୀ ଏବଂ ନିରହଁକାରୀ ହୋଇ ଆମର ସ୍ୱାର୍ଥକୁ ତ୍ୟାଗ କରି, ସମାଜର ସମସ୍ତଙ୍କ ସେବା କରି ଆଧ୍ୟାତ୍ମିକତା ଦ୍ଵାରା ଯନ୍ତ୍ରଣାଦାୟକ ଦୁନିଆ କୁ ସୁଖୀ ସ୍ୱର୍ଗରେ ପରିଣତ କରିବୁ । ଯୋଡା, ବୋଲାନି, କିରିବୁରୁ, ନୋଆମୁଣ୍ଡି ଇତ୍ୟାଦି ବିଭିନ୍ନ ସ୍ଥାନରୁ ଆଧ୍ୟାତ୍ମିକ ପ୍ରେମୀ ଭାଇ ଏବଂ ଭଉଣୀମାନେ ଏଥିରେ ଯୋଗଦାନ ଦେଇଛନ୍ତି । ସଂଗଠନର ସଂଚାଲିକା ବ୍ରହ୍ମାକୁମାରୀ ଜୟନ୍ତୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଚତୁର୍ଥ ଶ୍ରାବଣୀ ସୋମଵାରଦିନରେ ବାବା ପୂର୍ଣେଶ୍ଵର ମନ୍ଦିରରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କୁ ଗହଳି; ସାଗର ସିମେଣ୍ଟ ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ

masiha

ଡାବୁଗାଁରେ ରଥଯାତ୍ରା ପାଳିତ

masiha

ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତ ଙ୍କ ସମାଗମ

Sunil Chandra Nayak

Leave a Comment

error: Content is protected !!