ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଳତୁମା ହାଇସ୍କୁଲ 2000 ମାଟ୍ରିକ ବ୍ୟାଚର ସିଲଭର ଜୁବଲି ପାଳିତ

ଆଳତୁମା ହାଇସ୍କୁଲ 2000 ମାଟ୍ରିକ ବ୍ୟାଚର ସିଲଭର ଜୁବଲି ପାଳିତ

କାମାକ୍ଷାନଗର (ମନିସ )20/1/25 // ଆଳତୁମା ହାଇସ୍କୁଲର 2000 ମାଟ୍ରିକ ବ୍ୟାଚର ସିଲଭର ଜୁବଲି ପାଳନ ହୋଇଯାଇଛି। ମାଟ୍ରିକ ପାସ୍ ହେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ଷଣ୍ଢ ଏବଂ ବିଦ୍ୟାଳୟର ତତ୍କାଳୀନ ସହାୟକ କର୍ମଚାରୀ ଅଭିମନ୍ୟୁ ବାରିକ, ପୁରାତନ ଛାତ୍ରଛାତ୍ରୀଙ୍କ ନିମନ୍ତ୍ରଣରେ କାମାକ୍ଷାନଗର ରାମିଆଳ ନଦୀ ତଟରେ ଆୟୋଜିତ ସ୍ୱତନ୍ତ୍ର ସିଲଭର ଜୁବଲି କାର୍ଯ୍ୟକ୍ରମରେ ଯୋଗଦାନ କରି ଅତୀତର ମଧୁର ସ୍ମୃତି ମନେ ପକାଇଥିଲେ। 

ଏହି ଅବସରରେ ସେତେବେଳର ବହୁ ପୁରାତନ ସାଙ୍ଗମାନଙ୍କୁ ମନେପକାଇ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା। କିଛି ସାଙ୍ଗ ସ୍କୁଲ ଡ୍ରପ ଆଉଟ୍ ହୋଇ ବିଳମ୍ବରେ ଶିକ୍ଷା ସମାପ୍ତ କରିଥିଲେ ମଧ୍ୟ ବିନା ଭେଦଭାବରେ ସମସ୍ତେ ସିଲଭର ଜୁବଲି ଉତ୍ସବରେ ଯୋଗ ଦେଇଥିଲେ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅନୀତା ସାହୁ, ଲକ୍ଷ୍ମୀ ପ୍ରିୟା ନାୟକ, ଶ୍ରୀକାନ୍ତ ସାହୁ, ପିଣ୍ଟୁ ମହାନ୍ତି, ଅଶ୍ବିନୀ ସାହୁ, ଅମୂଲ୍ୟ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଜୀବନରେ ବାସ୍ତବ ଖୁସି କେଉଁଠି, କେମିତି ଜୀବନକୁ ଆଧୁନିକ ସମୟରେ ମାପି ଚଳିବେ, ସେ ନେଇ ଅକ୍ଷୟ ସାରଙ୍କ ମାର୍ଗ ଦର୍ଶନ ବେଶ୍ ଚମତ୍କାର ରହିଥିଲା। କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ସପରିବାର ଯୋଗ ଦେଇଥିଲେ।।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

“ଲୋକ କଳା ପାଇଁ ଦିନଟିଏ ” ନବରଙ୍ଗପୁର ଜିଲ୍ଲା “ବି ମାଲିଗୁଡ଼ା”ଗ୍ରାମରେ କଳାକାରମାନଙ୍କ ସମାବେଶ

masiha

କନେଷ୍ଟବଲ ନିଯୁକ୍ତି ରେ ଓବିସି ଓ ଏସସି ବର୍ଗ ଙ୍କୁ ଉପେକ୍ଷା । ଓଡିଶା ସରକାରଙ୍କ ପୋଲିସ କନେଷ୍ଟବଳ ବିଜ୍ଞପ୍ତିକୁ ପୋଡା ଜଳା

Sunil Chandra Nayak

ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସିଆରପି ମାନଙ୍କୁ ତାଲିମ

Sunil Chandra Nayak

Leave a Comment

error: Content is protected !!