ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ରାଧାଶ୍ୟାମ ପଣ୍ଡାଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ପାଳିତ

କବି ରାଧାଶ୍ୟାମ ପଣ୍ଡାଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ପାଳିତ

ବାଲେଶ୍ବର,୨୦/୧/୨୫ – ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ହରିହରପୁର ଶାସନର ସମାଜସେବୀ ତଥା କବି ସ୍ବର୍ଗତ ରାଧାଶ୍ୟାମ ପଣ୍ଡାଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ ତଥା ଲୋକନାଥ ପାଠାଗାରର ୪୦ବାର୍ଷିକ ଉତ୍ସବ ରାଧାଶ୍ୟାମ ପଣ୍ଡାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସକାଳେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ଓ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀଙ୍କ ଦ୍ୱାରା ପଣ୍ଡା ପରିବାର ସମସ୍ତ ସଦସ୍ୟଙ୍କ ଦ୍ୱାରା ଦାସ ପୋଖରୀ ଟିଲୋତର୍ପଣ କରାଯାଇଥିଲା l ପରେ ଭାଗବତ ପରାୟଣ ଓ ଗୀତା ପାଠ କରାଯାଇଥିଲା l ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ନରହରି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ବର୍ଗତ ରାଧାଶ୍ୟାମ ପଣ୍ଡାଙ୍କ ଦ୍ଵିତୀୟ ବର୍ଷିକ ଉତ୍ସବ ଓ ଲୋକନାଥ ପାଠଗାର ର ୪୦ ତମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ କହିଥିଲେ ସ୍ୱର୍ଗତ ରାଧାଶ୍ୟାମ ପଣ୍ଡାଙ୍କ ଆତ୍ମ ଜୀବନୀ କହିବା ସହ ପାରିବାରିକ ସମ୍ପର୍କରେ ଜଡିତ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ କବି ରାଧାଶ୍ୟାମ ସ୍ମୁତି ପରିଷଦ ଓ କବି ଲୋକନାଥ ପାଠାଗାର ପକ୍ଷରୁ କବି ରାଧାଶ୍ୟାମ ଗ୍ରନ୍ତାବଳି ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କବି ଡକ୍ଟର ବିପିନ ବିହାରୀ ବିଶ୍ୱାଳ, ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, କବି ବ୍ରଜେନ୍ଦ୍ର ନାଥ ଗିରି, ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରି, ଅବସରପ୍ରାପ୍ତ ପ୍ରଫେସର ମୁକ୍ତିକାନ୍ତ ଶତପଥୀ, ଡକ୍ଟର ଭାଗବବତ ଲେଙ୍କା, ହରିହର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ପତ୍ରୀ ମଞ୍ଚ ଆହ୍ୱାନ କରିଥିଲେ l ସମାଜସେବୀ ନାରାୟଣ ପେଡା ବାର୍ଷିକ ବିବରଣୀ ପାଠ କରିବା ସହିତ କବି ଡ଼ ଭଗବାନ ବେହେରାଙ୍କ ଦ୍ୱାରା ରଚିତ କବିତାକୁ ଗୀତିକାର ଗୌତମ ବାରିକ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ ପରିବେଶବିତ ସମାଜସେବୀ ମନୋରଞ୍ଜନ ଦାସ, ନାଟ୍ୟକାର ତଥା ବିଶିଷ୍ଟ କବି ଡକ୍ଟର ଭଗବାନ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବିଙ୍କ ପତ୍ନୀ ସରସ୍ବତୀ ପଣ୍ଡା ଶୀତ ବସ୍ତ୍ର ବଣ୍ଟନ କରିଥିଲେ l ଏଥିରେ ରାଧାଶ୍ୟାମ ପଣ୍ଡା ସ୍ମୁତି ପରିଷଦ ପକ୍ଷରୁ ସ୍ବର୍ଗତ ରାଧାଶ୍ୟାମ ପଣ୍ଡାଙ୍କ ପୁତ୍ର ବିଜୟ କୁମାର ପଣ୍ଡା, ଅକ୍ଷୟ କୁମାର ପଣ୍ଡା, ସଞ୍ଜୟ କୁମାର ପଣ୍ଡା, ଧନଞ୍ଜୟ ପଣ୍ଡା ଓ ଉଦୟ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରତିଭା ଅନ୍ବେଷଣ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ

masiha

ଅପରିଚିତ ବାଳକ ଉଦ୍ଧାର 

Sunil Chandra Nayak

ମୋହନଗିରି ହାଇସ୍କୁଲ ରେ ଜୀବନ ଶିକ୍ଷା ଶିବିର

masiha

Leave a Comment

error: Content is protected !!