ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି. ବି. ହାଇସ୍କୁଲ 1981 ବ୍ୟାଚ ର ବନ୍ଧୁ ମିଳନ 

ବି. ବି. ହାଇସ୍କୁଲ 1981 ବ୍ୟାଚ ର ବନ୍ଧୁ ମିଳନ 

ଗତ ରବିବାର ତା 19 ରିଖରେ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ 1981 ମେଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି l ପ୍ରତି ବର୍ଷ ପରି ଏ ବର୍ଷ ବୋରାପଦl ଠାରେ ବନ୍ଧୁ ପରମେଶ ଙ୍କ ହାୟଟେକ ଫାର୍ମ ରେ ଅଶୋକ,ଅଭୟ,ଅମ୍ବିକା, ବିମଲ, ବିବେକା ଷଡ଼ଙ୍ଗୀ , ବୁଦ୍ଧଦେବ, ବିବେକା ଶତପଥୀ ,ବିଧୁ,ଦେବବ୍ରତ,ଘନଶ୍ୟାମ, ଗଣେଶ, ହରେକୃଷ୍ଣ, ହେମନ୍ତ, କେଶବ,କିଶୋର, କର୍ଣ୍ଣ,ନଳିନୀ,ପରମେଶ,ସୁଧୀର, ସୁଧାଂଶୁ, ଶ୍ରୀକାନ୍ତ ସେଠି, ଶ୍ରୀକାନ୍ତ ଦେହୁରୀ, ଶେଷଦେବ, ସାରନାଥ, ସନ୍ତୋଷ ଓ ତାନ ସୌରଭ ପ୍ରଭୁତି ବନ୍ଧୁ ମାନେ ଏକତ୍ର ହୋଇ ଦିବଂଗତ ବନ୍ଧୁ ଏବଂ ଶିକ୍ଷକ ମାନଙ୍କ ନିମନ୍ତେ ନୀରବ ପ୍ରାଥନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ହରେକୃଷ୍ଣ ଏବଂ ବିବେକା ଷଡ଼ଙ୍ଗୀ ସ୍ଵ ରଚିତ କବିତା ପାଠ କରିଥିଲେ ଓ ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଆମ ବନ୍ଧୁ ଶକ୍ତି ମିଶ୍ର ଉପସ୍ଥିତ ରହି ଅନେକ ସୁନ୍ଦର ସୁନ୍ଦର ଗୀତ ଗାଈଥିଲେ ତାଙ୍କ ଗୀତ ତାଳ ରେ ସମସ୍ତେ ହସ ଖୁସି ହୋଇ ନାଚିଥିଲେ l ଏହି କାର୍ଯ୍ୟକ୍ରମ ରେ ଆମ ବନ୍ଧୁ କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଉପସ୍ଥିତ ରହି ପାରି ନ ଥିବାରୁ ସମସ୍ତ ବନ୍ଧୁ ମାନଙ୍କ ମଙ୍ଗଳ କାମନା ବାର୍ତା ପ୍ରେରଣ କରିଥିଲେ l ଏହି ବନ୍ଧୁ ମିଳନ ବହୁତ ଆନନ୍ଦ ଉଲ୍ଲାସ ଓ ସୁସ୍ୱାଦୁ ଭୋଜନ ସହିତ ଶେଷରେ ଚା ଓ କଫି ସହିତ 2026 ଜାନୁୟାରୀ ତୃତୀୟ ରବିବାର ଆସନ୍ତା ବନ୍ଧୁ ମିଳନ ହେବାକୁ ସ୍ଥିର ହୋଇ କାର୍ଯ୍ୟକ୍ରମ ସମାପନ ହେଲା l 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ ଜିଲ୍ଲାରେ ବିଶ୍ୱ ତମ୍ବାଖୁ ନିବାରଣ ଦିବସ ପାଳିତ , ଜାତୀୟ ତମ୍ବାଖୁ ନିବାରଣ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାୟଗଡ ଜିଲ୍ଲା ରାଜ୍ୟରେ ପ୍ରଥମ 

ରାୟଗଡ଼ରେ ‘Swimming and Drowning Survival Skill Development’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପନ 

Sunil Chandra Nayak

କଳିଙ୍ଗ କୁସୁମ ଫାଉଣ୍ଡେସନର ଅଭିନବ ପ୍ରୟାସ  ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!