ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆସନ୍ତା ୨୩ ରୁ ୨୬ ……

୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆସନ୍ତା ୨୩ ରୁ ୨୬ ……

ରାଉରକେଲା: ନାରୀ ସଶକ୍ତିକରଣ ଏବଂ ରାଷ୍ଟ୍ର ଜାଗରଣ ଅଭିଯାନ ଉପଲକ୍ଷେ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆସନ୍ତା ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ସେକ୍ଟର ୨ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏନେଇ ଗାୟତ୍ରୀ ଶକ୍ତିପୀଠ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟି ନିତ୍ୟାନନ୍ଦ ଦାସ ଓ ପ୍ରମୋଦ ଅଗ୍ରୱାଲ, ସୁନ୍ଦରଗଡ ଜିଲ୍ଲା ସଂଯୋଜକ କାଶୀନାଥ ପଣ୍ଡା,ସହ ଜିଲ୍ଲା ସଂଯୋଜକ ଅରବିନ୍ଦ ପ୍ରସାଦ,କାର୍ଯ୍ୟକର୍ତ୍ତା ଲମ୍ବୋଦର ମହାଳିକ, କୋଷାଧ୍ୟକ୍ଷ ତ୍ରିଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସୂଚନା ପ୍ରଦାନ କରି କହିଲେ ଯେ ୨୩ ତାରିଖ ଦିନ ଉଦିତ ନଗର ରାଧାକୃଷ୍ଣ ମନ୍ଦିରରୁ ଗାୟତ୍ରୀ ଶକ୍ତିପୀଠ ପର୍ଯ୍ୟନ୍ତ କଳସ ଶୋଭାଯାତ୍ରା, ଯୁଗ୍ମ ସଂଗୀତ, ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ,୨୪ ତାରିଖ ରେ ପ୍ରଜ୍ଞା ଯୋଗ,ଯଜ୍ଞ ସମସ୍ତ ସଂସ୍କାର, କାର୍ଯ୍ୟକର୍ତ୍ତା ଗୋଷ୍ଠୀ,ଯୁଗ ସଂଗୀତ,ନାରୀ ଜାଗ୍ରତ ସମ୍ପର୍କରେ ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ,୨୫ ତାରିଖ ରେ ପ୍ରଜ୍ଞା ଯୋଗ, ଗାୟତ୍ରୀ ମହାଯଜ୍ଞ ଏବଂ ସଂସ୍କାର,ଯୁଗ ସଂଗୀତ ଏବଂ ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ୨୬ ତାରିଖ ଦିନ ପ୍ରଜ୍ଞା ଯୋଗ, ଗାୟତ୍ରୀ ମହାଯଜ୍ଞ ପୂର୍ଣ୍ଣାହୁତି,୨୪୦୦ ବେଦୀୟ ଗାୟତ୍ରୀ ମହାଦୀପ ଯଜ୍ଞ ଏବଂ ମହା ପୂର୍ଣ୍ଣାହୁତି ରେ କାର୍ଯ୍ୟକ୍ରମ ସମାପନ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭାଇମାନେ ଧୋତି କୁର୍ତ୍ତା, ଟ୍ରାଉଜର ପଞ୍ଜାବୀ, ଭଉଣୀମାନେ ଶାଢ଼ୀ,ସାଲୱର ପିନ୍ଧି ଆସିବାକୁ ଅନୁରୋଧ କରାଯାଇଛି। ଏହାସହ ଗର୍ଭସ୍ଥ ଶିଶୁର ସଂସ୍କାର, ନାମକରଣ ମୁଣ୍ଡନ,ଅନ୍ନପ୍ରାସନ୍ନ, ବିଦ୍ୟାରମ୍ଭ,ଯଜ୍ଞପବୀତ ବିବାହ, ଜନ୍ମଦିନ ଆଦି ନିଃଶୁଳ୍କ ରେ କରିବାକୁ ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସୁପ୍ରଭା ଦାସ,ନିର୍ମଳା ସିଂ, ରାମମୋହନ ସାହୁ, ଅନିତା ଜିନ୍ଦଲ, ରାମଚନ୍ଦ୍ର ମହନ୍ତ, ଏକେ ଦେବ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାରତ – ବିଶ୍ଵ ବାଣିଜ୍ୟ ସଂଗଠନ ଛାଡ ଦିବସ ପାଳନ ପ୍ରତିବାଦ ସଭା       

masiha

ଏକର ଏକର ଧାନ ଚାଷ ଉଜାଡି ଦେଲେ ଜଙ୍ଗଲୀ ବାରହା

Sunil Chandra Nayak

ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳନର ଉଦଯାପନୀ ଦିବସରେ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!