ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଲ ଆଣ୍ଡ ଟି ମେଗା ଲିଫ୍ଟ ଇରିଗେଶନ ତରଫରୁ ରକ୍ତଦାନ ଶିବିର

ଏଲ ଆଣ୍ଡ ଟି ମେଗା ଲିଫ୍ଟ ଇରିଗେଶନ ତରଫରୁ ରକ୍ତଦାନ ଶିବିର

ତେନ୍ତୁଳିଖୁଣ୍ଟି ୨୦/୦୧/୨୫ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଓ ନନ୍ଦା ହାଣ୍ଡି ବ୍ଲକ ରେ ପାର୍ବତୀ ଗିରି ଜଳସେଚନ ଯୋଜନାରେ ମେଗା ଲିଫ୍ଟ ଇରିଗେଶନ କାର୍ଯ୍ୟ ଦୁଇଟି ଘରୋଇ ସଂସ୍ଥା ଦ୍ଵାରା ଚାଲିଛି। ସେଥିମଧ୍ୟରୁ କାମ କରୁଥିବା ଏଲ ଏଣ୍ଡ ଟି ନିର୍ମାଣ ସଂସ୍ଥା ଆଜି କୋଡିଏ ତାରିଖ ସୋମବାର ବରାଳ ଭବନ ପରିସର ରେ ଏକ ରକ୍ତ ଦାନ ଶିବିର ଆୟୋଜନ କରିଥିଲା। ଏହି ଶିବିର କୁ ଏଲ ଆଣ୍ଡ ଟି ର ଇ ଏକ ଏସ ଓ ପ୍ରଫୁଲ୍ଲ କୁମାର ବେହେରା ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ରେ ପ୍ରୋଜେକ୍ଟ ମ୍ୟାନେଜର ମଧୁସୂଦନ ସିଂ , ପ୍ରୋଜେକ୍ଟ ଇନ୍ ଚାର୍ଜ ନାରାୟଣ ପାତ୍ର , ଇଣ୍ଡଷ୍ଟ୍ରିଆଲ ରେଲାସନ୍ ଅଫିସର ପ୍ରଭାକର ବାରାଲ , ପ୍ଲାନିଂ ମ୍ୟାନେଜର ଏସ ରଘୂପତି ଆକାଉଣ୍ଟ ମ୍ୟାନେଜର ପ୍ରଣୟ ରଞ୍ଜନ ଖଟୁଆ ସମେତ ସଂସ୍ଥା ର ପ୍ରାୟ ଷାଠିଏ ରୁ ଉର୍ଦ୍ଧ୍ବ ଅଧିକାରୀ ଓ କର୍ମକର୍ତ୍ତା ରକ୍ତ ଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରକ୍ତ ସଂଗ୍ରହ ବେଳେ ଡାକ୍ତର ସରୋଜ କୁମାର ସିଂ , ଡାକ୍ତର ମାର୍ଟିନ ସତ୍ତର ,ସମ୍ବିତ ମିଶ୍ର,ବିରେନ୍ଦ୍ର ବିଶୋଇ ପ୍ରମୁଖ ସହ ଯୋଗ କରିଥିଲେ। ଏଲ ଆଣ୍ଡ ଟି ସଂସ୍ଥା ଯେଉଁଠି ମଧ୍ୟ କାର୍ଯ୍ୟ କରେ କର୍ପୋରେଟ ସାମାଜିକ ଦାୟିତ୍ଵବୋଧ ନିର୍ବାହ କରୁଥିବା ଇ ଏଚ ଏସ ଓ ପ୍ରଫୁଲ୍ଲ ବେହେରା କହିଥିଲେ। କମ୍ପାନୀ ନବରଙ୍ଗପୁର ଜିଲ୍ଲା ରେ କାର୍ଯ୍ୟ ନେବା ପରେ ନବରଙ୍ଗପୁର ରେ ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ। ଆଗକୁ ଶିକ୍ଷା କ୍ଷେତ୍ର ରେ ମଧ୍ୟ କିଛି ଅର୍ଥ ସାମାଜିକ ଦାୟିତ୍ଵ ବୋଧ କାର୍ଯ୍ୟକ୍ରମ ରେ ବିନିଯୋଗ କରିବ ବୋଲି କହିଥିଲେ। କାର୍ଯ୍ୟକ୍ରମ ରେ ବରାଳ ଭବନ ସତ୍ତ୍ଵ ।ଧିକା ରି ସାଧୁସୁ ଦ ନ ବରାଳ ସଂପୂର୍ଣ୍ଣ ସହ ଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଜୁନାଗଡ଼ରେ ପଣ୍ଡରାମାଲି ସମାଜ ପକ୍ଷରୁ ଭବ୍ୟ ଶୀତଳ ଷଷ୍ଠୀ ଓ ଶିବ ବିବାହ ଉତ୍ସବ ପାଳିତ 

Sunil Chandra Nayak

ଲଗାଣ ବର୍ଷାରେ ଘର ଭୂଷୁଡିଲା ବାସହିନ ଅବସ୍ଥାରେ ସୁରେଶ ପାତ୍ରଙ୍କ ପରିବାର, ସ୍ବାମୀ, ସ୍ତ୍ରୀ ତିନି ଜଣ ପୁଅଝିଅ ଅସହାୟ ଅବସ୍ଥାରେ

Sunil Chandra Nayak

ଚନ୍ଦାହାଣ୍ଡି ବ୍ଲକଠାରେ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!