ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାଂସଦ ସୁଜିତକୁମାର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ସାଂସଦ ସୁଜିତକୁମାର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଜୁନାଗଡ଼,୧୯/୧(ମନୀସ)ଜୁନାଗଡ଼ ନଗର ବିଜେପି ଟରଫରୁ ରାଜ୍ୟସଭା ସାଂସଦ ସୁଜିତକୁମାରଙ୍କୁ ସ୍ଥାନୀୟ ହୋଟେଲ ଓରିଅନ ପରିସର ମଧ୍ୟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏବି ଅବସରରେ ନଗର ସଭାପତି ଶିବରାମ ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଅଜୟ ପାଣିଗ୍ରାହୀ ,ପୁର୍ବତନ ନଗର ପାଳ ମୁକେଶ ଅଗ୍ରୱାଲ ,ପ୍ରମୁଖ ସାଂସଦ ସୁଜିତକୁମାର ଙ୍କୁ ନଗର ବାସୀଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଜୁନାଗଡ଼ ସହରର ବିକାଶ ପାଇଁ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜୁନାଗଡ଼ ସହରରେ ବାଇପାସ ରାସ୍ତା, ରେଳ ଭିତ୍ତିଭୂମି ର ବିକାଶ ସହ ଏଠାରେ ଏକ ଶିଳ୍ପ ପ୍ରତିଷ୍ଠା କରାଯିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସାଂସଦ ତାଙ୍କ ଅଭିଭାଷଣ ରେ ପ୍ରକାଶ କରିଥିଲେ।ସହରର ମହିଳା ସଂଗଠନ, ପାଇକ ସମାଜ, ମାରବାଡ଼ି ସମାଜ, ମାର ବାଡ଼ି ଯୁବମାଞ୍ଚ ,ବହୁଜନ ସଂଗ୍ରାମ ସମିତି,ସିଟିଜେନ କମିଟି, ବରିଷ୍ଠ ନାଗରିକ କମିଟି,ଏକ୍ସ ଆର୍ମି, ସାମ୍ବାଦିକ ସଂଘ,ପ୍ରଭୁତି ବିଭିନ୍ନ ସଂଗଠନ ତରଫରୁ ସଂସଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ପୁର୍ବତନ ବ୍ଲକ ଅଧକ୍ଷ୍ୟ ମନୋଜ ମେହେର, ସୁଧାଂଶୁ ବରାଦ କାଳିନ୍ଦ୍ରୀ ପାଣିଗ୍ରାହୀ, ସତ୍ୟନାରାୟଣ ପଣ୍ଡା, ରଂଜନକୁମାର ଜାଲ,କାଞ୍ଚନ ବାଗ,ଅଂଶୁମାନ ଯୋଶୀ ଙ୍କ ସମେତ ଅନେକ ବିଜେପି କର୍ମୀ ଓ ସହରବାସୀ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ଦାବିରେ ବିଜେପିର ବ୍ଲକ ଘେରାଓ

Sunil Chandra Nayak

ବାସୁଳୀଦୀଗା ଗ୍ରାମରେ ବିଜେଡି ର ବିଶାଳ ମିଶ୍ରଣ ପର୍ବ,ଅନ୍ଯ ଦଳ ଛାଡି ବିଜେଡି ରେ ସାମିଲ ହେଲେ ଶହେ ରୁ ଉର୍ଧ୍ବ ପରିବାର

masiha

ରାଉରକେଲା ବିମାନ ବନ୍ଦର ରୁ ବିମାନ ସେବା ଯଥାଶୀଘ୍ର ଆରମ୍ଭ ନହେଲେ ଆନ୍ଦୋଳନ କୁ ଓହ୍ଲାଇବ ଜିଲ୍ଲା କଂଗ୍ରେସ 

Sunil Chandra Nayak

Leave a Comment

error: Content is protected !!